Special Report: ମାଛ ଧରାଳିରୁ ରାତାରାତି ହେଲେ କୋଟିପତି, ଧରିଲେ ସୁନା ମାଛ…. ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଜାଲରେ ଏମିତି ଏକ ସୁନା ମାଛ ପଡିଲା, ଦିନକରେ ବଦଳିଗଲା ମାଛଧରାଳିଙ୍କ ଭାଗ୍ୟ । ଚାହୁଁ ଚାହୁଁ ଧୀବରଙ୍କୁ କରିଦେଲା କୋଟିପତି । ଆପଣଙ୍କୁ ଏପରି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଘଟଣାଟି ନିହାତି ସତ ଅଟେ । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଘଟିଛି ଏପରି ଏକ ଅଦ୍ଭୁତ ଘଟଣା । ପାଲଘର ମୁର୍ବେ ଗାଁ ର ମାଛଧରାଳି ଚନ୍ଦ୍ରକାନ୍ତ ତାରେଙ୍କୁ କୋଟିପତି କରି ଦେଇଛି ଘୋଲ ପ୍ରଜାତିର ଏକ ବିରଳ ମାଛ ।

 

ମୌସୁମୀ ଯୋଗୁଁ ସମୁଦ୍ର ଭିତରକୁ ଯିବାକୁ ଲାଗିଥିବା କଟକଣା ଉଠିବା ପରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ ଚନ୍ଦ୍ରକାନ୍ତ ଓ ତାଙ୍କ ସହଯୋଗୀ । ବୋଟରେ କିଛି ବାଟ ଯିବା ପରେ ଜାଲ ପକାଇଥିଲେ । ଜାଲ ଆବଶ୍ୟକ ଠାରୁ ଅଧିକ ଓଜନ ଲାଗିବାରୁ ସହଯୋଗୀଏନକେ ସହ ମିଶି ଉପରକୁ ଆଣିଥିଲେ । ଆଉ ଯାହା ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ବାସ କରିପାରିଲେ ନାହିଁ । ଜାଲରେ ଏକାବେଳେ ପଡିଥିଲେ ଦେଢ ଶହ ବିରଳ ଘୋଲ ମାଛ । ଯାହାର ମୂଲ୍ୟ ସୁନା ପରି ଅମୂଲ୍ୟ ।

ବିଦେଶରେ ଏହି ମାଛର ବିଶେଷ ଚାହିଦା ରହିଛି । ଏହି ମାଛରୁ ଔଷଧ ତିଆରି ହେବା ସହ ବିଭିନ୍ନ ପ୍ରକାରର ଦାମୀ ସାମଗ୍ରୀ ମଧ୍ୟ ତିଆରି ହୁଏ । ବିଦେଶରେ ଏହି ମାଛକୁ ‘ଦି ଫିସ ୱିଥ ଗୋଲ୍ଡେନ ହାର୍ଟ’ ବୋଲି କୁହାଯାଏ । ଏହାକୁ ଦେଖି ସେଠାରେ ଥିବା ଧୀବରମାନେ ଖୁସିରେ ବିଭୋର ହୋଇ ଯାଇଥିଲେ ଓ ସେହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରିଥିଲେ ।

ଏହି ମାଛକୁ ନିଲାମ ଡକାଯାଇଥିଲା । ହଜାରେ ନୁହେଁ କି ଲକ୍ଷେ ନୁହେଁ ବରଂ ଏକାଥରେ ଏକ କୋଟି ୩୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ଏହି ଘୋଲ ମାଛ । କଳା ଛିଟ ରଙ୍ଗର ଏହି ମାଛର ଔଷଧୀୟ ଗୁଣ ଥିବାରୁ ବିଦେଶରେ ଏହାର ଖୁବ ଚାହିଦା ରହିଛି । ଏହାକୁ ବିଜ୍ଞାନ ଭାଷାରେ ‘ପ୍ରେଟୋନିବିଆ ଡିକାନ୍ଥୋସ’ ଭାବେ ମଧ୍ୟ ଜଣାଯାଏ । କେବଳ ଇଣ୍ଡୋ ପାସିଫିକ ଅଞ୍ଚଳରେ ଏହି ପ୍ରଜାତିର ମାଛ ମିଳିଥାନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ଆମ ପେଜ୍ କୁ ଲାଇକ କରନ୍ତୁ ।