ଆପଣଙ୍କ ସୁନା ଅସଲି ଅଟେ କି ନକଲି ? ଏହି 5ଟି ସହଜ ଉପାୟରେ ଘରେ ପରୀକ୍ଷା କରି ଜାଣି ପାରିବେ !

ଭାରତୀୟ ପରମ୍ପରାରେ ସୁନାକୁ ବିଶେଷ ମହତ୍ଵ ଦିଆ ଯାଇଥାଏ, ଖାସ କରି ସୁନାରେ ତିଆରି ଗହଣା । ବାହାଘରର ସିଜିନ ହେଉ କିମ୍ବା ପୂଜା – ଉସ୍ତବରେ, ସୁନାର ଚାହିଦା ସବୁବେଳେ ଥାଏ । ସୁନା ଆଜି ବି ଲୋକମାନଙ୍କର ପ୍ରଥମ ପସନ୍ଦ ଅଟେ । ଯେତେବେଳେ ଲୋକମାନେ ସୁନା କିଣିବାକୁ ଯାଆନ୍ତି ସେତେବେଳ ତାହର ଶୁଦ୍ଧତା କୁ ନେଇ ସବୁବେଳେ ଦ୍ଵନ୍ଦରେ ରହିଥାନ୍ତି ।

ସୁନା କୁ ଅସଲି କିମ୍ବା ନକଲି ଜାଣିବା ପାଇଁ ବହୁତ ସହଜ ଉପାୟ ଅଛି, ଯାହାକୁ ଆପଣମାନେ ବି କରି ପାରିବେ । ତେବେ ଆସନ୍ତୁ ଜାଣିବା ସୁନା ର ଶୁଦ୍ଧତା ଜାଣିବାର କିଛି ସହଜ ଉପାୟ ବିଷୟରେ ।

ମ୍ୟାଗନେଟ ଟେଷ୍ଟ

ସୁନା ର ଶୁଦ୍ଧତା ଜାଣିବା ପାଇଁ ଆପଣ ମେଗନେଟ ଟେଷ୍ଟ କରି ପାରିବେ , ସୁନା ଚୁମ୍ବକ ଧାତୁ ନୁହେଁ । ଯଦି ଆପଣଙ୍କୁ ନିଜର ସୁନା ର ଗହଣା କୁ ନେଇ ସନ୍ଦେହ ଅଛି ତେବେ ଆପଣ ଏକ ଚୁମ୍ବକକୁ ନେଇ ସୁନାର ଗହଣା ପାଖକୁ ନେଇ ହଲାନ୍ତୁ । ଯଦି ଆପଣଙ୍କ ସୁନା ଠିକ ଥିବା ତେବେ ଏହା କିଛି ପ୍ରତିକ୍ରିୟା କରିବ ନାହିଁ କିନ୍ତୁ ଯଦି ଏଥିରେ କିଛି ମିଶ୍ରଣ ଥିବା ତେବେ ଏହା ଚୁମ୍ବକ ଆଡକୁ ଆକର୍ଷିତ କରିବ ।

ଏସିଡ ଟେଷ୍ଟ

ଆପଣ ସୁନା ର ଗହଣା ଉପରେ ଏକ ପିନ ସାହାର୍ଯ୍ୟରେ ଦାଗ କରିଦିଅନ୍ତୁ ଏବଂ ଏହା ଉପରେ ନାଇଟ୍ରିକ ଏସିଡ ର ଗୋଟିଏ ବୁନ୍ଦା ପକାନ୍ତୁ , ଯଦି ସୁନା ସବୁଜ ରଙ୍ଗର ହେଇଯାଉଛି ତେବେ ଏହା ନକଲି ଅଟେ କିନ୍ତୁ ଯଦି ଏସିଡ ପକାଇବା ଦ୍ଵାରା କିଛି ହେଉ ନାହିଁ ତେବେ ଏହା ଅସଲି ଅଟେ ।

ସିରାମିକ ଥାଳି ରୁ ଚିହ୍ନନ୍ତୁ

ଶିରାମିକ ଥାଳି ଉପରେ ଆପଣ ସୁନାଟିକୁ ଘଷନ୍ତୁ ଯଦି ସେହି ଥାଳି ଉପରେ କଳା ଦାଗ ପଡିଯାଏ ତେବେ ଆପଣଙ୍କ ସୁନା ନକଲି ଅଟେ, କିନ୍ତୁ ସେଠି ଯଦି ଅଳ୍ପ ହଳଦିଆ ରଙ୍ଗ ପଡି ଯାଏ ତେବେ ସୁନା ଅସଲି ଅଟେ ।

ପାଣିରେ ପରୀକ୍ଷା

ଆପଣ ଏକ ପାଣି ଗିଲାସରେ ସୁନାକୁ ପକାନ୍ତୁ ଯଦି ତାହା ଭାସିଉଠେ ତେବ ତାହା ନକଲି ଅଟେ କିନ୍ତୁ ଯଦି ସୁନାଟି ତଳେ ଯାଇ ବସି ପଡେ ତେବେ ତାହା ଅସଲି ଅଟେ । ସୁନା କେବେବି ଭାସେ ନାହିଁ ।

ଦାନ୍ତରୁ କରନ୍ତୁ

ଯଦି ଆପଣ କିଛି ସମୟ ନିଜ ଦାନ୍ତରେ ରଖୀ ତାହାକୁ ଦାବୁଛନ୍ତି, ତେବେ ସେଥିରେ କିଛି ଦାଗ ପଡିଯାଏ ତେବେ ତାହା ଅସଲି ଅଟେ ।

ସୁନା ଚିହ୍ନିବାରେ ଏହି କେତୋଟି ଘରୋଇ ଉପାୟ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଏମିତି ଅନେକ ନୂଆ ନୂଆ ଟିପ୍ସ ପାଇଁ ଏହି ପୋଷ୍ଟଟିକୁ ଶେୟାର କରନ୍ତୁ । ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।