ତପସ୍ଵିନୀଙ୍କ ତପସ୍ୟା ସତରେ ସଫଳ ହୋଇଛି, କିନ୍ତୁ ଏବେ ବି ସଂପୂର୍ଣ୍ଣ ହୋଇନାହିଁ । ଏବେ ବି ସୁମିତ ଓ ତପସ୍ଵିନୀଙ୍କ ମନ ମିଶିବା ବାକି ଅଛି । ଆଉ ସେଥିପାଇଁ ଚିନିଶିଳ୍ପ ନୂଆ ଗାଁ’ର ଗେଷ୍ଟ ହାଉସରେ ରହିଛନ୍ତି ସୁମିତ ଏବଂ ତପସ୍ଵିନୀ । କୁହାଯାଏ କୌଣସି ଏକ ଶୁଭ କାମ କରିବା ପାଇଁ ବିଧାତା ଯେଉଁ ଜାଗା ଆମ ଭାଗ୍ୟରେ ଲେଖି ଦିଅନ୍ତି ସେହି ଜାଗାର ନିଶ୍ଚୟ କିଛି ଶକ୍ତି ଥାଏ । ଆଉ ସେହି ଶକ୍ତି ଏବେ ଏହି ଦୁଇଜଣଙ୍କୁ ଯୋଡିବାରେ ସାହାଯ୍ୟ କରିବ ।
ଯେପର୍ଯ୍ୟନ୍ତ ଏକ ନୂଆ ଭଡାଘର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ମିଳିନାହିଁ ସେପର୍ଯ୍ୟନ୍ତ ସୁମୀ ଓ ତପସ୍ଵିନୀ ଏହିଠାରେ ରହିବେ । ତେବେ ସହରଠୁ କିଛି ଦୂରରେ ଥିବା ଏହି ଜାଗାଟି ମଧ୍ୟ କିଛି ଖରାପ ନୁହେଁ । ଏଠାରେ ଉଭୟଙ୍କ ସହ ସମୟ ବିତାଇବାକୁ ସେମାନେ ଯଥେଷ୍ଟ ସୁଯୋଗ ପାଇବେ । ବ୍ରହ୍ମପୁରର ବହୁଚର୍ଚ୍ଚିତ ଡିମ୍ପଲ ଓ ସୁମିତଙ୍କ କାହାଣୀରେ ଡିମ୍ପଲ\ଙ୍କ ସଂଘର୍ଷ ଏବେ ସମସ୍ତଙ୍କୁ ପ୍ରଭାବିତ କରିଛି । ଓଡିଶା ସହ ଓଡିଶା ବାହାରୁ ମଧ୍ୟ ସେମାନେ ଏକାଠି ରୁହନ୍ତୁ ବୋଲି ଅନେକ ଶୁଭଚିନ୍ତକ ଶୁଭେଚ୍ଛା ଦେଇଛନ୍ତି ।
କାଲି ଏସଡ଼ିଜେଏମ କୋର୍ଟର ମହା ନିଷ୍ପତ୍ତି ପରେ ଅନେକ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଖୁବ୍ ପ୍ରଶଂସା କରିଛନ୍ତି ଓ ସେମାନଙ୍କ ପ୍ରତି ଭଲ ପାଇବା ଓ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହି ୭ ଦିନ ମଧ୍ୟରେ ସୁମିତ ଓ ତପସ୍ଵିନୀ ନିଜ ପ୍ରେମକୁ ସାଧିବେ କେବଳ ତାହା ନୁହେଁ ବରଂ ଏଥିରେ ପୋଲିସ ଓ ସୁରକ୍ଷାକର୍ମୀ ମଧ୍ୟ ସେମାନଙ୍କୁ ସହଯୋଗ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିପାଇଁ ସମସ୍ତେ ବାହାରେ ଉଭୟଙ୍କୁ ଜଗି ରହିଛନ୍ତି ।
ତେବେ ଡାକ୍ତର ସୁମିତ କିଛି ସମୟ ବାଲିଶିରା ହସ୍ପିଟାଲ ଯାଇଥିଲେ ଓ ନିଜ ରୋଗୀମାନଙ୍କୁ ଆଟେଣ୍ଡ କରିଥିଲେ । ଆଉ ଜିଲ୍ଲା ସୁରକ୍ଷା ଫୋର୍ସ ସହାୟତାରେ ପୁଣି ଫେରି ଆସିଥିଲେ ଏହି ସ୍ଥାନକୁ । ତେବେ ଘର ଭିତରେ କ’ଣ ହେଉଛି କେହି ଜାଣି ନାହାନ୍ତି । ସେଠାରେ କେବଳ ଅଛନ୍ତି ସୁମିତ ଓ ତପସ୍ଵିନୀ । ତେବେ ଏହି କିଛି ଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ଥିବା ଦୂରତା କମ୍ ହୋଇଯାଉ ବୋଲି ସମସ୍ତେ ଚାହାନ୍ତି । ତେବେ କ’ଣ ହେବ ଓ କେଉଁ କେଉଁ ସୋପାନ ଦେଇ ଏହା ଗତି କରିବ ଏହା ଆମେ କେବଳ ଅନୁମାନ କରିପାରିବା ।
ଏହି କାହାଣୀର ନାୟକ ଓ ନାୟିକା ଉଭୟଙ୍କୁ କେତେ ଚାହୁଁଛନ୍ତି ତାହା କେବଳ ସେମାନଙ୍କ ସମ୍ପର୍କକୁ ଆଗେଇ ନେବ । ତେବେ ଏକାଠି ରହିବା ପରେ ସେମାନଙ୍କ ମନର ଦୂରତା କମ୍ ହେଉଛି କି ଦୁହେଁ ସବୁଦିନ ପାଇଁ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ତାହା ସାମନାକୁ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍କୁ ଲାଇକ କରନ୍ତୁ ।