Sumit ଙ୍କ ଓକିଲଙ୍କ ପ୍ରଶ୍ନବାଣର ଚକ୍ରବ୍ୟୁହରେ ଫସିଯିବେ କି Tapaswini ? ଆସନ୍ତା 8 ତାରିଖରେ କଣ ପୁଣି ଥରେ ବଦଳିଯିବ Tapaswini ଙ୍କ ଭାଗ୍ୟ ?

କୋର୍ଟର ଚକ୍ରବ୍ୟୁହରେ ଫସିଛନ୍ତି କି ତପସ୍ଵିନୀ ? ନ୍ୟାୟାଳୟର ପ୍ରଶ୍ନବାଣରେ ତପସ୍ଵିନୀ ଘାଇଲା ହେବେ କି ? ତପସ୍ଵିନୀଙ୍କୁ ଶରଭେଦ କରିବା ପାଇଁ ସୁମିତଙ୍କ ଓକିଲ ପ୍ରସ୍ତୁତ କରୁଛନ୍ତି ପ୍ରଶ୍ନବାଣର ଚକ୍ରବ୍ୟୁହ । ଆଉ ଏଥିପାଇଁ ତପସ୍ଵିନୀଙ୍କ ସହ ନ୍ୟାୟାଳୟକୁ ଘୋଷାଡ଼ି ହୋଇପାରନ୍ତି ତପସ୍ଵିନୀଙ୍କ ପୁରା ପରିବାର । ଆସନ୍ତା ୮ ତାରିଖରେ ହାଇକୋର୍ଟରେ ଶୁଣାଣି ପାଇଁ ତପସ୍ଵିନୀ ଏବଂ ତାଙ୍କ ବାପାଙ୍କୁ ନୋଟିସ ଦିଆ ଯାଇଥିବା ବେଳେ ୯ ତାରିଖରେ ସୁମିତଙ୍କ ମା ଓ ଜେଜେମାଙ୍କ ପିଟିସନର ଶୁଣାଣି ଏସଡ଼ିଜେଏମ କୋର୍ଟରେ ହେବ ।

ଆଉ ତପସ୍ଵିନୀଙ୍କ ବୋହୂପଣିଆର ହେବ ଅଗ୍ନି ପରୀକ୍ଷା । ସୁମିତଙ୍କ ମା ଓ ଗୋସେଇଁ ମା’ଙ୍କୁ ତପସ୍ଵିନୀ ଗାଳିଗୁଲଜ କରିବାର ସାଂଘାତିକ ଅଭିଯୋଗ ପରେ ସୁମିତଙ୍କ ପରିବାରର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ଏସଡ଼ିଜେଏମ କୋର୍ଟ ଅନ୍ୟପଟେ ହାଇକୋର୍ଟ । ଏହାରି ଭିତରେ ନିଜକୁ ଭଲ ବୋହୁ ଏବଂ ଭଲ ସ୍ତ୍ରୀ ବୋଲି ପ୍ରମାଣିତ କରିପାରିବେ କି ତପସ୍ଵିନୀ ? ଏସଡ଼ିଜେଏମ ଙ୍କ ଶୁଣାଣି ପରେ ତପସ୍ଵିନୀ ଓ ତାଙ୍କ ବାପାଙ୍କୁ ମଧ୍ୟ ନୋଟିସ ହୋଇଛି ହାଜର ହେବ ପାଇଁ ।

ତେବେ ଏହି ମାମଲାରେ ତପସ୍ଵିନୀଙ୍କ ବାପା କିମ୍ବା ତପସ୍ଵିନୀଙ୍କ ପରିବାର ଲୋକେ ହସ୍ତକ୍ଷେପ କରୁଛନ୍ତି କି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ରଖିବେ ତପସ୍ଵିନୀ । ଅନ୍ୟପଟେ ସୁମିତଙ୍କ ଘରର ଗେଟ ଭାଙ୍ଗି ପ୍ରବେଶ କରିଥିବା ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିବା ବେଳେ ଏହାର ଶୁଣାଣି ଆସନ୍ତା ୮ ତାରିଖରେ କରାଯିବ ।

କିନ୍ତୁ ତପସ୍ଵିନୀଙ୍କ ଓକିଲଙ୍କ କହିବା ଅନୁସାରେ ଏହି ବାବଦରେ ସେ କେବଳ ଗଣମାଧ୍ୟମରୁ ଶୁଣିଛନ୍ତି, କିନ୍ତୁ ସରକାରୀ ସ୍ତରରେ ତାଙ୍କ ପାଖରେ କିଛି ନୋଟିସ ନାହିଁ । ତେବେ ଆଗକୁ କଣ ହେବ ସୁମିତ ଓ ତପସ୍ଵିନୀଙ୍କ ମାମଲାର ଶୁଣାଣି ? ଉଭୟ ଗୋଟିଏ ଘରେ ଏକାଠି ରହିବେ ନା ସୁମିତଙ୍କ ଘରୁ ତପସ୍ଵିନୀଙ୍କୁ ବାହାରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବେ ? ମାମଲାର ଦିନ ବଢିବା ସହ କେସ ଏବଂ ପିଟିସନ ସଂଖ୍ୟା ମଧ୍ୟ ବଢି ବଢି ଯାଇଛି ।

ସନ୍ଦେହ କରାଯାଉଛି ଯେ, ଆଜୀବନ କାଳ କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇ ରହିଯିବେ ସ୍ଵାମୀ ସ୍ତ୍ରୀ । ଏବେ ସମସ୍ତେ ଅପେକ୍ଷା କରି ରହିଛନ୍ତି ଆସନ୍ତା ୮ , ୯ ଏବଂ ୧୦ ତାରିଖକୁ । ଉଭୟ କୋର୍ଟ ସୁମିତ ଓ ତପସ୍ଵିନୀଙ୍କ ମାମଲାରେ କଣ ରାୟ ଶୁଣାଇବେ ଏହାରି ଉପରେ ଏବେ ସମସ୍ତଙ୍କ ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।