ଅଡୁଆରେ Shweta Tiwari ! ୱେବସିରିଜ ପ୍ରମୋଶନ କରିବା ସମୟରେ ଭଗବାନ ଓ ବ୍ରା’ କୁ ନେଇ କହିଲେ ଏମିତି… ହେଇଗଲା ହଙ୍ଗାମା ! ଦେଖନ୍ତୁ video 

ମଧ୍ୟପ୍ରଦେଶରେ ନିଜ ୱେବସିରିଜର ପ୍ରଚାର କରିବା ପାଇଁ ନିଜ ଟିମ୍ ସହ ପହଞ୍ଚିଥିଲେ ଶ୍ଵେତା ତିୱାରୀ । ଆଉ ଏହି ସମୟରେ ସେ ଏଭଳି କିଛି ବୟାନ ଦେଇଥିଲେ ଯେ ତାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ଶ୍ଵେତା ନିଜ ବୟାନରେ କହିଥିଲେ କି, ତାଙ୍କ ବ୍ରା ସାଇଜ ଭଗବାନ ନେଉଛନ୍ତି । ଶ୍ଵେତା ତିୱାରୀଙ୍କ ଏହି ବୟାନକୁ ଲୋକେ ଆଲୋଚନା କରିବା ସହ ଅନେକ ସ୍ତରରେ ତୀବ୍ର ନିନ୍ଦା ମଧ୍ୟ କରୁଛନ୍ତି । ଏନେଇ ମଧ୍ୟପ୍ରଦେଶର ଗୃହ ମନ୍ତ୍ରଣାଳୟ କମିଶନର ସ୍ତରରେ ଏହି ପୁରା ମାମଲାର ରିପୋର୍ଟ ମଧ୍ୟ ମାଗିଛନ୍ତି ।

ଶ୍ଵେତା ୨୬ ଜାନୁୟାରୀ ରାତିରେ ମୁମ୍ବାଇ ଫେରି ଆସିଥିଲେ । କିନ୍ତୁ ଶ୍ଵେତାଙ୍କ ବୟାନ ପରେ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ରହିଛି । ତାଙ୍କ ୱେବସିରିଜର ଷ୍ଟାରକାଷ୍ଟ ଓ ପ୍ରଡ଼କ୍ସନ ଟିମ୍ ସହ ଶ୍ଵେତା ଭୋପାଳରେ ପହଞ୍ଚିଥିଲେ । ୱେବସିରିଜର ପ୍ରମୋଶନ କାର୍ଯ୍ୟକ୍ରମ ସମୟରେ ଅନ୍ୟ ସମସ୍ତଙ୍କ ସହ ଶ୍ଵେତା ଷ୍ଟେଜରେ ବସିଥିଲେ । ଏହି ସମୟରେ କଥାବାର୍ତ୍ତା ହେଉଥିବା ବେଳେ ହସମଜା ମଧ୍ୟ ଚାଲିଥିଲା । ସେତେବେଳେ ଶ୍ଵେତା କହିଥିଲେ କି, “ମୋ ବ୍ରା ସାଇଜ ଭଗବାନ ନେଉଛନ୍ତି ।”

ସାର୍ବଜନୀକ ମଞ୍ଚ ଉପରେ ଶ୍ଵେତାଙ୍କ ଏହି ବୟାନକୁ ଅଶ୍ଳୀଳତା ପ୍ରଚାର କରିବା ସହ ଯୋଡା ଯାଉଛି । ଏହାସହ କିଛି ଲୋକ ଏହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବା କଥା ମଧ୍ୟ କହୁଛନ୍ତି । ସୋସିଆଲ ମିଡିଆରେ ଶ୍ଵେତାଙ୍କର ଏହି ଭିଡିଓ ନିଆଁ ଭଳି ଭାଇରାଲ ହେଉଛି । ୨୭ ଜାନୁୟାରୀ ଦିନ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ମିଡିଆରେ ନିଜ ସାକ୍ଷାତକାର ଦେବା ସମୟରେ ଶ୍ଵେତା ତିୱାରୀଙ୍କ ଏହି ବୟାନକୁ ନେଇ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବା କଥା ମଧ୍ୟ କହିଛନ୍ତି ।

ଶ୍ଵେତା ତିୱାରୀ ଯେଉଁ ୱେବସିରିଜ ପ୍ରମୋଶନ କରିବା ପାଇଁ ଯାଇଥିଲେ ତାହା ଭୋପାଲରେ ହିଁ ଶୁଟିଙ୍ଗ ହେବ । ମନୀଷ ହରିଶଙ୍କରଙ୍କ ନିର୍ଦ୍ଦେଶନାରେ ହେବାକୁ ଥିବା ‘ଶୋ ଷ୍ଟପର୍ସ’ ନାମକ ଏହି ୱେବସିରିଜରେ ଶ୍ଵେତା ତିୱାରୀଙ୍କ ସହ ରୋହିତ ରୟ, କଂବଲଜୀତ, ସୌରଭ ରାଜ ଜେନ ମଧ୍ୟ ନଜର ଆସିବେ । ସୋରଭ ରାଜ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ ଏହି ୱେସିରିଜରେ ଜଣେ ବ୍ରା ଫିଟର ଭାବେ ନଜର ଆସିବେ ।

ତେଣୁ ତାଙ୍କ ଉଦ୍ଦେଶ୍ୟରେ ଶ୍ଵେତା ଏପରି କହି ଦେଇଥିଲେ । କିନ୍ତୁ ଶ୍ଵେତା ଋୱାରୀଙ୍କ ଏହି ବୟାନ ପରେ ଶ୍ଵେତା ଏବଂ ୱେବସିରିଜର ଡାଇରେକ୍ଟରଙ୍କ ଉପରେ ମାମଲା ରୁଜୁ କରାଯିବାକୁ ନେଇ ବିଭିନ୍ନ ମହଲରେ ଦାବି କରାଯାଉଛି । ଶ୍ଵେତା ନିଜ ବୟାନ ପାଇଁ ସାର୍ବଜନୀକ ସ୍ତରରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ହିନ୍ଦୁ ସଂଗଠନ ଦାବି କରିଛି ।

ନଚେତ ଭୋପାଲରେ ଏହି ୱେବସିରିଜର ଶୁଟିଙ୍ଗ ହେବାକୁ ଦିଆଯିବ ନାହିଁ ବୋଲି ହିନ୍ଦୁ ସଂଗଠନ ଚେତାବନୀ ଦେଇଛି । ଏହା ପୂର୍ବରୁ ମଧ୍ୟ ଏଁକ ଥର ଶ୍ଵେତା ବିବାଦରେ ଫସିଛନ୍ତି । ତାଙ୍କର ଦୁଇ ଦୁଇଟି ଅସଫଳ ବିବାହକୁ ନେଇ ମଧ୍ୟ ପୂର୍ବରୁ ଶ୍ଵେତା ଆଲୋଚନାରେ ରହି ଆସିଛନ୍ତି । ତେବେ ଶ୍ଵେତାଙ୍କ ଏହିପରି ବୟାନ ଉପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।