‘ବାପା ସୁମିତ ତୁ ଯୋଉଠି ଅଛୁ ଧନ, ତୋ ସ୍ତ୍ରୀ ପାଖକୁ ଚାଲିଆ ଧନ ତୁମେ ପରସ୍ପରକୁ କେତେ ଭଲ ପାଉଛ, ଆଉ…’ ନେହୁରା ହେଇ Sumit ଙ୍କୁ କଣ କହିଲେ Pramila ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତପସ୍ଵିନୀ ସୁମିତ ମାମଲାରେ ପ୍ରମିଳାଙ୍କର ଏକ ବଡ ଭୂମିକା ରହିଛି । ପ୍ରଥମ ଦିନରୁ ହିଁ ପ୍ରମିଳା ତପସ୍ଵିନୀଙ୍କ ସହ ସମସ୍ତ କଷ୍ଟରେ ଛିଡା ହୋଇ ଆସୁଛନ୍ତି । ସେ ତପସ୍ଵିନୀଙ୍କ ସହ ୧୧ ଦିନ ଯାଏଁ ଧାରଣାରେ ବସି ରହିଥିଲେ । କୋର୍ଟ ନିଷ୍ପତ୍ତି ଅନୁସାରେ ଉଭୟ ତପସ୍ଵିନୀ ଓ ସୁମିତଙ୍କୁ ଏକା ସହ ଗୋଟିଏ ଘରେ ରହିବାର ଥିଲା ।

ହେଲେ ସୁମିତ ନିଜ ସ୍ତ୍ରୀଙ୍କୁ ଛାଡି ଚମ୍ପଟ ମାରିଥିଲେ ଏବଂ ଏ ପର୍ଯ୍ୟନ୍ତ ସୁମିତଙ୍କର କୌଣସି ଖୋଜ ଖବର ନାହିଁ । ଅନ୍ୟ ପକ୍ଷରେ ତପସ୍ଵିନୀ ପୁଣି କୋର୍ଟର ଦ୍ଵାରସ୍ତ ହୋଇଛନ୍ତି ଓ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତପସ୍ଵିନୀଙ୍କୁ ସାହାସ ଦେବା ପାଇଁ ପୁଣି ଆସିଯାଇଛନ୍ତି ପ୍ରମିଳା ଓ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ପ୍ରମିଳାଙ୍କ ଏହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରମିଳା ସୁମିତଙ୍କ ପାଇଁ ଏକ ମେସେଜ ଦେଇଛନ୍ତି ଓ କହିଛନ୍ତି-‘ବାପା ତୁ ଯେଉଁଠି ବି ଅଛୁ ଓ ସ୍ତ୍ରୀ ପାଖକୁ ଚାଲିଆସେ ଧନ । ସୁମିତ ତୁ ତାକୁ କେତେ ଭଲ ପାଉଛୁ ସେ ଟଟେ କେତେ ଭଲ ପାଉଛି । ତୁ ଯେତେ ଦୂରରେ ଥିଲେ ମଧ୍ୟ ତୋତେ ୧୦ ମାସ ଗର୍ଭରେ ରଖିଥିବା ମାକୁ ପଚାର ମୁ ମଧ୍ୟ ଗୋଟେ ମା । ତୁ ଯେତେ ଯାହା ହେଲେ ବି ଧନ ତୁ ଯେଉଁଠି ବି ଅଛୁ ତୁ ତୋ ସ୍ତ୍ରୀ ସହିତ ସଂସାର କରେ ଭଲରେ ରହ’ ।

ଆଗକୁ ପ୍ରମିଳା କହିଛନ୍ତି-‘ଆଜି ତୋର ଯେଉଁ ଭଳି ପରିସ୍ଥିତି ହୋଇଛି ଝିଅର ଯଦି କିଛି ହେବ ତୋ ବାପା କଣ ଚାକିରି ଖାଇଦେବ ବୋଲି କଣ କହୁଛି ତୋ ଚାକିରି ପଳେଇବର ଧନ ତୁ ତୋ ସ୍ତ୍ରୀ ପାଖକୁ ପଳେଇ ଆସେ । ଯାହା ହେଉ ଆସ୍କା ଆସି ମୋ ଝିଅ ମତେ ଫୋନ ମାଧ୍ୟମରେ ସବୁ କିଛି ଜଣାଇଲା ।

ତା ପାଖରେ ପଇସା ପତ୍ର ନାହିଁ ଲୁଗାପଟା ନାହିଁ ମୁ ସବୁ ଧରିକି ଆସିଲି । ମୋ ଝିଅ ମୋତେ ସବୁ କଥା କାନ୍ଦିକି କହିବା ପରେ ମୁ ତାକୁ ସାହାସ ଦେଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରମିଳା ଗଣମାଧ୍ୟମ ସାମ୍ନାରେ ବୟାନ ଦେଇଛନ୍ତି ତେବେ ପ୍ରମିଳାଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।