‘Sumit ଙ୍କୁ ଡକ୍ଟର ଡିଗ୍ରୀ ଦେଲା କିଏ ? ତୁମ ୱାଇଫ କଣ ତୁମର…’ ସୋସିଆଲ ମିଡିଆରେ Sumit ଙ୍କ ଉପରେ ଫାୟାର ହେଲେ Harapriya Rath ! ସେ କଣ କହୁଛନ୍ତି ଦେଖନ୍ତୁ ଏହି video

ଅନେକ ଦିନ ଧରି ଲୁଚି ରହିବା ପରେ ଯେତେବେଳେ ତପସ୍ଵିନୀ ଜନ ସାଧାରଣଙ୍କ ସମର୍ଥନରେ ତାଙ୍କ ବାରଣ୍ଡାରେ ଯାଇ ବସିଲେ ସେତେବେଳେ ସୁମିତ ଭିଡିଓ ବନେଇ ଛାଡିଲେ । ଆଉ ଏହାପରେ ତାଙ୍କୁ ଜବାବ ଦେବାକୁ ବାହାରିଛନ୍ତି ତପସ୍ଵିନୀଙ୍କ ସମର୍ଥକ ମାନେ । ଆଜି ଆମେ ଆପଣଙ୍କୁ ତପସ୍ଵିନୀଙ୍କ ଆଉ ଜଣେ ସମର୍ଥକ ଦେଇଥିବା ବୟାନ ଜଣାଇବାକୁ ଯାଉଛୁ । ଭିଡିଓରେ ସୁମିତ କହିଥିଲେ କି, ଜନ ସାଧାରଣ ଆସି ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଏବଂ ମାନ ସମ୍ମାନ ହାନି କରିଛନ୍ତି । ଏଥିପାଇଁ ସେ ତାଙ୍କ ବାପାଙ୍କୁ କହି କୋର୍ଟରେ ଏକ କେସ୍ କରିବେ ।

ସେଥିପାଇଁ ଏହି ମହିଳା ତଥା ହରପ୍ରିୟା ରଥ ସୁମିତଙ୍କୁ ପ୍ରଶ୍ନ କରିଛନ୍ତି କି, ଆପଣ ବିବାହ କରିଥିବା ଆପଣଙ୍କ ପତ୍ନୀ କଣ ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି ? ତପସ୍ଵିନୀ ଶୀତ କାକାରରେ ପଡିରହି କୁକୁର ବିଲେଇ ସହ ଶୋଉଥିବା ବେଳେ ଆପଙ୍କ ପତ୍ନୀ କେତେ କଷ୍ଟ ପାଉଛନ୍ତି ଆପଣଙ୍କୁ କ’ଣ ଦେଖାଯାଉ ନଥିଲା ? ଆପଣ କ’ଣ ଜଣେ ହୃଦୟହୀନ ମଣିଷ କି ? ମ୍ୟାରେଜ କରିବା ବେଳେ ସବୁ ଠିକ୍ ଲାଗୁଥିଲା ।

କିନ୍ତୁ ବର୍ତ୍ତମାନ ନିଜର ଅଧିକାର ମାଗୁଥିବାରୁ ତପସ୍ଵିନୀ ଭୁଲ୍ ହୋଇଗଲେ । ଯଦି ଆପଣଙ୍କ ପରିବାରର ଇଜ୍ଜତ ପ୍ରତି ଆପଣଙ୍କର ଏତେ ଧ୍ୟାନ ରହିଛି ତେବେ ପ୍ରଥମ ଦିନରୁ ହିଁ ଆପଣ ତପସ୍ଵିନୀଙ୍କୁ ନିଜ ଘରକୁ ନେଇଥାନ୍ତେ । ଆପଣ ଘରେ ସମାଧାନ କରି ପାରିଲେନି ବୋଲି ସେ ରୋଡକୁ ବାହାରିଲେ । ଖରାପ ଲାଗୁନି ଆପଣଙ୍କୁ ଡକ୍ଟର ଡିଗ୍ରୀ ଦେଲା କିଏ ? ରକ୍ଷକ ସାଜିବା କଥା କିନ୍ତୁ ଆପଣ ଭକ୍ଷକ ସାଜିଗଲେଣି ।

ଆପଣ ଏତେ ତଳକୁ କେମିତି ଖସିଗଲେ ଡକ୍ଟର ସୁମିତ ? ଗୋଟେ ଏତେ ଶୀତରେ ବାହାରେ ବସି ଲଢୁଛି ଦେଖି ସହି ପାରିଲେନି ବୋଲି ସେମାନେ ଆପଣଙ୍କ ବ୍ୟକ୍ତିଗତ ସମ୍ପତ୍ତି ଭାଙ୍ଗିବାକୁ ବାଧ୍ୟ ହେଲେ । ଏତେ ଶୀତରେ ବିଲେଇ କୁକୁର ସହ ଆପଣ ବାହାରେ ଶୋଇପାରିବେ ? ଆପଣା ତ ଚୋର ଭଳି ଲୁଚିକରି ରହିଛନ୍ତି । ଆପଣ କହୁଛନ୍ତି କି, ତପସ୍ଵିନୀ କୋର୍ଟ ଏବଂ ଆଇନକୁ ଅବମାନନା କରୁଛନ୍ତି । ତେବେ ଆପଣ ସେସବୁ କେତେ ମାନିଛନ୍ତି ?

ଆପଣ ଭଲ ହୋଇଥିଲେ କୋର୍ଟ ସହ ପବ୍ଲିକକୁ ମଧ୍ୟ ସାମନା କରିଥାନ୍ତେ ଏବଂ ମିଡିଆରେ ନିଜ ପକ୍ଷ ରଖନ୍ତେ । କିନ୍ତୁ ଆପଣ କେବଳ ଲୁଚି ରହୁଛନ୍ତି । ଆପଣଙ୍କର ଭୁଲ୍ ଅଛି ବୋଲି ଆପଣ ସାମ୍ନାକୁ ଆସୁ ନାହାନ୍ତି । ଶହ ଶହ ଜନତା ତପସ୍ଵିନୀଙ୍କ ସହ ଅଛନ୍ତି ଆଉ ରହିବେ ମଧ୍ୟ । ଦରକାର ପଡିଲେ କଟକ, ଭୁବନେଶ୍ବର, ବାଲେଶ୍ଵର ସବୁ ଜିଲ୍ଲାର ମହିଳାମାନେ ସେଠାକୁ ଯିବେ । ଏହିପରି କହି ଡାକ୍ତର ସୁମିତଙ୍କୁ ଭର୍ତ୍ସନା କରିଛନ୍ତି ଏହି ହରପ୍ରିୟା । ଆପଣ ତାଙ୍କ ମନ୍ତବ୍ୟରେ ସହମତ କି ନୁହେଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।