କ୍ରିକେଟ୍ ହେଲା କାଳ ! ବୋଲିଂ କରୁ କରୁ ଚାଲିଗଲା ଜୀବନ ! ଏହି ଦୁଃଖଦ ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ

ଏକ ଭିଡିଓରେ କାହ୍ନୁ କହିଥିଲା କି, ‘ଏବେ ବଞ୍ଚିଛି କଥା ହେଇଯାଅ, ମରିଗଲା ପରେ ଖୋଜିଲେ ବି ପାଇବନି ।’ ଆଉ ଏହା ଥିଲା କାହ୍ନୁର ଶେଷ ଭିଡିଓ । ଆଉ ଆଜି ସତରେ କାହ୍ନୁ ଏତେ ଦୂରକୁ ଚାଲିଯାଇଛି ଯେ ତାଙ୍କୁ କେହି ଖୋଜିଲେ ବି ପାଉ ନାହାନ୍ତି । ସେ ଯିବାପରେ ବାପାମାଆ ଏକଦମ ଦୁଃଖରେ ଭାଙ୍ଗି ପଡିଛନ୍ତି । କାନ୍ଦି କାନ୍ଦି ଅଚେତ ହୋଇ ଯାଉଛନ୍ତି । ମୃତ୍ୟୁ କେତେବେଳେ କେମିତି ଆସିବ ଏହା କେହି ମଧ୍ୟ କହିପାରେ ନାହିଁ ।

କିନ୍ତୁ ଏହି ୧୮ ବର୍ଷୀୟ କାହ୍ନୁଙ୍କ କ୍ଷେତ୍ରରେ ଏହା ଯେମିତି ଆସିଲା ଏହା ତାଙ୍କ ପରିବାର ସହ ସାରା ଗାଁ’କୁ ମଧ୍ୟ ସ୍ତବ୍ଧ କରିଦେଲା । ଖେଳୁ ଖେଳୁ ପଡିଆରେ ଚାଲିଗଲା କାହ୍ନୁର ଜୀବନ । ଯାଜପୁର ଜିଲ୍ଲା ବରୀ ବ୍ଲକର ୧୮ ବର୍ଷୀୟ ବାଳକ ହେଉଛନ୍ତି କାହ୍ନୁଚରଣ ପରିଡା ଓରଫ ଆପୁନ୍ । ଛୋଟବେଳୁ ସେ ଜଣେ କ୍ରିକେଟପ୍ରେମୀ ଥିଲେ । ଭଲ ଖେଳୁଥିବାରୁ ତାଙ୍କ ଏରିଆର ସବୁ ଦଳ ତାଙ୍କୁ ମ୍ଯାଚ ଜିତିବା ପାଇଁ ନିଅନ୍ତି । ଭଲ ବ୍ୟାଟିଂ ସହ ଭଲ ବୋଲିଂ ମଧ୍ୟ କରୁଥିଲେ କାହ୍ନୁ ।

ହେଲେ କିଏ ଜାଣିଥିଲା ସେହି କ୍ରିକେଟ ଖେଳ ହିଁ ତା’ ଜୀବନ ନେଇଯିବ, ତାହା ପୁଣି କ୍ରିକେଟ ପଡିଆରେ । ସେଦିନ ମ୍ଯାଚ ଥିଲା ଖୁବ୍ ଉତ୍କଣ୍ଠାପୂର୍ଣ୍ଣ । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ଗାଁକୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲା କାହ୍ନୁ । ମ୍ଯାଚ ଟାଇ ହୋଇଯିବାରୁ ସୁପର ଓଭର ଖେଳା ଯାଇଥିଲା । ଚାରି ଓଭର ବିଶିଷ୍ଟ ଏହି ମ୍ଯାଚରେ ଶେଷ ଓଭର ବୋଲିଂ କରୁଥିଲେ କାହ୍ନୁ । ଆଉ ଶେଷ ବଲ୍ ରେ ମ୍ଯାଚ ଜିତାଇ ଦେଇଥିଲେ । ଆଉ ଏହାପରେ ସାରା ପଡିଆରେ ଖେଳି ଯାଇଥିଲା ଖୁସିର ସେଲିବ୍ରେସନ ।

ହେଲେ ମାତ୍ର ଗୋଟିଏ ମୂହୁର୍ତ୍ତରେ ସବୁ ଖୁସି ଦୁଃଖରେ ପରିଣତ ହୋଇ ଯାଇଥିଲା । ମ୍ଯାଚ ଜିତିବାର ଏତେ ଅଧିକ ଥିଲା ଯେ ସେହି ପଡିଆରେ ହିଁ ଟଳି ପଡିଥିଲା କାହ୍ନୁ । ସେ ଦଶ ହଜାର ଟଙ୍କା ପୁରସ୍କାର ପାଇବାର ଥିଲା, କିନ୍ତୁ ଏହା ପୂର୍ବରୁ ତାକୁ ହୃଦଘାତ ହୋଇ ଯାଇଥିଲା । ଏହି ଦୁଃଖଦ ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ । ଖେଳ ସାଥିମାନେ ମଧ୍ୟ ସେଦିନର ଘଟଣା ମନେପକାଇ ଦୁଃଖ କରୁଛନ୍ତି ।

ଜୀବନକୁ ଭଲଭାବେ ଜାଣିବା ଆଗରୁ ଚାଲି ଯାଇଥିଲା କାହୁନୁର ଜୀବନ । ଯେଉଁ ଖେଳ ପଡିଆକୁ ସେ ଏତେ ଭଲ ପାଉଥିଲା ସେ କ’ଣ ଜାଣିଥିଲା କି ସେଇଠି ହିଁ ତା’ ପାଇଁ ଛକି ବସିଛି ମୃତ୍ୟୁ ! ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।