ଆପଣ ଦୁନିଆରେ ବହୁତ ଅଜବ ଅଜବ ସଉକ ରହିଥିବା ଲୋକଙ୍କ ବିଷୟରେ ଶୁଣିଥିବେ ବା ଦେଖିଥିବେ । କୁକୁର, ବିଲେଇଙ୍କ ଠାରୁ ନେଇ ମାଛ ଓ ସାପ ଆଦି ଲୋକେ ଘରେ ପାଳନ୍ତି ଓ ସେମାନଙ୍କୁ ଅତି ସ୍ନେହଶ୍ରଦ୍ଧା କରି ଘରେ ରଖନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିନ୍ନ ସଉକ ପାଳିଥିବା ବ୍ୟକ୍ତିଙ୍କ ସହ ପରିଚୟ କରାଇବୁ । ଯାହା ଆପଣ ଜୀବନରେ ହୁଏତ କେବେ ଶୁଣି ନଥିବେ କି ଦେଖି ନଥିବେ । ଆଜ୍ଞା ହଁ, ଆପଣ କେବେ ଭାବିଛନ୍ତି କି କୌଣସି ଶୁଖୁଆକୁ ବି କିଏ ପାଳିଥିବ ?

କଥାଟା ଏକଦମ ଅଜବ ଲାଗୁଥିଲେ ବି ନିରାଟ ସତ୍ୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵରର ଚାନ୍ଦବାଲିରେ । ଗୋରିଏ ଶୁଖୁଆ ପ୍ରତି ଏହି ବୃଦ୍ଧ ବ୍ୟକ୍ତିଙ୍କ ପ୍ରେମ ଦେଖିଲେ ଆପଣଙ୍କୁ ଅଜବ ଲାଗିବ । ପ୍ରକୃତରେ ବ୍ୟକ୍ତିଜଣକ ଜଣେ ଶୁଖୁଆ ବିକାଳି । ଓଡିଶାର ଲୋକେମାନେ ଶୁଖୁଆ ଖାଇବାକୁ ବହୁତ ପାଆନ୍ତି । ଖରାଦିନେ ଗରିବରୁ ଗରିବ ଲୋକରେ ପାଟିରେ ବି ପଖାଳ ସାଙ୍ଗକୁ ଶୁଖୁଆ ଭଜା ଟିକେ ବାଜିଗଲେ ସରଗ ସୁଖ ଭଳି ଲାଗେ ।
ତେବେ ଏହି ଶୁଖୁଆ ବିକାଳିଙ୍କ ନାମ ହେଉଛି ନୃସିଂହ ଦାସ । ସେ ସେହି ସ୍ଥାନରେ ଦୀର୍ଘ ୬୦ ବର୍ଷ ହେଲା ଶୁଖୁଆ ବେପାର କରୁଛନ୍ତି ଓ ସେଇଥିରେ ନିଜ ଜୀବିକା ଚଳାଉଛନ୍ତି । ଶୁଖୁଆ ବେପାର କରି ଯାହା ଧନ ସଞ୍ଚୟ କରିଛନ୍ତି ସେଥିରେ ତିନି ଝିଅ ଓ ପୁଅର ବାହାଘର କରିବା ପାଇଁ ସେ ଆଶା ରଖିଛନ୍ତି । କିନ୍ତୁ ତାଙ୍କ ଶୁଖୁଆ ପସରା ଆଗରେ ଏକ ଶୁଖୁଆକୁ ଫୁଲ ମାଳ ପିନ୍ଧେଇ ଟାଙ୍ଗିଛନ୍ତି ଓ ଏହାକୁ ନିଜେ ହାତରେ ଝୁଲାଉଛନ୍ତି ଦେଖିବାକୁ ମିଳିଥିଲା ।
ଏନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ କି ସେହି ଶୁଖୁଆର ନାଁ ହେଉଛି ଚମ୍ପା ଯିଏକି ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି । ସେ ତାକୁ ଖୁବ ଖୁବ ଭଲ ପାଆନ୍ତି ତେଣୁ ତାକୁ ସାବୁନ ଲଗେଇ ଗାଧୋଇ ଦିଅନ୍ତି ଓ ଫୁଲ ଦେଇକି ଚାହା ବିସ୍କୁଟ ମଧ୍ୟ ଖାଇବାକୁ ଦିଅନ୍ତି । ସେ ଚମ୍ପାକୁ ବିକିବେ ନାହିଁ ବରଂ ତାକୁ ଛାଡି ଆଉ ଯାହା ଶୁଖୁଆ ଅଛି ସେସବୁ ବିକିବେ । ଇଲିଶି, କୋକିଳ, କଣ୍ଟିଆ, ମୁସୁରା ଏହାସହ ଆହୁରି ଅନେକ ଶୁଖୁଆର ନାଁ ସେ କହି ଯାଇଥିଲେ ।

ସେସବୁ ବିକ୍ରି କରିବେ କିନ୍ତୁ ସଉକରେ ରଖିଥିବା ଚମ୍ପାକୁ ସେ ବିକିବେ ନାହିଁ ବୋଲି କହିଥିଲେ । ତେବେ ଶୁଖୁଆ ପ୍ରତି ଏହି ବ୍ୟକ୍ତିଙ୍କ ଅଜବ ସଉକ ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।