ଆଜି କାଲିର ବ୍ୟସ୍ତ ଜୀବନରେ ଆମେ ଅଧିକ ସମୟ ଧରି କାମ କରୁଛୁ ମାତ୍ର ଏହା ଆମ ଶରୀରକୁ ହାନି କରାଇ ବାରେ ଲାଗିଛି । କିଭଳି ଆସନ୍ତୁ ଜାଣିବା । ମନରେ ଶାନ୍ତି ନଥିଲେ କିମ୍ବା ଚିନ୍ତା ଅଧିକ ମାତ୍ରାରେ ଥିଲେ ଆମେ ସଠିକ ଭାବେ ସୋଇ ପାରୁନା । ନ ଶୋଇବା ଦ୍ଵାରା ଆମର ଶରୀର ଅଧିକ ଦୁର୍ବଳ ହୋଇ ଯାଇ ଥାଏ । ଚେହେରାରେ ଫରକ ଜଣା ପଡେ । ଚେହେରା ସଙ୍କୁଚିତ ହୋଇ ଯାଏ । ଆଖି ତଳେ କଳା ଦାଗ ଆସି ଯାଏ । ଆଖିର ଶକ୍ତି କମି ଯାଏ । ଚୁଟି ଝଡି ବାକୁ ଲାଗେ । ଏହି ସବୁ ସମସ୍ଯା ରହିଲେ ମଣିଷର ଆୟୁଷ ମଧ୍ୟ କମିବାରେ ଲାଗେ ।
ନିଦ ଜୀବନର ଏକ ଅଭିନ୍ନ ଅଙ୍ଗ ଭଳି । ଏହା ଆମ ଶରୀର ଓ ମସ୍ତିସ୍କ ଉଭୟକୁ ଏକ ପ୍ରକାର ଭଲ ରଖିବାର ଉପାୟ । ତେବେ ଆମେ ଆଜି ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ଯାହାକୁ ସେବନ କରିବା ଦ୍ଵାରା ଆପଣ ନିଦରେ ସୋଇ ପାରିବେ । ଆପଣ କିଛି ଧନିଆ କୁ ଏକ ଗ୍ଲ୍ଯାସ ପାଣିରେ ଫୁଆନ୍ତୁ ଏହା ର ଆଧାର ଅଧା ହେବା ଯାଏ ।

ଏହା ପରେ ଆପଣ ଏଥିରେ କିଛି ମିଶ୍ରି ମିଶାଇ ଏହାକୁ କ୍ଷୀର ସହ ସେବନ କରନ୍ତୁ ଏହା ଦ୍ଵାରା ଭଲ ନିଦ ହେବ । ରାତିରେ ଶୋଇବା ପୂର୍ବରୁ ତ୍ରିଫଳା ଗୁଣ୍ଡକୁ ଗରମ ପାଣିରେ ମିଶେଇ ପିବା ଦ୍ଵାରା ମଧ୍ୟ ନିଦ ଭଲ ହୁଏ । କାରଣ ରାତିରେ ଅଧିକ ସମୟ ଯାଏ ପାଚନ କ୍ରିୟା ଚାଲିଲେ ନିଦ ହୁଏନି । ଏହା ଛଡା ଗୋଲାପ ପାଖୁଡା ୧୫୦ ଗ୍ରାମ ର ନେଇକି ସେଥିରେ ୫୦ ଗ୍ରାମ ଭାଙ୍ଗ ଓ ୨୦୦ ଗ୍ରାମ ମିଶି ମିଶେଇକି ଏକ ସର୍ବତ ବନାନ୍ତୁ ଓ ଏହାକୁ ପିଆନ୍ତୁ । ଏହା କୁ ଆପଣ କ୍ଷୀର ସହ ମଧ୍ୟ ପି ପାରିବେ ।

ଯଦି ଆପଣଙ୍କୁ ଥଣ୍ଡା କିମ୍ବା କାଶ ନାହି ତେବେ ଆପଣ ଗୋଟେ କିମ୍ବା ଦୁଇଟି କଦଳୀ ରାତିରେ ଖାଇବା ଦ୍ଵାରା ଆପଣ ନିଦରେ ସୋଇ ପାରିବେ । କଦଳୀ ଖାଇବା ଦ୍ଵାରା ଆପଣଙ୍କୁ ରାତିରେ ଭୋକ ହୁଏନି । ଆପଣ ଆୟୁରବେଦାର ଅନେକ ନାମ ଜାଣି ଥିବେ ତେବେ ଆପଣ କିଛି ଭଲ କମ୍ପାନୀର ଶଙ୍ଖ ପୁଷ୍ପପି ଗୁଣ୍ଡ ଓ ଅଶ୍ଵଗନ୍ଧା ଗୁଣ୍ଡ ଆଣି ନିଜ ଆକଳନ ଅନୁସାରେ ଏହାକୁ ଅଧା ଅଧା ମିଶାଇ କ୍ଷୀର ସହ ରାତିରେ ସେବନ କରନ୍ତୁ ।

ଏଭଳି କରିବା ଦ୍ଵାରା ଆପଣଙ୍କର ନିଦ ଭଲ ହେବ ଓ ଆପଣ ଏକ ଚିନ୍ତା ମୁକ୍ତ ନିଦ୍ରା ପାଇ ପାରିବେ । ତେବେ ଏହା କରିବା ସହ ଆପଣ ଶୋଇବା ର ୨ ଘଣ୍ଟା ଆଗରୁ କିଛି ଖାଇ ନିଅନ୍ତୁ । ନିଜକୁ ଶୋଇବା ପୂର୍ବରୁ କିଛି ଏଭଳି କାମରେ ବ୍ୟସ୍ତ କରନ୍ତୁ ଯାହା ଆପଣଙ୍କୁ ଖୁସି ଦିଏ । ଜେଭଳି ଗୀତ ଶୁଣିବା ,ବହି ପଢିବା କିଛି ସମୟ ପାଇଁ ଯୋଗ କରିବା ।

କିଛି ସମୟ ଯଦି ଆପଣ ଧ୍ୟାନ କରିବେ ତାହା ମଧ୍ୟ ଆପଣଙ୍କୁ ଏକ ସୁସ୍ଥ ମସ୍ତିସ୍କ ପ୍ରଦାନ କରିବ । ଏହା ବ୍ଯତୀତ ଆପଣ ଶୋଇବା ପୂର୍ବରୁ କିଛି ଚିନ୍ତା କରିବା ଛାଡି ଦିଅନ୍ତୁ । ଏଭଳି କରିବା ଦ୍ଵାରା ଆପଣ ନିଜକୁ ନିଜ କିଛି ମାତ୍ରାରେ ହାଲୁକା କରି ପାରିବେ । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୁଚନା ଭଲ ଲାଗେ ପେଜକୁ ଲାଇକ କରନ୍ତୁ ।