Sudasha Brata 2022: ନିଶ୍ଚୟ କରନ୍ତୁ ଏହି 5 ଗୋଟି ଖାସ୍ ଉପାୟ, ମାତା ଲକ୍ଷ୍ମୀ ଆପଣଙ୍କ ଘରେ ଧନର ବର୍ଷା କରିବେ

ଆଜି ହେଉଛି ପବିତ୍ର ସୁଦଶା ବ୍ରତ । ହିନ୍ଦୁ ଧର୍ମର ପ୍ରାୟ ସବୁ ମହିଳା ଏହି ବ୍ରତକୁ ବେଶ ଗୁରୁତ୍ଵର ସହ ପାଳନ କରିଥାନ୍ତି । ସୁଦଶା ବ୍ରତ ମା’ ଲକ୍ଷ୍ମୀଙ୍କର ଅତିପ୍ରିୟ ହୋଇଥିବାରୁ ଏହାକୁ ନିଷ୍ଠାର ସହ ପାଳନ କରିବା ଦ୍ଵାରା ଘର ସୁଖଶାନ୍ତି ଓଫ ଐଶ୍ଵର୍ଯ୍ୟରେ ପରିପୂର୍ଣ୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ୫ଟି ଉପାୟ ବିଷୟରେ କହିବୁ ଯାହା ଆପଣ ପାଳନ କରିବା ଦ୍ଵାରା ଆପଣଙ୍କ ଉପରେ ମା’ ଲକ୍ଷ୍ମୀ ଧନର ବର୍ଷା କରିବେ । ଆସନ୍ତୁ ଜାଣିବା କଣ ସେହି ଉପାୟ ଗୁଡିକ ।

କୌଣସି ମାସର ଶୁକ୍ଲପକ୍ଷ ଦଶମୀ ତିଥି ଗୁରୁବାରରେ ପଡିଲେ ସେଦିନକୁ ସୁଦଶା ବ୍ରତ ଭାବେ ପାଳନ କରାଯାଏ । ଏହିଦିନ ବିବାହିତା ମହିଳାମାନେ ମାତା ଲକ୍ଷ୍ମୀଙ୍କ ପୂଜା କରିବା ସହ ଏକ ବ୍ରତକୁ ହଳଦୀ ପାଣିରେ ଧୋଇଥାନ୍ତି । ଏହାସହ ମାତା ଲକ୍ଷ୍ମୀଙ୍କ ଦଶଟି ନାମ ନେଇ ସେହି ବ୍ରତରେ ୧୦ଟି ଗଣ୍ଠି ପକାଇଥାନ୍ତି । ଏହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ନିଜ ଡାହାଣ ପଟ ବାହୁରେ ସେହି ବ୍ରତକୁ ବାନ୍ଧି ରଖିଥାନ୍ତି । ତେବେ ଏହାଛଡା ଆହୁରି କିଛି ଉପାୟ ଅଛି ଯାହା ଆପଣ ସୁଦଶା ବ୍ରତ ଦିନ କରି ମାତା ଲକ୍ଷ୍ମୀଙ୍କ କୃପା ପାଇପାରିବେ ।

ପ୍ରଥମ ଉପାୟଟି ହେଉଛି, ସୁଦଶା ବ୍ରତ ଦିନ ଘରକୁ ଏକଦମ ଭଲଭାବେ ପରିଷ୍କାର ରଖନ୍ତୁ ଏବଂ ଘରେ ଯେପରି କୌଣସି ବିବାଦ ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହିଦିନ ଘରକୁ କେବେବି ଅନ୍ଧାର ରଖନ୍ତୁ ନାହିଁ । ସୁଆଦଶା ବ୍ରତ ଦିନ ସୂର୍ଯ୍ୟ ଉଦୟ ହେବ ଅପୂର୍ବରୁ ମହିଳାମାନେ ଉଠି ନିଜ ନିତ୍ୟକାର୍ଯ୍ୟ ଶେଷ କରିଦିଅନ୍ତୁ ।

ଦ୍ଵିତୀୟର ଉପାୟଟି ହେଉଛି, ସୁଦଶା ବ୍ରତ ଦିନ ମାତା ଲକ୍ଷ୍ମୀଙ୍କ ପାଖରେ ତିନିଥର ଭୋଗ ଲଗାଯାଏ । ପ୍ରଥମେ ମା’ ଲକ୍ଷ୍ମୀଙ୍କ ପାଖେ ଦଶ ପ୍ରକାର ଫଳ ଓ ଦଶ ପ୍ରକାର ଛେନାର ଭୋଗ ଲଗାଯାଏ । ସେହିପରି ମଧ୍ୟାହ୍ନ ସମୟରେ ୧୦ଟି ମଣ୍ଡାପିଠା ଓ ସନ୍ଧ୍ୟା ସମୟରେ ଛେନାପଣାର ଭୋଗ ମଧ୍ୟ ଲଗାଯାଏ । କିନ୍ତୁ ଧ୍ୟାନ ଦେବେ ମାତା ଲକ୍ଷ୍ମୀଙ୍କ ପାଖେ ଯେଉଁ ଭୋଗ ଲଗାଉଛନ୍ତି ତାହା ଘରଲୋକଙ୍କ ବ୍ଯତୀତ ଅନ୍ୟ କାହାକୁ ଦେବେ ନାହିଁ । ଏଭଳି କରିବା ଦ୍ଵାରା ପରିବାର ସଦସ୍ୟଙ୍କ ମଙ୍ଗଳ ହୋଇଥାଏ ।

ତୃତୀୟରେ ବ୍ରହ୍ମ ମୂହୁର୍ତ୍ତରେ ସୁଦଶା ବ୍ରତର ପୂଜା କରିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଆପଣ ସୂର୍ଯ୍ୟ ଉଦୟ ହେବାରୁ ଉଠି ହଳଦୀ ଲଗାଇ ସ୍ନାନ କରିବା ପରେ ଧଳା ଏବଂ ନାଲି କିମ୍ବା ହଳଦୀ ରଙ୍ଗର ଶାଢୀ ପିନ୍ଧି ସୁଦଶା ବ୍ରତର ପୂଜା କରନ୍ତୁ । ଏହାସହ ମୁଣ୍ଡରେ ସିନ୍ଦୂର ଓ ପାଦରେ ଅଳତା ଲଗାନ୍ତୁ ।

ଚତୁର୍ଥରେ ସୁଦଶା ବ୍ରତ ଦିନ ସନ୍ଧ୍ୟା ସମୟରେ ତୁଳସୀ ଚଉରାରେ ଏବଂ ଘରର ମୁଖ୍ୟଦ୍ଵାରରେ ଦୁଇଟି ଲେଖାଏଁ ଦୀପ ଜଳାନ୍ତୁ । ଏହାସହ ଘରର ଚତୁର୍ଦ୍ଦିଗର ଝୁଣା ଓ ଦୀପ ମଧ୍ୟ ବୁଲାନ୍ତୁ । ପଞ୍ଚମରେ ମାତା ଲକ୍ଷ୍ମୀଙ୍କ ପୂଜା କରିବା ବେଳେ ସାତୋଟି ଧଳା କଉଡି ନେଇ ହଳଦୀ ପାଣିରେ ତାକୁ ପରିଷ୍କାର କରନ୍ତୁ ଏହାପରେ ନାଲି କପଡାରେ ଏହି କଉଡି ରଖି ମାତା ଲକ୍ଷ୍ମୀଙ୍କ ନିକଟରେ ପୂଜା କରନ୍ତୁ ।

ଏହାପରେ ଏକ ନାଲି କପଡାରେ କଉଡିକୁ ବାନ୍ଧି ଘରର ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ଧନ ବର୍ଷା ହେବ । ଏହି ସମସ୍ତ ନିୟମ ପାଳନ କଲେ ଆପଣଙ୍କୁ ସୁଦଶା ବ୍ରତର ଲାଭ ଅବଶ୍ୟ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।