ପବିତ୍ର ସୁଦଶା ବ୍ରତରେ କରନ୍ତୁ ଏହି ୩ ଟି ଉପାୟ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା, ଧନ ରତ୍ନରେ ଭରିଯିବ ଭଣ୍ଡାର- Vastu Tips

ଆମ ଦେଶର ନାରୀ ମାନେ ଅନେକ ପର୍ବପର୍ବାଣି ପାଲ କରିଥାନ୍ତି । ସେଥି ମଧ୍ୟରୁ ସୁଦଶା ବ୍ରତ ହେଉଛି ଏମିତି ଏକ ବ୍ରତ ଯାହାକୁ ନାରୀ ମାନେ ବହୁତ ନିଷ୍ଠାର ସହ କରିଥାନ୍ତି । ଏହି ବ୍ରତ ହେଉଛି ମା ଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ ବ୍ରତ ଅଟେ । ମା ଲକ୍ଷ୍ମୀଙ୍କର ସବୁ ଦିନ ଠାରୁ ଗୁରୁବାର ଅତି ପ୍ରିୟ ବାର ଭାବେ ମାନାଯାଏ । ଆମେମାନେ ଘରର ସୁଖ ଶାନ୍ତି ରହିବା ପାଇଁ ଓ ଧନ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କର ଆରାଧନା କରିଥାଉ । ଆଜି ଆମେ ଆପଣ ମାନଙ୍କୁ ସୁଦଶା ବ୍ରତ ଦିନ କେଉଁ ନିୟମ କରିବା ଉଚିତ ତାହା କହିବାକୁ ଯାଉଛୁ ।

କୌଣସି ମାସର ଗୁରୁବାର ଦିନ ଶୁକ୍ଳପକ୍ଷ ଦଶମୀ ତିଥି ପଡେ ତେବେ ସେହି ଦିନ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ସୁଦଶା ବ୍ରତ ପାଳନ କରାଯାଏ । ଯଦି ଏହି ଦିନ ବିବାହ ତିଥି ରହିଥାଏ ତେବେ ଏହାକୁ ନୂଆ ବିବାହ କରିଥିବା ନାରୀ ମାନେ ନୂଆ ବ୍ରତ କରିଥାନ୍ତି । ଏହି ପୂଜାରେ ନାରୀ ମାନେ ନୂଆ ଧଳା ବ୍ରତକୁ ହଳଦୀ ପାଣିରେ ଧୋଇଥାନ୍ତି । ସେହି ବ୍ରତରେ ମା ଲକ୍ଷ୍ମୀଙ୍କର ଦଶଟି ନାମକୁ ସ୍ମରଣ କରି ନାରୀ ମାନେ ବ୍ରତରେ ଦଶଟି ଗଣ୍ଠି ପକାଇଥାନ୍ତି ।

ଏହା ପରେ ନାରୀ ମାନେ ପୂଜା କରିଥିବା ବ୍ରତକୁ ନିଜ ଡାହାଣ ହାତରେ ପିନ୍ଧିଥାନ୍ତି । ଏହିଭଳି ଭାବେ ମା ଲକ୍ଷ୍ମୀଙ୍କର ସୁଦଶା ବ୍ରତ ପାଳନ କରାଯାଏ । କିନ୍ତୁ କିଛି ଏମିତି ନିୟମ ରହିଛି ଯାହା ଏହି ବ୍ରତରେ କରିବା ଅତି ଜରୁରୀ ହୋଇଥାଏ ।

୧- ଏହି ବ୍ରତ ଦିନ ନିଜ ଘରକୁ ପରିଷ୍କାର ପରିଚ୍ଛନ କରି ରଖନ୍ତୁ । ଏହାଛଡା ଘରେ ଯେପରି କଳହ ବା ବିବାଦ ନ ହୁଏ ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ନାରୀ ମାନେ ଏହି ଦିନ ସୂର୍ଯ୍ୟଦୟ ପୂର୍ବରୁ ଉଠି ସ୍ନାନ କରି ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ । ଏହି ଦିନ କେବେ ହେଲେ ବି ନିଜ ଘରକୁ ଅନ୍ଧାର କରି ରଖିବେ ନାହି ।

୨- ଏହି ପୂଜାରେ ସକାଳୁ ଦାସ ପ୍ରକାରର ଫଳ ଓ ଛେନା ମାଙ୍କ ପାଖରେ ଭୋଗ ଲଗାଯାଏ । ମନ୍ଧ୍ଯାନରେ ୧୦ ପ୍ରକାରର ମଣ୍ଡା ପିଠା ଭୋଗ ଲଗାଯାଏ । ସନ୍ଧ୍ୟାରେ ୧୦ ପ୍ରକାରର ଛେନାପଣା ଭୋଗ କରାଯାଏ । ମା ଲକ୍ଷ୍ମୀଙ୍କର ଭୋଗକୁ ନିଜ ଘର ଲୋକଙ୍କ ଛଡା ଅନ୍ୟ କାହାରୀକୁ ଭୁଲରେ ବି ଦେବା ଉଚିତ ନୁହେ । ଏହି ନିୟମ ପାଳନ କରିଲେ ଘର ପରିବାରରରେ ସୁଖ ଶାନ୍ତିର ଆଗମନ ହୋଇଥାଏ ।

୩- ସୁଦଶା ବ୍ରତର ଶୁଭାରମ୍ଭ ବ୍ରହ୍ମ ମୁହୂର୍ତ୍ତରେ ଆରମ୍ଭ କରିବା ଉଚିତ । କାରଣ ପୁରାଣରେ ଉଲ୍ଲେଖ ରହିଛି ଯେ ଏହି ସମୟରେ ମା ଲକ୍ଷ୍ମୀ ନିଜ ସ୍ଥାନରୁ ଉଠି ଭକ୍ତ ମାନକ ଘରକୁ ଭ୍ରମଣ କରିବାକୁ ଯାଇଥାନ୍ତି । ତେଣୂ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ନାରୀ ମାନେ ହଳଦୀ ଲଗାଇ ସ୍ନାନ କରିବା ଉଚିତ । ନାରୀ ମାନେ ଧଳାନାଲି ବା ହଳଦିଆ ରଙ୍ଗର ଶାଢୀ ପିନ୍ଧି ପାଦରେ ଅଳତା ଲଗାଇ ମାଙ୍କର ପୂଜା କରିବା ଉଚିତ । ଏହି ସବୁ ନିୟମ ପାଳନ କରିଲେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।