ସୁବାଶିଷ ଷଡଙ୍ଗୀ ସବୁ ରହସ୍ୟର କଲେ ପର୍ଦାଫାସ, ପ୍ରଥମେ ଆଦିତ୍ୟଙ୍କୁ କାର ରେ ନେଇ ଯାଇଥିଲେ ବିଦ୍ୟାଶ୍ରୀ, ପରେ ସ୍କୁଟି ନେଇ କରିଥିଲେ ନାଟକ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ପ୍ରତିଦିନ କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହା ମଧ୍ୟ ସମାଜସେବୀ ଶୁବାଶିଷ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଙ୍କ ଉପରେ ଦୋଷ ଲଗାଇ ନିଜ ଫେସବୁକ ଆକାଉନ୍ଟରେ ଅନେକ କିଛି ପୋସ୍ଟ କରିଛନ୍ତି । ତାଙ୍କ କହିବା ଅନୁସାରେ ଆଦିତ୍ୟ ଆତ୍ମହତ୍ୟା କରି ନାହାଁନ୍ତି, ତାଙ୍କୁ ହତ୍ୟା କରାଯାଇଛି ଓ ଏସବୁ ପଛରେ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କର ହାତ ଅଛି । ସେ GRP ପୋଲିସ ଉପରେ ମଧ୍ୟ ଆରୋପ ଲଗାଉଛନ୍ତି କି ପୋଲିସ ସବୁ ଜାଣିଛି ଓ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛି ।

ସୁବାସିଷ ସିଧା ସଳଖ ବିଦ୍ୟାଶ୍ରୀଙ୍କ ବିଷୟରେ କହୁଛନ୍ତି କି ସେ ଆଦିତ୍ୟଙ୍କୁ କାର ରେ ବସାଇ ନେଇ ଯାଇଥିଲେ ଷ୍ଟେସନ ଓ ସେଠାରୁ ଫେରି ଆସି ପୁଣି ସ୍କୁଟି ନେଇ ତାଙ୍କୁ ଖୋଜିବାର ବାହାନା କରିଥିଲେ । ଯଦିଓ ଏହାର କୌଣସି ଠୋସ ପ୍ରମାଣ ନାହିଁ । GRP ପୋଲିସ ଜବତ କରିଥିବା cctv ଫୁଟେଜ ରେ ନଜର ଆସୁଛି କି ଆଦିତ୍ୟ ଚାଲି ଚାଲି ଯାଉଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟକର କଥା ଏହା ହେଲା ବିଦ୍ୟାଶ୍ରୀଙ୍କର କୌଣସି CCTV ଫୁଟେଜ ମିଳି ନାହିଁ ।

 

ଯେଉଁ ଟା ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି । ସେ ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି କି ଜିଆରପି ପୋଲିସ ଏହାର ସବୁ ପ୍ରମାଣ ଲୁଚାଉଛି ଓ ଏହି କେସ ରେ ତତ୍ପରତା ଦେଖାଉ ନାହିଁ । ଆଦିତ୍ୟଙ୍କ ସୁସାଇଡ ନୋଟ କୁ ବିଦ୍ୟାଶ୍ରୀ ଲେଖିଥିବାର ଜାଣିଲା ପରେ ମଧ୍ୟ କାହିଁକି ପୋଲିସ ଚୁପ ବସିଛି, ତାଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଇ ନାହିଁ । ସୁବାସିଶ ପ୍ରଶ୍ନ ଉଠାଇ କହିଛନ୍ତି କି ‘ଏ ପର୍ଯ୍ୟନ୍ତ ପୋଲିସ କାହିଁକି ବିଦ୍ୟାଶ୍ରୀ ଙ୍କୁ ରିମାଣ୍ଡ ରେ ନେଇ ନାହିଁ ?’

ସେ ପରୋକ୍ଷ ଭାବରେ ଏହା ପଛରେ ରାଜନୈତିକ ଷଡଯନ୍ତ୍ର ଅଛି ବୋଲି କହିଛନ୍ତି । କାରଣ ଆଦିତ୍ୟ ଯେଉଁ ମଦ ବିରୋଧୀ ଆନ୍ଦୋଳନ ଚଳାଇ ଥିଲେ ତାହା ଆନେକ ରାଜନେତାଙ୍କ ନିଦ ଉଡାଇ ଦେଇଥିଲା ଓ ଏହା ମଧ୍ୟ ଜଣା ପଡିଛି ଯେ ଆଗାମୀ ପୌର ପରିଷଦ ନିର୍ବାଚନରେ ଆଦିତ୍ୟ କୁଆଡେ ଲଢିବାକୁ ଯାଉଥିଲେ । ଆଦିତ୍ୟଙ୍କ ଲୋକପ୍ରିୟତା ଏତେ ଯେ ଯଦି ସେ ନିର୍ବାଚନ ଲଢିଥାନ୍ତେ ସେ ସହଜରେ ଜିତି ଯାଇଥାନ୍ତେ ।

ସେ କହିଛନ୍ତି କି ପୋଲିସ ସବୁ ଜାଣିଛି ଓ ଏହି କେସ କୁ ଚାପି ଦେଇ ରଫା ଦଫା କରିବାକୁ ଚାହୁଁଛି । ସୁବାସିଶ ଙ୍କ ଏହି ସବୁ ପୋସ୍ଟ କୁ ଅନେକ ଲୋକ ମଧ୍ୟ ଶେୟାର କରୁଛନ୍ତି । ଏହା ତ ସମୟ କହିବ କି କେବେ ଆଦିତ୍ୟଙ୍କୁ ନ୍ୟାୟ ମିଳିବ । ତେବେ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ଓ ନୀତିଦିନର ସବୁ ଘଟଣା ର ଅପଡେଟ ପାଆନ୍ତୁ ।