ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଲିଲେ ଶୁଭାଶିଷ ଷଡଙ୍ଗୀ ? କହିଲେ ଏମିତି କଥା ଯାହା ଆପଣଙ୍କୁ ବିଶ୍ଵାସ କରିବାକୁ ବାଧ୍ୟ କରିବ

ଆଦିତ୍ୟ ଦାସଙ୍କ ମୃତ୍ୟୁର ରହସ୍ୟକୁ ନେଇ ଶୁଭାଶିଷ ଷଡଙ୍ଗୀ କିଛି ନୂତନ କଥା କହିଛନ୍ତି । ଶୁଭାଶିଷ ଷଡଙ୍ଗୀ ପୋଲିସକୁ ଟାର୍ଗେଟ କରି କିଛି ଏମିତି କଥା କହିଲେ କି ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣଙ୍କୁ ଶୁଭାଶିଷ ଷଡଙ୍ଗୀ ଆଦିତ୍ୟ ଦାସଙ୍କ ବିଷୟରେ କଣ କହିଲେ ତାହା ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ଆଦିତ୍ୟ ଦାସଙ୍କୁ ନ୍ୟାୟ ଦେବା ପାଇଁ କେନ୍ଦ୍ରାପଡାର ସମାଜ ସେବି ଶୁଭାଶିଷ ଷଡଙ୍ଗୀ ଆଗକୁ ଆସିଛନ୍ତି ।

ଶୁଭାଶିଷ ଷଡଙ୍ଗୀ ପୋଲିସକୁ ପ୍ରଶ୍ନ କରୁଛନ୍ତି କି କାହିଁକି ସେ ଆଦିତ୍ୟ ଦାସଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ଗିରଫ କରୁ ନାହାନ୍ତି ।

କହିବାକୁ ଗଲେ ୨୦ ଜୁଲାଇ ଅର୍ଥାତ କାଲି ରାତିରେ ଶୁଭାଶିଷ ଷଡଙ୍ଗୀ ଫେସବୁକରେ ଲାଇଭ ଆସିଥିଲେ ଓ ସେ ନିଜ ଭିଡିଓରେ ପୋଲିସକୁ ବହୁତ ପ୍ରଶ୍ନ କରିଛନ୍ତି । କହିବାକୁ ଗଲେ ଆଦିତ୍ୟ ଦାସ ଜଣେ ଭଲ ବ୍ୟକ୍ତି ଥିଲେ ଓ ତାଙ୍କର ସଚ୍ଚୋଟ ଓ ଶାନ୍ତ ସ୍ଵଭାବ ତାଙ୍କୁ ଓଡିଶାରେ ପରିଚିତ କରିଛି । ଏହା ଛଡା ସେ ବୃଦ୍ଧ ଲୋକମାନଙ୍କ ପାଇଁ ସାହାରା ମଧ୍ୟ ଥିଲେ ।

 

କିନ୍ତୁ ତାଙ୍କର ମୃତ୍ୟୁର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏମିତିରେ ବର୍ତ୍ତମାନ ଶୁଭାଶିଷ ଷଡଙ୍ଗୀ ଆଦିତ୍ୟ ଦାସଙ୍କୁ ନ୍ୟାୟ ଦେବା ପାଇଁ ଆଗକୁ ଆସିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପର ଠାରୁ ଏହା ଏକ ହତ୍ୟା ମାମଲା ଅଟେ ବୋଲି ସନ୍ଦେହ କରି ଶୁଭାଶିଷ ଷଡଙ୍ଗୀ ସୋସିଆଲ ମିଡିଆରେ ଆଦିତ୍ୟଙ୍କ ନାମରେ ଏକ ପେଜ ଖୋଲି ଆଦିତ୍ୟଙ୍କୁ ନ୍ୟାୟ ପାଇଁ ଚେଷ୍ଟା କରୁଛନ୍ତି । ଏହି ପେଜରେ କେତେକ ଲୋକମାନେ ନଣ୍ଡା ହୋଇ ନିଜର ଫଟୋ ଛାଡି ବିରୋଧ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।

 

ଏହି ଆନ୍ଦୋଳନ ସରକାର, ପ୍ରଶାସନ ଓ ପୋଲିସ ବିରୁଦ୍ଧରେ ଅଟେ । ଏହା ଛଡା ଶୁଭାଶିଷ ଷଡଙ୍ଗୀ ନିଜ ଲାଇଭ ଭିଡିଓରେ କହୁଛନ୍ତି କି, ‘କେତେ ଟଙ୍କା ନେଇଛ ପୋଲିସ’ । ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି । ଶୁଭାଶିଷ ଷଡଙ୍ଗୀ ଅଭିଯୋଗ କରୁଛନ୍ତି କି ପୋଲିସ ଏହି ମାମଲାକୁ ରଫାଦଫା କରି ଦେବା ପାଇଁ ଟଙ୍କା ନେଇଛି । ପୋଲିସ ଜାଣି ଶୁଣି ଆଦିତ୍ୟଙ୍କ ତଦନ୍ତରେ ସମୟ ନେଉଛନ୍ତି । ଏହି ହତ୍ୟା ପଛରେ ବଡ ବଡ ଲୋକମାନଙ୍କ ହାତ ଅଛି ବୋଲି ସେ କହୁଛନ୍ତି ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ଆଦିତ୍ୟ ଦାସ ମଦ ବିରୋଧ ଆନ୍ଦୋଳନ କରି ଭୁବନେଶ୍ବର ର ବଡ ବଡ ମଦ ବ୍ୟବସାୟୀଙ୍କ କାରୋବାରକୁ ବନ୍ଦ କରି ଦେଇଥିଲେ । ଏହା ଛଡା ଶୁଣିବାକୁ ମିଳୁଥିଲା କି ଭୁବନେଶ୍ଵରର ଆଗାମୀ ପୌର ପରିଷଦର ନିର୍ବାଚନରେ ଆଦିତ୍ୟ ଦାସ ନିର୍ବାଚନ ଲଢି ଥାନ୍ତେ । ଏହା ଛଡା ଶୁଭାଶିଷ ଷଡଙ୍ଗୀ ନିଜ ଭିଡିଓରେ ବିଦ୍ୟାଶ୍ରୀଙ୍କୁ ଦୋଷୀ ବୋଲି ବି କହୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଆଦିତ୍ୟଙ୍କ ପୋସ୍ଟମର୍ଟମରୁ ଏହା ସଠିକ ଭାବେ ଜଣା ପଡିଲା ନାହିଁ କି ଏହା ହତ୍ୟା ନା ଆତ୍ମହତ୍ୟା ଅଟେ । କହିବାକୁ ଗଲେ ଆଦିତ୍ୟଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା ଓ ଏହାକୁ ଦ୍ରୁଷ୍ଟିରେ ରଖି ପୋଲିସ ବି ଏହାକୁ ହତ୍ୟା ମାମଲା ବୋଲି ସନ୍ଦେହ କରୁଛି କାରଣ ଆଦିତ୍ୟ ଶରୀରରେ ଅନ୍ୟ କୌଣସି ସ୍ଥାନରେ ଗଭୀର ଆଘାତ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।