କାହିଁକି ଝିଅମାନେ ବାମ ପଟେ ହିଁ ନାକ ଫୋଡାଇଥାନ୍ତି, ଜାଣିନିଅନ୍ତୁ ଏହା ପଛରେ ଥିବା ବଡ କାରଣ

ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ମହିଳାମାନଙ୍କୁ ନାକ ଫୋଡିବା ବହୁତ ଜରୁରୀ ଅଟେ । ଏହା ସବୁ ମହିଳାମାନଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ । ଏହା ଏକ ମହିଳାର ସୁନ୍ଦରତାକୁ ଦ୍ଵିଗୁଣ ବି କରିଦିଏ । କିନ୍ତୁ ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ନାକ ଫୋଡିବା ଦ୍ଵାରା ସ୍ତ୍ରୀମାନଙ୍କ ସୁନ୍ଦରତା ବଢିବା ସହିତ ତାଙ୍କର ସ୍ୱାସ୍ଥ୍ୟ ବି ଭଲ ହୋଇଥାଏ । କହିବାକୁ ଗଲେ ଭାରତୀୟ ମହିଳାମାନଙ୍କ ନାକ ଫୋଡିବା ପଛର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବେ ।

ନାକ ଫୋଡିବା ପାଇଁ ଝିଅମାନଙ୍କ କୌଣସି ବିଶେଷ ବୟସ ନିର୍ଧାରିତ କରାଯାଇ ନାହିଁ । ଝିଅମାନେ କୌଣସି ବୟସରେ ନିଜର ନାକ ଫୋଡି ପାରିବେ ।

ଆପଣ ପିଲାଦିନେ, କିଶୋର ଅବସ୍ଥାରେ, ବୟସ୍କ ହେବା ପରେ ବି ନାକ ଫୋଡି ପାରିବେ । ଗର୍ଭ ଅବସ୍ଥା ସମୟରେ ବି ମହିଳାମାନେ ନାକ ଫୋଡି ପାରିବେ । ଏହା ଦ୍ଵାରା ଶିଶୁ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡି ନ ଥାଏ ।

ବେଦ ଓ ଶାସ୍ତ୍ର ଅନୁସାରେ ଲେଖା ଯାଇଛି କି ନାକ ଫୋଡିବା ଦ୍ଵାରା ମହିଳାଙ୍କୁ ମହାମାରୀ ପୀଡାରୁ ବି ମୁକ୍ତି ମିଳିଥାଏ । ଏହା ଛଡା ପ୍ରସବ ସମୟରେ ଶିଶୁକୁ ଜନ୍ମ ଦେବାରେ ବି ସହଜ ହୋଇଥାଏ । ଏହା ଦ୍ଵାରା ମାଇଗ୍ରେରେ ବି ମୁକ୍ତି ମିଳିଥାଏ । ଏହିଭଳି ବିଭିନ୍ନ କଷ୍ଟରୁ ମୁକ୍ତି ମିଳିଥାଏ ।

ଝିଅମାନଙ୍କ ବାମ ପଟେ ନାକ ଫୋଡା ଯାଇ ଥାଏ । କାରଣ ସେହି ଜାଗାର ଶିରା ମହିଳାର ପ୍ରଜନନ ଅଙ୍ଗ ସହ ଯୋଡି ହୋଇଥାଏ । ନାକର ଏହି ଅଂସକୁ ଫୋଡିବା ଦ୍ଵାରା ମହିଳାକୁ ପ୍ରସବ ସମୟରେ ଅଧିକ ବ୍ୟଥାର ସାମ୍ନା ବି କରିବାକୁ ପଡି ନ ଥାଏ । ଏହି କାରଣରୁ ବାମ ନାକକୁ ଫୋଡା ଯାଇଥାଏ । ଏହା ସହିତ ଯଦି କୌଣସି ମହିଳା ନାକରେ କୌଣସି ଗହଣା ପିନ୍ଧିଥାଏ ତେବେ ସେହି ମହିଳାର ସୁନ୍ଦରତା ଦ୍ଵିଗୁଣ ଅଧିକ ବଢିଯାଏ ଓ ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ବି ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।