ସୁ ସୁ କରି ମାଡିଆସୁଛି ମୁଣ୍ଡଳିକୁ ବନ୍ୟା ଜଳ, ଛାନିଆ ହେଲେଣି ତଳିଆ ଅଞ୍ଚଳ ବାସୀ…

ମୁଣ୍ଡଳି କୁ ବନ୍ୟା ପାଣି ମାଡି ଆସୁଛି । ସୁ ସୁ କରି ଗର୍ଜନ କରି ମାଡି ଆସୁଛି ବନ୍ୟା ଜଳ । ଆଉ ମାତ୍ର କିଛି ଘଣ୍ଟା ରେ ମୁଣ୍ଡଳି ରେ ପହଞ୍ଚିବ 8 ଲକ୍ଷ ଘନ ଫୁଟ ବନ୍ୟା ଜଳ । ଏ ନେଇ ସୂଚନା ଦେଇଛନ୍ତି SRC । ମୁଣ୍ଡଳି ପାଖକୁ କେହି ନ ଯିବା ପାଇଁ ଲୋକଙ୍କ ବାରଣ କରାଯାଇଛି । ପୋଲିସ ମଧ୍ୟ ମୁଣ୍ଡଳି ବ୍ରିଜ ପାଖରେ ଜଗି ରହିଛି । କାହାରୀକୁ ବି ମୁଣ୍ଡଳି ଭିତରକୁ ଯିବାକୁ ଦେଉନି ପୋଲିସ । ଆଉ ଏହି ସମୟରେ ମୁଣ୍ଡଳୀ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କର କିଛି ଏମିତି ଭାବନା ରହିଛି ।

ମନରେ ଏବେ ଭୟ ସୃଷ୍ଟି ହୋଇଛି । ଯଦି ବନ୍ଧ ଭାଙ୍ଗି ଯିବ ତେବେ ଗାଁ ପୁରା ପାଣିରେ ବୁଡିଯିବ । ଏଇ ଭାବନା ଦିନ ତମାମ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି । ଆଉ ଯେମିତି କିଛି ଅଘଟଣ ନ ଘଟେ ସେଥିପାଇଁ ଲୋକ ମାନେ ଚିନ୍ତାରେ ପଡିଛନ୍ତି । ସଉ ବନ୍ଧା ଏବେ ଦୁର୍ବଳ ହୋଇ ଗଲାଣି । କେହି ଯେମିତି ଏ ବନ୍ଧ ଉପରେ ଧ୍ୟାନ ଦେଉ ନାହାନ୍ତି । ବନ୍ଧା ର ମରାମତି ବି କରାଯାଉ ନାହିଁ ।

ବନ୍ଧା ତଳୁ ତଳୁ ଖାଇ ଗଲାଣି । ମାଟି ଅତଡା ପଶି ବନ୍ଧା ପୁରା ଦୁର୍ବଳ ହୋଇ ଯାଇଛି । ଖାଲି ବନ୍ୟା ସମୟରେ ପ୍ରତି ବର୍ଷ ବାଲି ବସ୍ତା ପକାଇ କାମ ଚଳା ଯାଉଛି । କିନ୍ତୁ ଏବେ ଯେଉଁ ବନ୍ୟା ଆସୁଛି ଯଦି କିଛି ଅସୁବିଧା ହେବ ତେବେ ଗାଁ ପୁରା ବନ୍ୟା ପାଣି ରେ ବୁଡିଯିବ । ଘର ଦ୍ଵାର ବନ୍ୟା ପାଣିରେ ଭାସିଯିବ ଏମିତି କିଛି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ ଏବେ ପ୍ରଶ୍ନ ଘାରିଛି ।

ସେଥିପାଇଁ କାଳେ କିଛି ଅଘଟଣ ଘଟିବ ରାତି ତମାମ ବନ୍ଧ ଯଦି ରହୁଛନ୍ତି ତଳିଆ ଅଞ୍ଚଳର ଲୋକ ମାନେ । ଆଜି ଦିନ 12 ଟା ଭିତରେ ମୁଣ୍ଡଳି ରେ ପ୍ରବାହିତ ହେବ 8 ଲକ୍ଷ କ୍ୟୁସେକ ବନ୍ୟା ଜଳ । ମହାନଦୀ ମୁଣ୍ଡଳି ଫୁଲି ଉଠିବ । ମହାନଦୀ ର ଜଳ ସ୍ତର ଅଚାନକ ବଢିଯିବ । ତେବେ 7ଟି ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ଏବେ ସତର୍କ କରା ଯାଇଛି ।

ବନ୍ୟା ପରିସ୍ଥିତି ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ ସେହି ଜିଲ୍ଲା ଗୁଡିକ ହେଉଛି ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଙ୍ଘପୁର, କେନ୍ଦ୍ରାପଡା । ତେବେ ଦୁର୍ବଳ ନଦୀ ବନ୍ଧ ଉପରେ ଧ୍ୟାନ ଦେବାକୁ କୁହା ଯାଉଛି । ତେବେ ବନ୍ୟା ପରିସ୍ଥିତି ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ ହୋଇ ସାରିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।