ଯେଉଁ ମହିଳାଙ୍କ ହାତରେ ରହିଥାଏ ଏହିଭଳି ଚିହ୍ନ, ତାଙ୍କର ବୈବାହିକ ଜୀବନ ରହିଥାଏ ସୁଖମୟ

ଆପଣମାନେ ଯଦି ଜ୍ୟୋତିଷଙ୍କ ପାଖକୁ ଯାଆନ୍ତି ତେବେ ସେମାନେ ଆପଣଙ୍କର ହାତର ରେଖାକୁ ଦେଖି ଆପଣଙ୍କ ଭବିଷ୍ୟତ ବିଷୟର ବିଭିନ୍ନ କଥା କୁହନ୍ତି । ସେହିଭଳି କିଛି ଆଜି ଆମେ ଆପଣଙ୍କୁ ହସ୍ତରେଖା ସମ୍ବନ୍ଧିତ କିଛି ସୂଚନା ଦେବାକୁ ଯାଉଛୁ । ଆଜି ଆମେ ଆପଣମାନଙ୍କୁ କିଛି ଏମିତି ରେଖା ବିଷୟରେ କହିବାକୁ ଯାଉଛୁ, ଯାହାର ମହତ୍ଵ ବହୁତ ଅଧିକ ରହିଥାଏ ।

ହସ୍ତରେଖା ଜ୍ୟୋତିଷୀମାନେ କୌଣସି ବି ବ୍ୟକ୍ତିର ହାତର ଆକାର, ହାତର ରେଖାର ଅଧ୍ୟୟନ କରି ସେହି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଅନୁମାନ ଲଗାଇଥାନ୍ତି । ହସ୍ତରେଖା ଶାସ୍ତ୍ରରେ କୁହାଯାଇଛି କି ଯେଉଁ ମହିଳାମାନଙ୍କର ହାତରେ ଏହି ଶୁଭ ଚିହ୍ନ ଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଓ ଏହାର ପ୍ରଭାବରେ ତାଙ୍କୁ ଧନ ଲାଭ, ସୁଖ – ସମ୍ପତ୍ତି ଓ ଅର୍ଥ ପ୍ରାପ୍ତି ହୋଇଥାଏ ।

ସର୍ବ ପ୍ରଥମେ କହିଦେଉଛୁ କି ସ୍ତ୍ରୀମାନଙ୍କୁ ହିନ୍ଦୁ ସମାଜରେ ଘରର ଲକ୍ଷ୍ମୀ ବୋଲି କୁହାଯାଏ । କୌଣସି ଘରେ ଯଦି ଝିଅ ଜନ୍ମ ହୋଇଥାଏ ତେବେ ଏହା କୁହଯାଏ କି ଘରେ ଲକ୍ଷ୍ମୀ ଆସିଛନ୍ତି । ସେହିଭଳି ବାହାଘର ପରେ ଯେତେବେଳେ ଘରେ ବୋହୁ ପ୍ରବେଶ କରିଥାଏ ତେବେ ସେହି ଘରେ ବୋହୁକୁ ଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଆଜି ଆମେ ଖାସକରି ମହିଳାମାନଙ୍କର ହସ୍ତରେଖା ବିଷୟରେ କହିବୁ ।

ତେବେ ଆସନ୍ତୁ ଜାଣିବା…

କହିଦେଉଛୁ କି ଯଦି ମହିଳାଙ୍କ ହାତର ପାପୁଲି କମଳ କିମ୍ବା ମାଛ ଭଳି ଆକୃତି ହୋଇଥିବ ତେବେ ବୁଝି ଯାଆନ୍ତୁ କି ସେମାନଙ୍କ ଜୀବନରେ ବହୁତ ସୁଖ, ସୁବିଧା ଭରି ରହିବ ।

ଏହା ଛଡା ଯଦି ମହିଳାଙ୍କ ହାତରେ ରଥ କିମ୍ବା ପତାକା ଚିହ୍ନ ଥାଏ ତେବେ ତାଙ୍କର ଜୀବନସାଥୀ ବଡ ଅଧିକାରୀ ହୋଇଥାନ୍ତି । ମହିଳାଙ୍କର ଡାହାଣ ହାତରେ ତରାଜୁ ଓ ବାମ ହାତରେ ହାତୀ କିମ୍ବା ବଳଦ ଭଳି ଚିହ୍ନ ଥିଲେ, ତେବେ ତାଙ୍କର ଜୀବନସାଥୀ ବଡ ବିଜନେସମ୍ୟାନ ହୋଇଥାନ୍ତି ।

ଯେଉଁ ମହିଳାଙ୍କ ହାତର ପାପୁଲିରେ ଶଙ୍ଖ, ଚକ୍ର କିମ୍ବା ପଦ୍ମର ଚିହ୍ନ ଥାଏ, ତେବେ ତାଙ୍କର ପୁତ୍ର ବଡ ଅଧିକାରୀ କିମ୍ବା ରାଜା ସମାନ ଜୀବନ ଯାପନ କରିଥାଏ ।

ଯେଉଁ ମହିଳାଙ୍କ ହାତରେ ଗୁଲାବି କିମ୍ବା ଅଳ୍ପ ଲାଲିମା ଥାଏ ବା ହାତରେ ସ୍ୱସ୍ତିକ ଚିହ୍ନ ଥାଏ ତେବେ ଏହି ସ୍ତ୍ରୀମାନେ ଯେଉଁଠି ରୁହନ୍ତି ସେଠି ତାଙ୍କର କୌଣସି ଅସୁବିଧା ହୁଏ ନାହିଁ ।

ଏତଦ ବ୍ୟତିତ ଯେଉଁ ମହିଳାଙ୍କ ହାତର ମଧ୍ୟରେ ସ୍ପଷ୍ଟ ତ୍ରିଭୁଜ କିମ୍ବା ଧନୁଷ ଭଳି ଚିହ୍ନ ରହିଥାଏ, ତେବେ ତାଙ୍କୁ ସୁଖ ମିଳିଥାଏ ଓ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।