ଆଜିର ରାଶିଫଳ 21 ଏପ୍ରିଲ 2019, ରବିବାର – ମା ଲକ୍ଷ୍ମୀ ଏହି ୩ଟି ରାଶିର ମନୋକାମନା ପୂର୍ଣ୍ଣ କରିବେ

ମେଷ

ଆଜି ଯେମିତିବି ହେଉ ଆପଣ ଆଇନଗତ ସମସ୍ୟାରୁ ମୁକ୍ତି ପାଇଯିବେ ।  ଆପଣଙ୍କର କୌଣସି କଳିରେ ସମ୍ପୃକ୍ତ ହେବାର ସଙ୍କେତ ଅଛି । ଯଦି ସମ୍ଭବ ହୁଏ ଏହି ଗମ୍ଭୀର ସମସ୍ୟାକୁ ଶାନ୍ତିପୂର୍ବକ ସମାଧାନ କରିବାକୁ ଚ଼େଷ୍ଟା କରନ୍ତୁ । ପରିବାର ବର୍ଗସହ ଭ୍ରମଣ କରିବା ସୁଯୋଗ ସୂଚନା ମିଳେ । ବିଶେଷ ଯାତ୍ରା ସୁଯୋଗ ବଢିଲେ ଆଶ୍ଚର୍ଯ୍ୟ ହବାର ନାହିଁ , ତେଣୁ ଯଦି ପାସପୋର୍ଟ ବ୍ୟବସ୍ଥା କରିନାହାଁନ୍ତି , ସେଥିପାଇଁ ଆବେଦନ କରିପାରନ୍ତି । ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ଘରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ । ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସରଳତାରେ ସମ୍ପୂର୍ଣ୍ଣ ହେବ । ବ୍ୟାପାରିମାନଙ୍କୁ ବ୍ୟାପାରରେ ଭଲ ସୁଯୋଗ ମିଳିବ ଏବଂ ଆୟରେ ବୃଦ୍ଧି ହେବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ପ୍ରଗତିର ମାର୍ଗ ଖୋଲିବ, ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ ।

ବୃଷ

ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ଚ଼ିନ୍ତାଧାରା ନ ମିଶିଲେ ମଧ୍ୟ ଆପଣ ଏହା ଅନୁଭବ କରିବେ ଯେ ଆପଣଙ୍କ ପରିବାରର ଲୋକ ଆପଣଙ୍କ କଥା ବୁଝନ୍ତି । ଆପଣ ମଧ୍ୟ ଏହା ଦେଖାନ୍ତୁ ଯେ ଆପଣ ସେମାନଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି । ଆଜି ମାନସିକ ଶାନ୍ତି ସାରାଦିନ ରହିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇପାରନ୍ତି ବା ଆପଣଙ୍କୁ ବିପଥଗାମୀ କରିବାକୁ ଚ଼େଷ୍ଟା କରିପାରନ୍ତି । ନକାରାତ୍ମକ ବିଚାରକୁ ହାବି ନ ହେବାପାଇଁ ଚେଷ୍ଟା କରିବେ । କ୍ରୋଧକୁ ନିୟନ୍ତ୍ରଣରେ ରଖିବାରେ ବହୁତ ଅସୁବିଧା ଆସିବ । ଅଚାନକ ଯାତ୍ରା କରିବାର ସଂଯୋଗ ହେବ । ତାଙ୍କର ପଛରେ ଖର୍ଚ୍ଚ କରିବାକୁ ପଡ଼ିବ । ନୂଆ ସମ୍ବନ୍ଧ ସ୍ଥାପନ କରିବା ହିତକର ନୁହେଁ । ପ୍ରତିକାର– ଗାଈକୁ ଗୁଡ ରୁଟି ଖାଇବାକୁ ଦିଅନ୍ତୁ ।

ମିଥୁନ

ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ । ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି । ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ । ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ । ପିତା ଏବଂ ପୈତୃକ ସଂପତ୍ତିରେ ଲାଭର ଯୋଗ ଅଛି । ଆପଣଙ୍କ ପ୍ରତି ଆପଣଙ୍କ ପିତାଙ୍କର ବ୍ୟବହାର ମଧ୍ୟ ଭଲ ରହିବ । କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ, ପ୍ରତିକାର–କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

କର୍କଟ

ଆଜି ଆପଣ କୌଣସି ଶାନ୍ତ ପରିବେଶରେ ଧ୍ୟାନସ୍ଥ ହୁଅନ୍ତୁ । ଆପଣ ଲମ୍ବା ସମୟରୁ ବହୁତ କଠିନ ପରିଶ୍ରମ କରି ଆସୁଛନ୍ତି । ଏହି ବିରତି ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଧ୍ୟାନ ମଗ୍ନ ହେବା ହେତୁ ଆପଣ ନିଜକୁ ନକାରାତ୍ମକତା ରୁ ରୋକିପାରିବେ । ଆଜି ଆପଣ ଆରାମ କରନ୍ତୁ । ନିଜ ଚ଼ତୁଃପାର୍ଶ୍ୱର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁରୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି । ଜଗନ୍ନାଥଙ୍କର କୃପାରେ ଆପଣଙ୍କ ଆଜିର ଦିନ ପ୍ରସନ୍ନତା ପୂର୍ବକ ବିତିବ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ସ୍ଵଭାବରେ ମୌଜମସ୍ତି ଆପଣଙ୍କୁ ମନରେ ସତେଜ ରଖିବ । ବିପରୀତ ଲିଙ୍ଗ ପାତ୍ରମାନଙ୍କ ସହିତ ପରିଚୟ କିମ୍ବା ପ୍ରଣୟ – ରୋମାନ୍ସର ସମ୍ଭାବନା ଅଛି । ପ୍ରତିକାର : ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢ଼ାଳନ୍ତୁ ।

ସିଂହ

ଆଜି ଆପଣ ମାନସିକ ଶାନ୍ତିରୁ ବଞ୍ଚିତ ରହିବେ । କୌଣସି ମନୋରଞ୍ଜନ କାର୍ଯ୍ୟରେ ଭାଗନେଲେ ବହୁତ ଉତ୍ତମ । ପରିବାର ସଦସ୍ୟ କିମ୍ବା ସାଥିମାନଙ୍କ ସହ ବାହାରେ ଭ୍ରମଣ କରନ୍ତୁ ।   ଆଜି ଦିନରେ ଆପଣ ଆଳସ୍ୟ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ଆଳସ୍ୟର ସମୟ କଟାଇଲେ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ । ଆଜି ଆପଣ ଶାରୀରିକ ଏବଂ ମାନସିକ ଆଳସ୍ୟ ଅନୁଭବ କରିବେ । ଆଜି ବାଦ ବିବାଦରେ ପଡ଼ନ୍ତୁ ନାହିଁ । କୋର୍ଟ-କଚେରୀରେ ସାବଧାନ ରହିବେ । ଆକସ୍ମିକ ଧନ ଖର୍ଚ୍ଚ ହେବ । ମିତ୍ରମାନଙ୍କ ସହିତ କୌଣସି ମନମାଳିନ୍ୟ ନ ହେଉ ଏହାର ମଧ୍ୟ ସଂପୂର୍ଣ୍ଣ ଧ୍ୟାନ ରଖିବେ, ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

କନ୍ୟା

ଅସନ୍ତୋଷ ଓ ଅଶାନ୍ତିରେ ଦିନଟି କଟିବ । ବିଧିବଦ୍ଧକ ଚିନ୍ତା ମାଧ୍ୟମରେ କାରଣ ଖୋଜନ୍ତୁ । ଏହାର ସମାଧାନ ଅବଶ୍ୟ ବାହାରିବ । ଏଦୁଃସମୟ କିଛି କ୍ଷଣ ରହିଲା ପରେ ଅପସରି ଯିବ । ଆଜି ଆପଣଙ୍କ ଦିନ ଶୁଭ ଫଳଦାୟୀ ହେବ । ଆପଣ ଆତ୍ମବିଶ୍ଵାସରେ ଭରପୂର ରହିବେ । ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ତାର ସହିତ ସଂପନ୍ନ କରି ପାରିବେ । ସରକାରୀ କାର୍ଯ୍ୟଗୁଡ଼ିକରେ ଲାଭ ହେବ । । ଦୂରେଇ ଯାଇଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚ଼େଷ୍ଟା ସଫଳ ହେବ ଏବଂ ଏହି ସମ୍ପର୍କ ମଜବୁତ ହେବ । ମନର ଦୃଢ଼ତା ଏବଂ ଆତ୍ମବିଶ୍ଵାସ ଆପଣଙ୍କ କାର୍ଯ୍ୟ ସଫଳ କରିବେ । ପରିବାରରେ ସୁଖ- ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ, ପ୍ରତିକାର- ଇଷ୍ଟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ତୁଳା

ଆଜି ସନ୍ଧ୍ୟାରେ ଆପଣ ନିଜର ମୂଲ୍ୟବାନ , ଜିନିଷ ଚୋରୀ ପାଇଁ ଚିନ୍ତିତ ରହିପାରନ୍ତି । ଯେଉଁଥିପାଇଁ ଆପଣ କିଛି ସୁଚିନ୍ତିତ ପଦକ୍ଷେପ ନେଇ ପାରନ୍ତି । ତେଣୁ ସାବଧାନ ରୁହନ୍ତୁ । ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ । ଆପଣଙ୍କ ଆଜିର ଦିନ ଶୁଭଫଳଦାୟକ ଏବଂ ଲାଭପ୍ରଦ ଅଟେ । ମିତ୍ରମାନଙ୍କ ସହିତ ମିଳାମିଶା ହେବ । କୁଟୁମ୍ବ ମାନଙ୍କ ସହିତ ଆନନ୍ଦର ବାତାବରଣ ରହିବ । ପୁତ୍ର ଏବଂ ପତ୍ନୀଙ୍କ ସୁଖ ସନ୍ତୋଷ ଅନୁଭବ କରିବେ । ଚାକିରି ବ୍ୟବସାୟ କ୍ଷେତ୍ରରେ ଆୟବୃଦ୍ଧି ହେବ, ପ୍ରତିକାର: ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

ବିଛା

ଆଜି ଆପଣ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ହୁଏତ ଆପଣଙ୍କର ପୁରୁଣା ବନ୍ଧୁମାନଙ୍କୁ ମନେ ପକାଉଛନ୍ତି । ସେମାନଙ୍କ ସହ ସାକ୍ଷାତ ପରେ ଆପଣ ବହୁତ ଖୁସିହେବେ । ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ । ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ । ପିତା ଏବଂ ପୈତୃକ ସଂପତ୍ତିରେ ଲାଭର ଯୋଗ ଅଛି । ଆପଣଙ୍କ ପ୍ରତି ଆପଣଙ୍କ ପିତାଙ୍କର ବ୍ୟବହାର ମଧ୍ୟ ଭଲ ରହିବ । କଳାକାର ତଥା ଖେଳାଳିମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ, କାରଣ ତାଙ୍କୁ ନିଜର ପ୍ରତିଭା ଦିଖାଇବାକୁ ସୁଯୋଗ ମିଳିବ, ପ୍ରତିକାର: ଅସହାୟଙ୍କର ସେବାକରି ଆଶୀର୍ବାଦ ଭିକ୍ଷା କରନ୍ତୁ ।

ଧନୁ

ବନ୍ଧୁବାନ୍ଧବ କିମ୍ବା ପରିବାରସହ ଆଜି ଦିନରେ ଯାତ୍ରାଟି ଉପଭୋଗ ହେବ । ଏହି ଭ୍ରମଣ ଅତ୍ୟନ୍ତ ସୁଖ ଦାୟକ ହେବ ଏବଂ ଯାତ୍ରାରୁ ଫେରିବା ପରେ ଘଟଣା ଗୁଡିକ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ କରିବ । ଆଜି ଆପଣଙ୍କୁ ଲାଗିବ ଯେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କର ଆଖପାଖ ଲୋକଙ୍କୁ ମଧ୍ୟ ଏହାହିଁ ଲାଗିବ । ଆଜି ଆପଣ ନିଜ ପରିବାର ଏବଂ କାର୍ଯ୍ୟାଳୟର ଲୋକମାନଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ପ୍ରମାଣିତ ହେବେ । ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ । ସ୍ଵାସ୍ଥ୍ୟରେ ଖରାପ ହୋଇପାରେ । ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ । ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ବିଦ୍ୟାର୍ଥିମାନଙ୍କପାଇଁ କଡ଼ା ପରିଶ୍ରମ କରିବାକୁ ହେବ, ପ୍ରତିକାର: ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

ମକର

ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ । ଆଜି ନିଜ ପରିବାରର କିଛି ସଦସ୍ୟଙ୍କର ଦେଖାଶୁଣା କରିବାକୁ ପଡ଼ିପାରେ । ସମୟ କାଢ଼ି ନିଜ ଲୋକଙ୍କୁ ସ୍ନେହ ଦିଅନ୍ତୁ । ଏହା ଆପଣଙ୍କ ମଜ୍ଜା କରିବାର ସମୟ ଅଟେ । ଆଜିର ଦିନ ଆପଣଙ୍କପାଇଁ ଭଲ ଏବଂ ଲାଭଦାୟୀ ହେବ । ମିତ୍ର, ବନ୍ଧୁ-ବାନ୍ଧବମାନଙ୍କ ଏବଂ ପଡ଼ୋଶୀମାନଙ୍କ ସାଥିରେ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଆର୍ଥିକ ରୂପରେ ଆଜି ଆପଣ ସଜାଗ ରହିବେ । ଭାବି ବିଚାରି ଧନର ନିବେଶ କରନ୍ତୁ, ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ

ଆଜି ଆପଣଙ୍କୁ ନିଜର କେହି ଆଶ୍ଚର୍ଯ୍ୟ କରିବ ।  ବିଷୟଟି ଆପଣଙ୍କ ସମ୍ପର୍କରେ ହୋଇପାରିଥାଏ, ନ ହୋଇ ମଧ୍ୟ ପାରିଥାଏ । କିନ୍ତୁ ସବୁ ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ । ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ । ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ । ସ୍ଵାସ୍ଥ୍ୟରେ ଖରାପ ହୋଇପାରେ । ଡାହାଣପଟ ଆଖିରେ ଯନ୍ତ୍ରଣା ହୋଇପାରେ । ପରିଜନମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ବିଦ୍ୟାର୍ଥିମାନଙ୍କପାଇଁ କଡ଼ା ପରିଶ୍ରମ କରିବାକୁ ହେବ । ପ୍ରତିକାର- ଇଷ୍ଟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ ।

ମୀନ

ଆଜି ଆପଣଙ୍କ ଘରେ ଖୁସିର ପରିବେଶ ରହିବେ । ଆଜି ଆପଣ ଏବଂ ଆପଣଙ୍କ ଘରଲୋକେ ମଉଜ ମଜଲିସରେ ମଜ୍ଜି ରହିବେ । ବିଦେଶରୁ ମଧ୍ୟ ଆପଣଙ୍କ ଆତ୍ମୀୟ ସଜ୍ଜନ ଆସି ପାରନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । କିଛି ସମୟରୁ ଆପଣଙ୍କ ଘରେ ଛୋଟଛୋଟ କଥାକୁ ନେଇ ଝଗଡା ସୃଷ୍ଟି ହେଉଛି । କିନ୍ତୁ ଆଜି ଆପଣ ଏହି ଝଗଡାକୁ ସମାପ୍ତ କରି ହିଁ ଦିଅନ୍ତୁ । ଆଜି ଆପଣ ନିଜର ଚେଷ୍ଟାରେ ଏହି କାର୍ଯ୍ୟଟି କରି ହିଁ ନିଅନ୍ତୁ । ଆଜି ଉତ୍ସାହର ଅଭାବ ରହିବ । ସନ୍ତାନମାଙ୍କର ସମସ୍ୟା ଏହାର କାରଣ ହୋଇପାରେ । ବ୍ୟବସାୟ ଏବଂ ଚାକିରିରେ ଅସୁବିଧା ସୃଷ୍ଟି ହେବ । କଷ୍ଟ ବିଚାର, ବ୍ୟବହାର କିମ୍ବା ଆୟୋଜନ କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି, ପ୍ରତିକାର–ଘରୁ ବହାରିବା ସମୟରେ ମିଠାଦହି ଖାଇ ବାହାରନ୍ତୁ ।