କାହିଁକି ସ୍ତ୍ରୀମାନଙ୍କୁ କରିବା ଉଚିତ ନୁହେଁ ବଜରଙ୍ଗବଲିଙ୍କର ପୂଜା ? ଜାଣନ୍ତୁ ଏହାର କାରଣ

କଳିଯୁଗରେ ମହାବଳୀ ହନୁମାନଙ୍କୁ ଅଜର – ଅମର ଦେବତା ବୋଲି କୁହାଯାଏ । ସେ ନିଜର ସମସ୍ତ ଭକ୍ତମାନଙ୍କର ରକ୍ଷା କରିଥାନ୍ତି । କହିବାକୁ ଗଲେ ମହାବଳୀ ହନୁମାନଙ୍କ ସହିତ ଜଡିତ ବହୁତ ମାନ୍ୟତା ଅଛି । ଏକ ମାନ୍ୟତା ଅନୁସାରେ ଏମିତି କୁହଯାଏ କି ସ୍ତ୍ରୀମାନଙ୍କୁ ମହାବଳୀ ହନୁମାନଙ୍କର ପୂଜା କରିବା ଉଚିତ ନୁହେଁ । ମହାବଳୀ ହନୁମାନଙ୍କର ପୂଜା କରିବା ପାଇଁ ସ୍ତ୍ରୀମାନଙ୍କୁ ମନା କରାଯାଇଛି  କିନ୍ତୁ ଏହାର ଅତିରିକ୍ତ କିଛି ସ୍ଥିତି ନିର୍ଧାରିତ କରାଯାଇଛି । ଯାହାକୁ ପାଳନ କରିବା ସ୍ତ୍ରୀମାନଙ୍କ ପାଇଁ ବହୁତ ଆବଶ୍ୟକ ଅଟେ ।

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ମହାବାଳୀ ହନୁମାନ ବ୍ରହ୍ମଚାରୀ ଅଟନ୍ତି । ସେ ମହିଳାମାନଙ୍କୁ ମାତା ସ୍ୱରୂପ ମାନନ୍ତି । ସେଥିପାଇଁ ହନୁମାନଙ୍କୁ ବିଲକୁଲ ପସନ୍ଦ ନୁହେଁ କି ଯେ କୌଣସି ସ୍ତ୍ରୀ ତାଙ୍କ ଚରଣରେ ନିଜର ମୁଣ୍ଡ ତଳକୁ କରନ୍ତୁ । ଏମିତି କୁହାଯାଏ କି ସ୍ତ୍ରୀମାନଙ୍କୁ ହନୁମାନଙ୍କ ପାଇଁ ଲମ୍ବା ଅନୁଷ୍ଠାନ ବି କରିବା ଉଚିତ ନୁହେଁ, ଏହାର କାରଣ ମହିଳା ମାନଙ୍କର ରଜସ୍ୱଳା ହେବାକୁ କୁହଯାଇଛି ।

ଏହା ସହିତ ମହିଳାମାନେ ଏହାକୁ କରିଲେ ସେମାନେ ନିଜର ଘରର ଉତ୍ତରଦାଯିତ୍ୱକୁ ବି ଠିକ ପ୍ରକାରରେ କରି ପାରିବେ ନାହିଁ । ରଜସ୍ୱଳା ସମୟରେ ସ୍ତ୍ରୀମାନଙ୍କୁ ହନୁମାନଙ୍କ ସମ୍ବନ୍ଧିତ କୌଣସି କାର୍ଯ୍ୟ ମଧ୍ୟ କରିବା ଉଚିତ ନୁହେଁ । ଏମିତି କୁହଯାଏ କି ସ୍ତ୍ରୀମାନେ ହନୁମାନଙ୍କୁ ସିନ୍ଦୁର ବି ଅର୍ପଣ କରିବା ଉଚିତ ନୁହେଁ । ଏହା ସହିତ ବଜରଙ୍ଗୀବଲିଙ୍କର ପାଠ ବି ମହିଳାମାନଙ୍କୁ କରିବା ଉଚିତ ନୁହେଁ ।

ମହିଳା ମାନଙ୍କୁ ଏହି କଥା ପ୍ରତି ଧ୍ୟାନ ରଖିବା ବହୁତ ଜରୁରୀ ଅଟେ କି ସେମାନେଙ୍କୁ ହନୁମାନଙ୍କର ପୂଜା ଅର୍ଚ୍ଚନା କରିବା ପୂରାପୂରି ମନା ନୁହେଁ, ସେମାନେ ହନୁମାନଙ୍କୁ ଦୀପ ଅର୍ପଣ କରି ପାରିବେ । ଏହା ବ୍ୟତୀତ ମହିଳାମାନେ ହନୁମାନ ଚାଳିସା, ସଂକଟ ମୋଚନ, ହନୁମାନାଷ୍ଟକ, ସୁନ୍ଦରାକାଣ୍ଡ ଆଦିର ପାଠ ବି କରି ପାରିବେ । ମହିଳା ମାନେ ନିଜ ହାତରେ ପ୍ରସ୍ତୁତ ଭୋଗ ମଧ୍ୟ ଲଗାଇ ପାରିବେ ।

କିଛି ସ୍ଥିତିରେ ମହିଳାମାନେ ହନୁମାନଙ୍କର ପୂଜା କରି ପାରିବେ । ଯଦି ସେମାନେ ସେହି ସ୍ଥିତି ପ୍ରତି ଧ୍ୟାନ ରଖି ହନୁମାନଙ୍କର ପୂଜା କରୁଛନ୍ତି ତେବେ ସେମାନଙ୍କ ଉପରେ କୌଣସି ପ୍ରକାରର ଦୋଷ ଲାଗେ ନାହିଁ ଏବଂ ସେମାନଙ୍କୁ ହନୁମାନଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ ।