ଯେତେବେଳେ ବିମାନ ମଧ୍ୟରେ ପଶିଗଲେ ମଶାମାନଙ୍କର ଗ୍ରୁପ, ଏୟାର ହସ୍ଟେଜ ଜଣକ ଆପଣାଇଲେ ଏମିତି ଉପାୟ, ଦେଖନ୍ତୁ ଭିଡିଓ

ଲୋକମାନେ ଫ୍ଲାଇଟରେ ଯାତ୍ରା ଏଥିପାଇଁ କରିଥାନ୍ତି ଯାହା ଦ୍ଵାରା ସେମାନଙ୍କର ସମୟ ବଞ୍ଚି ପାରିବ ଓ ବିନା କୌଣସି ଅସୁବିଧାରେ ସେମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ କିନ୍ତୁ ବର୍ତ୍ତମାନ ସମୟରେ ଫ୍ଲାଇଟରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବେଳେ ବେଳେ ଲୋକମାନଙ୍କୁ ବିମାନରେ ଖରାପ ଖାଦ୍ୟ ମିଳିଥାଏ ତ ବେଳେ ବେଳ ଲୋକମାନେ ଏୟାର ହୋସ୍ଟେଜଙ୍କ ସହିତ ଖରାପ ବ୍ୟବହାର କରୁଥିବାର ନଜର ଆସୁଛି ।

ଏହିଭଳି କିଛି ମାମଲା ବର୍ତ୍ତମାନ ଏକ ଫ୍ଲାଇଟରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ଆପଣଙ୍କର ବି ହୋସ ଉଡିଯିବ । indoGO ଫ୍ଲାଇଟ ଭିତରେ ଏତେ ମଶା ଆସିଗଲେ କି ଯାହାକୁ ବାହାର କରିବା ପାଇଁ ଏୟାର ହୋସ୍ଟେଜଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଲଗାତାର ଏୟାର ହୋସ୍ଟେଜମାନେ ମଶାଙ୍କୁ ବାହାର କରୁଥିଲେ ।

ମଶାମାନଙ୍କୁ ମାରିବା ପାଇଁ ଏୟାର ହୋସ୍ଟେଜମାନେ ମସ୍କିଟୋ ବ୍ୟାଟ ର ବି ବ୍ୟବହାର କରୁଥିବାର ନଜର ଆସିଥିଲେ । ଯାହାକୁ ଦେଖି କିଛି ଯାତ୍ରୀ ନିଜର ହସକୁ ଅଟକାଇ ପାରିଲେ ନାହିଁ । ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଟୁଇଟରରେ ଟ୍ୟାଗ କରି indigoକୁ ପଚାରିଲେ କି ଏହା ସବୁ କଣ ଅଟେ ?

ଉତ୍ତରରେ indidgo କହିଲେ କି କୀଟ ପତଙ୍ଗ ଏବଂ ମଶାମାନଙ୍କ ଠାରୁ ବଞ୍ଚିବା ଟିକେ କଷ୍ଟ ଅଟେ କିନ୍ତୁ ଆମେ ନିଜ ତରଫରୁ ପୁରା ଚେଷ୍ଟା କରୁଛୁ । ବିମାନରେ ସବୁଆଡେ କୀଟନାଶକ ଔଷଧ ବି ପକାଯାଏ । ଏହା ସହିତ କାହାକୁ କୌଣସି ଅସୁବିଧା ନେ ହେଉ ସେଥିପାଇଁ ମଶା ମାରିବାର ଔଷଧ ବି ଲଗାଇଥାଉ ।