ସ୍ତ୍ରୀ Trupti ଓ ଶ୍ଵଶୁରଙ୍କ ସମର୍ଥନରେ ଲଢିବେ Babushan, ଆଗୁଆ ଭିଡିଓ କରି ଭୁଲ ମାଗିବା ସହ ଦେଲେ ପ୍ରତିଶ୍ରୁତି

ନିଜ ସ୍ତ୍ରୀ ତୃପ୍ତି ପାଇଁ ଲଢିବେ ବାବୁଶାନ ମହାନ୍ତି । କାହିଁକି ଏବେ ସମୟ ଆସିଯାଇଛି ଠିକକୁ ଠିକ ଆଉ ଭୁଲକୁ ଭୁଲ ଭାବେ ଗ୍ରହଣ କରିବାର । ସେଥିପାଇଁ ସେ ଏହାର ଯଥେଷ୍ଟ ପୂର୍ବରୁ ଭିଡିଓ ମାଧ୍ୟମରେ ଓଡିଶାବାସୀଙ୍କୁ ଭୁଲ୍ ମାଗିବା ସହିତ ପରିଷ୍କାର କରି ଦେଇଛନ୍ତି ଯେ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏବଂ ଶ୍ଵଶୁର ଲଲିତ ଶତପଥୀଙ୍କ ଦେହରେ କେହିବି ହାତ ଲଗାଇ ପାରିବେନି । ଆଉ ବାବୁଶାନ ଭୁଲ ମାଗିବାର ଠିକ ଦୁଇଦିନ ପରେ ଯାହାଙ୍କ ପାଇଁ ସ୍ତ୍ରୀ ତୃପ୍ତିଙ୍କ ସହ ବିବାଦ ହୋଇଥିଲା ସେହି ପ୍ରକୃତି ମିଶ୍ର ବାବୁଶାନଙ୍କ ନାଁରେ ମାନହାନି ମକଦ୍ଦମା କରିଛନ୍ତି ।

ପ୍ରକୃତି ପ୍ରଥମେ କଟକ ହାଇକୋର୍ଟ ଓ ପରେ ଜିଲ୍ଲା ଦୌରାଜଜ୍ କୋର୍ଟରେ ଯାଇ ୫ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି । ତେବେ ବାବୁଶାନ ତ ଗୋଟିଏ କଥା ପରିଷ୍କାର ଦେଇଛନ୍ତି କି ସେ ନିଜ ସ୍ତ୍ରୀଙ୍କ ସହ ଠିଆ ହୋଇଥିଲେ, ଏବେବି ଠିଆ ହୋଇଛନ୍ତି ଓ ଆଗକୁ ମଧ୍ୟ ତାଙ୍କ ସହ ହିଁ ଠିଆ ହେବେ । ବାବୁଶାନ ନିଜ ଭୁଲ ବୁଝି ପ୍ରାୟଶ୍ଚିତ କରିଛନ୍ତି ।

ଯାହା ଘଟିଯାଇଛି ସେନେଇ ସେ ତୃପ୍ତିଙ୍କୁ ଭୁଲ ମାଗିଛନ୍ତି ଏବଂ ଆଗକୁ ଯେମିତି ଏମିତି କିଛି ନହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ ବୋଲି କହିଛନ୍ତି । କେବଳ ସୁନେଲି ପରଦା ନୁହେଁ ବରଂ ରିୟଲ ଲାଇଫରେ ମଧ୍ୟ ସେ ସ୍ତ୍ରୀଙ୍କୁ ଗୋଟିଏ ହିରୋ ହୋଇ ଦେଖେଇବେ । ତେବେ ତୃପ୍ତି ପ୍ରକୃତିଙ୍କୁ ଭୁଲ ମାଗିବାର ପ୍ରଶ୍ନ ଉଠୁଛି ।

ପ୍ରକୃତି ଯଦି ଆଇନର ଖେଳ ଦେଖାଇ ଷ୍ଟଣ୍ଟ ମାରି ଜାଣିଛନ୍ତି ତେବେ ବାବୁଶାନ ମଧ୍ୟ ସେହି ଷ୍ଟଣ୍ଟକୁ ଚେକମେଟ ଦେଇ ଜାଣିଛନ୍ତି । ବାବୁଶାନ ନିଜ ସ୍ତ୍ରୀଙ୍କ ସହ ଠିଆ ହେବେ ଓ ତାଙ୍କ ସହ ବାପାମା’ଙ୍କ ଆଶୀର୍ବାଦ ମଧ୍ୟକ ରହିଛି । ବାବୁଶାନ ତାଙ୍କ ସ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି ଓ ଧର୍ମର ଏହି ଯୁଦ୍ଧରେ ସେ ନିଜ ସ୍ତ୍ରୀଙ୍କ ସାଥ କେମିତି ଦେବେ ତାହା ତାହା ସମସ୍ତଙ୍କୁ ଦେଖାଇଦେବେ ।

ଏବେ ସ୍ତ୍ରୀ ତୃପ୍ତିଙ୍କ ସହ ମିଶି ବାବୁଶାନ ପ୍ରକୃତିଙ୍କ ସହ ନିଶ୍ଚୟ ଏହି ଆଇନଗତ ଲଢେଇ ଲଢିବେ ଓ ସତ୍ଯର ହିଁ ଜୟ ହେବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ବାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।