ବାପଘରକୁ ଫୋନ କରି ସ୍ତ୍ରୀ କହିଲା- ‘ସ୍ଵାମୀ ଖାଇବାରେ ବିଷ ମିଶେଇ ଦେଲା, ବଞ୍ଚାଅ….ପୁଣି ଯାହା ହେଲା ଶୁଣି ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ନାଳନ୍ଦାର ଇସ୍ଲାମପୁର ଥାନା କ୍ଷେତ୍ରର ବଢ଼ାଈ ଚକିୟାପର ଗାଁ ରେ ଜ୍ଞାନତୀ ଦେବୀ ନାମକ ଜଣେ ମହିଳା ରହୁଥିଲା । ଯାହାର କି ୨୦୧୫ରେ ଗୁଡୁ ପାସୱାନ ନାମକ ବ୍ୟକ୍ତି ସହ ବିବାହ ହୋଇଥିଲା । ଏହି ବିବାହ ପରେ ଏମାନଙ୍କୁ ଦୁଇଟି ସନ୍ତାନ ହେଲା । ସାହିଲ କୁମାର ଯାହାର ବୟସ ୩ ବର୍ଷ ଓ ସେହ୍ନା କୁମାରୀ ଯାହାର ବୟସ ୧ ବର୍ଷ । କିଛି ଦିନ ତଳେ ଜ୍ଞାନତୀ ଦେବୀ ନିଜର ଦୁଇ ସନ୍ତାନ ସହ ଖାଉଥିଲେ । କିନ୍ତୁ କିଛି ସମୟ ପରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ।

ଏହା ପରେ ଜ୍ଞାନତୀ ଦେବୀ ସଙ୍ଗେ ସଙ୍ଗେ ବାପଘରକୁ ଫୋନ କରି ସବୁ କଥା କହିଲେ । ସେମାନେ ବି ଝିଅର ଗାଁକୁ ସଙ୍ଗେ ସଙ୍ଗେ ଚାଲି ଆସିଲେ । ଏହା ପରେ ସେମାନେ ମା ଓ ଦୁଇ ପିଲାଙ୍କୁ ହସ୍ପିଟାଲ ନେଇ ଗଲେ । କିନ୍ତୁ ଚିକିତ୍ସା ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଗଲା । ଯେତେବେଳେ ଏହି ମୃତ୍ୟୁ ପଛର କାରଣ ବିଷୟରେ ଜଣା ପଡିଲା ତ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ । ଖାଦ୍ୟରେ ବିଷ ମିଶି ଥିବାର କଥା ସାମ୍ନାକୁ ଆସିଲା ।

ଖାଦ୍ୟରେ ବିଷ ମିଶେଇ ଥିବା ବ୍ୟକ୍ତି ଜଣକ ଆଉ କେହି ନୁହେଁ ଜ୍ଞାନତୀର ସ୍ଵାମୀ ଗୁଡୁ ପାସୱାନ ଥିଲା । ସେ ଖାଦ୍ୟରେ ଚୁପଚାପ ବିଷ ମିଶାଇ ଦେଇ ଥିଲେ । ଯାହାକୁ ଖାଇ ତାର ସ୍ତ୍ରୀ ଓ ଦୁଇ ସନ୍ତାନର ମୃତ୍ୟୁ ହୋଇଗଲା । ଜ୍ଞାନତୀର ଘର ଲୋକମାନଙ୍କ ଅନୁସାରେ ତାଙ୍କ ଝିଅର ଯେତେବେଳେ ଦେହ ଖରାପ ହେଲା ତେବେ ସେ ଫୋନରେ କହିଥିଲା କି ତାକୁ ସନ୍ଦେହ ହେଉଛି କି ତାର ସ୍ଵାମୀ ଖାଇବାରେ ବିଷ ମିଶାଇ ଦେଇଛନ୍ତି ।

ଘର ଲୋକମାନେ ମହିଳାର ସ୍ଵାମୀ ଓ ତାର ଶଶୁର ଘର ଲୋକମାନଙ୍କ ଉପରେ କେସ କରିଛନ୍ତି । ଏହି ଘଟଣା ଘଟିବା ପରେ ସେହି ଅଞ୍ଚଳରେ ଏହି ଖବର ଚାରିଆଡେ ବ୍ୟାପି ଗଲା । ଏହା ମଧ୍ୟରେ ମହିଳାର ଆରୋପି ସ୍ଵାମୀ ଗୁଡୁ ଫେରାର ହୋଇଗଲା । ଅନ୍ୟ ପଟେ ପୋଲିସ ଗୁଡୁର ମା ଅର୍ଥାତ ମୃତକ ଜ୍ଞାନତୀର ଶାଶୁକୁ ଜେରା କରୁଛି । ମୃତ ମହିଳାର ସମ୍ପର୍କୀୟ ନିରଂଜନ ପାସୱାନଙ୍କ ଅନୁସାରେ ବିବାହ ପରେ ଜ୍ଞାନତୀକୁ ଯୌତୁକ ପାଇଁ ହଇରାଣ କରାଯାଉ ଥିଲା ।

ତା ସହିତ ତାର ସ୍ଵାମୀ ପ୍ରାୟତଃ ମାରପିଟ ବି କରୁଥିଲା । ତାକୁ ମାରପିଟ କରି ତାକୁ ଘରୁ ବାହାର କରି ଦିଆ ଯାଇ ଥିଲା । ପୁଣି ପଞ୍ଚାୟତରେ ମିଟିଙ୍ଗ ବସାଇ ମାରପିଟ ନ କରିବା ଶର୍ତରେ ତାକୁ ଶଶୁର ଘର ଯିବାକୁ ଦିଆ ଯାଇ ଥିଲା । କହିଦେଉଛୁ କି ଘଟଣା ଦିନ ଜ୍ଞାନତୀ ତାର ସ୍ଵାମୀ ଗୁଡୁକୁ ଟଙ୍କା ମାଗିଲା ଓ ଦୁଇ ଜଣଙ୍କ ଭିତରେ ଝଗଡା ବି ହେଲା । ଏହି କଥାରେ ରାଗି ଯାଇ ସ୍ଵାମୀ ସ୍ତ୍ରୀ ଓ ପିଲାମାନଙ୍କୁ ଖାଇବାରେ ବିଷ ମିଶାଇ ତାଙ୍କୁ ମାରି ଦେଲା । ବର୍ତ୍ତମାନ ପୋଲିସ ଏହି ପୁରା ମାମଲାର ଯାଞ୍ଚ କରୁଛି ।