ସ୍ତ୍ରୀ ହେଲା କରୋନା ପଜିଟିବ ତ ସ୍ଵାମୀ ଚିହ୍ନିବାକୁ କରି ଦେଲା ମନା… ତା ପରେ ହେଲା କିଛି ଏମିତି

ଆଜି ଆମେ ଆପଣଙ୍କୁ କରୋନା କାଳ ମଧ୍ୟରେ ଘଟିଥିବା ଏକ ଅଦ୍ଭୁତ ସ୍ଵାମୀ ସ୍ତ୍ରୀଙ୍କ ବିଷୟରେ କହିବୁ । କହିବାକୁ ଗଲେ ୧.୫ ବର୍ଷ ପୂର୍ବେ ଏହି ଦମ୍ପତ୍ତିଙ୍କ ବିବାହ ହୋଇଥିଲା । କିଛି ମାସ ପରେ ସେମାନଙ୍କ ଘରେ ଏକ ନୂଆ ଅତିଥି ଆସିବାର ଥିଲା । ଏହା ପରେ ସ୍ଵାମୀ ସ୍ତ୍ରୀକୁ ନେଇ ଯେତେବେଳେ ହସ୍ପିଟାଲ ଗଲା ତ ସେହି ସ୍ଥାନରେ ଜଣା ପଡିଲା କି ତାହାର ସ୍ତ୍ରୀ କରୋନା ପଜିଟିବ ଅଟେ । ଏହା ପରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଲା ।

କହିବାକୁ ଗଲେ ସ୍ଵାମୀ ସ୍ତ୍ରୀକୁ ହସ୍ପିଟାଲରେ ଛାଡି ଫେରାର ହୋଇଗଲା । ଏହା ଛଡା ଯେତେବେଳେ ହସ୍ପିଟାଲର କର୍ମୀମାନେ ତା’ର ସ୍ଵାମୀର ନମ୍ବରକୁ ଫୋନ କରିଲେ ତ ସ୍ଵାମୀ ନିଜର ପତ୍ନୀକୁ ଚିହ୍ନିବାକୁ ମନା କରି ଦେଲା ।

ଅନ୍ୟ ପଟେ ସିଜରିୟନ ସର୍ଜରୀ କରିବା ପାଇଁ ଡେରି ହୋଇ ଯିବାରୁ ଶିଶୁଟିର ଗର୍ଭରେ ହିଁ ମୃତ୍ୟୁ ହୋଇଗଲା । ଏହି ବିପତ୍ତି ସମୟରେ ପୀଡ଼ିତା ୮ ଦିନ ହସ୍ପିଟାଲରେ ରହି କରୋନାର ଯୁଧ୍ୟକୁ ଜିତି ନେଲା ଓ ସୁସ୍ଥ ହୋଇ ନିଜ ବାପଘରକୁ ଚାଲିଗଲା ।

ଏହି କାହାଣୀ ଇନ୍ଦିରା ନଗରର ନିବାସୀ ହୀନାଙ୍କ ଅଟେ । ଇନ୍ଦିରା ନଗରର ୨୪ ବର୍ଷୀୟ ହୀନା ଫେବ୍ରୁୟାରୀ ୨୦୧୯ରେ ଚନ୍ଦନ ଗ୍ରାମ ନିବାସୀ ଫକରୁଲ ସହିତ ବିବାହ କରିଥିଲା । ଏହା ପରେ ୪ ଜୁଲାଇରେ ସ୍ତ୍ରୀର ଡେଲିଭରି ପାଇଁ ସ୍ଵାମୀ ନିଜର ସ୍ତ୍ରୀକୁ ଲୋହିୟା ହସ୍ପିଟାଲକୁ ନେଇ ଗଲା । ଏହା ହସ୍ପିଟାଲରେ ଜଣା ପଡିଲା କି ସ୍ତ୍ରୀ କରୋନା ପଜିଟିବ ଅଟେ । ଏହା ଜାଣିବା ପରେ ସ୍ଵାମୀ ସ୍ତ୍ରୀଜୁ ହସ୍ପିଟାଲରେ ଛାଡି ଗାୟବ ହୋଇ ଗଲା ।

ଏହା ପରେ ମହିଳା ଜଣକ ଏହା ବିଷୟରେ ନିଜ ବାପାଙ୍କୁ ଯେତେବେଳେ ଜଣାଇଲା ତେବେ ଝିଅର ବାପା ଜ୍ଵାଇଁକୁ ଫୋନ କରିଲେ ତ ଜ୍ଵାଇଁ କହିଲା କି ମୋର କରୋନା ପୀଡ଼ିତାଙ୍କ ସହ କୌଣସି ସମ୍ପର୍କ ନାହିଁ । ଏହା ପରେ ହସ୍ପିଟାଲରେ ଏକୁଟିଆ ଥିବା ହିନାର ଦେଖା ଶୁଣା କରିବା ପାଇଁ ତାହାର ଭଉଣୀ ପହଞ୍ଚିଲା ଓ ଦୁଇ ଜଣଙ୍କୁ ଲୋକବନ୍ଧୁ ହସ୍ପିଟାଲକୁ ପଠାଇ ଦିଆଗଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।