ମେଡିକାଲରେ ୪ ବର୍ଷର ଛୋଟ ଛୁଆ ନିଜେ ଠେଲି ଠେଲି ଷ୍ଟ୍ରେଚରକୁ ନେଇ ଯାଉଛି, କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

କିଛି ଦିନ ତଳେ ଘଟିଥିବା ବରେଲୀ ଜିଲ୍ଳାର ମେଡିକାଲର କୋଭିଡ ୱାଡ଼ରେ ବର୍ଷା ପାଣିର ମାମଲା ଥଣ୍ଡା ହୋଇଛି କି ନାହିଁ ବର୍ତ୍ତମାନ ଦେବରୀୟା ଜିଲ୍ଳାର ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସୁଛି । କହିବାକୁ ଗଲେ ଦେବରୀୟା ଜିଲ୍ଳାର ସ୍ୱାସ୍ଥ୍ୟ କେନ୍ଦ୍ରର ମାନବ ସମାଜକୁ ଅପମାନିତ କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ଯାହା ଜିଲ୍ଲା ମେଡିକାଲର ପରିସରର ଅଟେ । ଏହି ଭାଇରାଲ ଭିଡିଓରେ ଜଣେ ମହିଳା ଓ ତାହାର ୪ ବର୍ଷର ପୁଅ ନିଜ ପରିବାରର ଜଣେ ବୟସ୍କ ପରିଜନକୁ ଷ୍ଟ୍ରେଚର ମାଧ୍ୟମରେ ଠେଲି ଠେଲି ନେଇ ଯିବାର ଦେଖିବାକୁ ମିଳୁଛି ।

ମା ସେହି ଷ୍ଟ୍ରେଚରକୁ ଆଗପଟୁ ଭିଡୁଥିଲା ବେଳେ ତାର ୪ ବର୍ଷର ପୁଅ ପଛପଟୁ ସେହି ଷ୍ଟ୍ରେଚରକୁ ପେଲି ପେଲି ନେବାର ଦୃଶ୍ୟ ସାମ୍ନାକୁ ଆସୁଛି ।

ଦୁଇଜଣ ନିଜର ସମ୍ପର୍କୀୟକୁ ଡାକ୍ତରଙ୍କ ପାଖକୁ ନେଇ ଯାଉଛନ୍ତି । କହିବାକୁ ଗଲେ ବରେଲୀ ଜିଲ୍ଳାର ବରହଜ ଥାନା ନିକଟସ୍ଥ ଗୌରା ଗ୍ରାମରେ ରହୁଥିବା ଛେଦୀ ୟାଦବ ସହ ଗ୍ରାମର କିଛି ଲୋକମାନଙ୍କ ଝଗଡା ହୋଇଗଲା । ଏହା ପରେ ଗ୍ରାମବାସୀମାନେ ଛେଦୀ ୟାଦବକୁ ଖୁବ ମାରିଲେ ।

ସେହି ମାରପିଟରେ ଛେଦୀ ୟାଦବର ଗୋଡ ଓ ହାତ ଫ୍ୟାକ୍ଚର ହୋଇ ଗଲା । ଏହା ପରେ ଛେଦୀ ୟାଦବର ଘର ଲୋକମାନେ ପୁଲିସ ପାଖକୁ ଯାଇ ଅଭିଯୋଗ ଦେଲେ । କିନ୍ତୁ ବରହଜ ଥାନାର ଅଧିକାରୀ ବିଶେଷ କିଛି ପ୍ରତିକ୍ରିୟା ନ ଦେଇ ଛେଦୀ ୟାଦବକୁ ହସ୍ପିଟାଲରେ ଭର୍ତ୍ତି କରି ଦେବା ପାଇଁ କହିଲେ ଓ ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ।

ଆପଣଙ୍କୁ କହିଦେଉଛୁ କି ଗତ ୩ ଜୁଲାଇରୁ ସେହି ବୁଦ୍ଧ ବ୍ୟକ୍ତିକୁ ମେଡିକାଲର ସର୍ଜିକଲ ୱାଡ଼ରେ ଭର୍ତି କରାଯାଇଛି । ସବୁଦିନ ସେହି ବୁଦ୍ଧ ବ୍ୟକ୍ତିଙ୍କ ପଟି ବଦଳା ଯାଉଥିଲା ଓ ତାଙ୍କର ଘର ଲୋକମାନେ ହିଁ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଷ୍ଟ୍ରେଚର ଉପରେ ଲଦି ନେଇ ଯାଉଥିଲେ । ବୃଦ୍ଧ ବ୍ୟକ୍ତିଙ୍କ ଝିଅର କହିବା ଅଟେ କି ଯେତେବେଲେ କୌଣସି ବି ସ୍ୱାସ୍ଥ୍ୟ କର୍ମଚାରୀ ଆସିଲେ ନାହିଁ ତେବେ ସେ ସେହି ଷ୍ଟ୍ରେଚର ଠେଲି ଠେଲି ନେବା ପାଇଁ ବାଧ୍ୟ ହେଲେ ।

ଏହା ପରେ ସେ କହିଲେ କି ସ୍ୱାସ୍ଥ୍ୟ କର୍ମଚାରୀମାନେ ଷ୍ଟ୍ରେଚର ଠେଲିବା ପାଇଁ ତାଙ୍କ ଠାରୁ ୨୦ ରୁ ୩୦ ଟଙ୍କା ଲାଞ୍ଚ ବି ମାଗୁଥିଲେ । ଯେତେବେଳେ କି ଏହି ସୁବିଧା ଫ୍ରୀ ଅଟେ । ଲାଞ୍ଚ ନ ଦେବାରୁ ସେମାନେ ଷ୍ଟ୍ରେଚର ପେଲିବାକୁ ମନା କରି ଦେଲେ । ଏହି ମାମଲାରେ ଦେବଋୟା ଜିଲ୍ଳା ଅଧିକାରୀଙ୍କ ତରଫରୁ ଟ୍ୱୀଟ କରି କୁହାଯାଇଛି କି, ‘ଏହି ମାମଲା ସହ ସମ୍ବନ୍ଧିତ ସମସ୍ତ ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରା ଯାଇଛି ଓ ଅଧିକାରୀମାନଙ୍କୁ କଡା ନିର୍ଦେଶ ବି ଜାରି କରା ଯାଇଛି ।‘

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।