କେବେ ବି ନିଜ ସ୍ତ୍ରୀ ଙ୍କୁ ଖୁସି କରି ପାରନ୍ତି ନାହିଁ ଏହି ୩ ଟି ରାଶିର ପୁରୁଷ

ମଣିଷର ସ୍ଵଭାବ ଓ ଚିନ୍ତାଧାରା ସେମାନଙ୍କର ପରିଚୟ ଦେଇଥାଏ । ଆଜି ଆମେ ଜାଣିବା ଏପରି ୩ ଟି ରାଶିର ପୁରୁଷମାନଙ୍କ ବିଷୟରେ ଯିଏ ନିଜ ସ୍ତ୍ରୀ କୁ କେବେ ବି ଖୁସି କରି ପାରନ୍ତି ନାହିଁ ।

 ମୀନ ରାଶି

ଜ୍ୟୋତିଷ ଶାସ୍ତ୍ରରେ ୧୨ ଟି ରାଶି ମଧ୍ୟରୁ ସବୁଠୁ ଶେଷରେ ଆସିଥାଏ ମୀନ ରାଶି । ଯଦି ଆମେ ଏହି ରାଶିର ପୁରୁଷମାନଙ୍କ ବିଷୟରେ କହିବା ତେବେ ଏମାନେ ନିଜ ସ୍ତ୍ରୀ କୁ କେବେ ବି ଖୁସି କରି ପାରନ୍ତି ନାହିଁ । ଏହି ପୁରୁଷମାନେ ନିଜ ସ୍ତ୍ରୀର ସବୁ କାମରେ ଦୋଷ ବାହାର କରନ୍ତି । ଏମାନଙ୍କ ସ୍ତ୍ରୀ ଯେତେ କାମ କରିଲେ ବି ଏମାନେ କେବେ ବି ପ୍ରଶଂସା କରନ୍ତି ନାହିଁ । ଏହି କାରଣ ପାଇଁ ଭଲ ସମ୍ପର୍କ ବି ଖରାପ ହୋଇଥାଏ ।

ସ୍ଵଭାବରେ ଏହି ପୁରୁଷମାନେ ସିଧା ସାଧା ହୋଇଥାନ୍ତି । ଏଥିପାଇଁ ଝିଅମାନେ ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି । କିନ୍ତୁ ବିବାହ ପରେ ଏମାନେ ନିଜ ସ୍ତ୍ରୀ ମଧ୍ୟରେ ଦୋଷ ଖୋଜିଥାନ୍ତି । ଯଦି ଆପଣ ମୀନ ରାଶିର ବ୍ୟକ୍ତି ଅଟନ୍ତି ତେବେ ଆପଣ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତୁ । ଏହା ଦ୍ଵାରା ସମ୍ପର୍କ ମଝବୁତ ହୋଇଥାଏ ।

ବୃଷ ରାଶି

ଏହି ରାଶିର ପୁରୁଷମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି । ବୃଷ ରାଶିର ପୁରୁଷ ନିଜ ସ୍ତ୍ରୀଙ୍କୁ ଖୁସି ନ କରିବା ପଛରେ ଗୋଟିଏ କାରଣ ଥାଏ ତାହା ହେଲା ନିଜର ଭଲ ପାଇବାକୁ ପ୍ରକାଶ ନ କରି ପାରିବା । କାହିଁକି ନା ଏମାନେ ଲାଜୁଆ ସ୍ଵଭାବର ହୋଇଥିବାରୁ ନିଜର ମନ କଥା କହି ପାରନ୍ତି ନାହିଁ ।

ଏମାନଙ୍କୁ ଆମେ ଧୋକେବାଜ କହି ପାରିବା ନାହିଁ । କିନ୍ତୁ ନିଜର ଭଲ ପାଇବା ପ୍ରକାଶ ନ କରି ପାରିବା ହେତୁ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଖରାପ ହୋଇଥାଏ । ଯଦି ଆପଣ ବୃଷ ରାଶିର ବ୍ୟକ୍ତି ଅଟନ୍ତି ତେବେ ନିଜ ସ୍ତ୍ରୀଙ୍କୁ ନିଜର ମନ କଥା ଖୋଲି କୁହନ୍ତୁ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କିନ୍ତୁ ଏମାନେ ନିଜ ସ୍ତ୍ରୀଙ୍କୁ ଖୁସି ରଖି ପାରନ୍ତି ନାହିଁ । କନ୍ୟା ରାଶିର ପୁରୁଷ ସ୍ତ୍ରୀଙ୍କୁ ଖୁସି ନ ରଖିବା ପଛରେ ଗୋଟିଏ କାରଣ ଥାଏ ତାହା ହେଲା ଏମାନେ ନିଜ ସ୍ତ୍ରୀଙ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିଥାନ୍ତି । କେବେ ବି ସ୍ଵାଧୀନତା ଦେଇ ନ ଥାନ୍ତି । ସବୁ ସ୍ତ୍ରୀମାନେ ଚାହାଁନ୍ତି ସେମାନଙ୍କୁ ବି ସ୍ଵାଧୀନତା ମିଳୁ । କିନ୍ତୁ ଏମାନେ ସବୁବେଳେ ନିଜ ସ୍ତ୍ରୀଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି ।

ଏହି ରାଶିର ପୁରୁଷମାନେ ପ୍ରଥମେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ପରେ ଏମାନେ ନିଜ ସ୍ତ୍ରୀଙ୍କୁ ନିୟନ୍ତ୍ରଣରେ ରଖିଥାନ୍ତି । ଯଦି ଆପଣ କନ୍ୟା ରାଶିର ବ୍ୟକ୍ତି ଅଟନ୍ତି ତେବେ ଆପଣ ନିଜ ସ୍ତ୍ରୀଙ୍କୁ ଅଳ୍ପ ବହୁତ ସ୍ଵାଧିନତା ଦିଅନ୍ତୁ । କାରଣ ଆଜିର ଦୁନିଆରେ ସ୍ଵାଧୀନତା ସମସ୍ତଙ୍କର ଦରକାର । ଏହା ଦ୍ଵାରା ଭଲ ପାଇବା ବଢିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।