ସ୍ତ୍ରୀ ନା ଛୁଆ ଜନ୍ମ କରିବା ମେସିନ୍ ! ପ୍ରତିବର୍ଷ ଗୋଟିଏ ଲେଖାଏଁ ଛୁଆ ଜନ୍ମ କରି ଚାଲିଛନ୍ତି, ସ୍ଵାମୀ ଯାହା କହୁଛି ଶୁଣିଲେ ମୁଣ୍ଡ ବୁଲେଇଦେବ, ଦେଖନ୍ତୁ video

ବାହାଘର ପରଠାରୁ କେବଳ ଛୁଆ ଜନ୍ମ କରି ଚାଲିଛନ୍ତି ମହିଳାଜଣକ । ଗୋଟିଏ କି ଦୁଇଟି ଛୁଆ ନୁହେଁ ବରଂ ଡର୍ଜନେ ଛୁଆ ଜନ୍ମ କରି ସାରିଲେଣି । ତଥାପି ଏବେ ଯାଏଁ ସ୍ଵାମୀଙ୍କର ମନ ବୁଝୁନି । ଏମିତି ଅସହ୍ୟ କଷ୍ଟ ପାଇବାରୁ ମହିଳାଜଣକ ଶେଷରେ ବାଧ୍ୟ ହୋଇ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରି ନେଇଥିଲେ । ହେଲେ ଏତିକି ଶୁଣିବା ପରେ ସ୍ଵାମୀ ରାଗରେ ନିଆଁବାଣ ହୋଇ ଯାଇଛନ୍ତି । ଫଳରେ ସ୍ତ୍ରୀ’ଙ୍କ ସମେତ ସବୁ ଛୁଆଙ୍କୁ ଘରୁ ବାହାର କରି ଦେଇଛି ଅମାନିଆ ସ୍ଵାମୀ ।

ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ସଲେଇକନା ପଞ୍ଚାୟତ ଅନ୍ତର୍ଗତ ଡିମିରିଆ ଅଞ୍ଚଳରେ । ସେହି ଗାଁର ରବି ଦେହୁରିଙ୍କ ସ୍ତ୍ରୀ ଜାନକୀ ଏବେ ଯାଏଁ 11ଟି ଛୁଆ ଜନ୍ମ ଦେଇ ସାରିଲେଣି । ଜଣଙ୍କ ମୃ-ତ୍ୟୁ ହୋଇ ସାରିଥିବା ବେଳେ ଏବେ ମୋଟ 10 ଜଣ ଛୁଆ ଅଛନ୍ତି । କୋଳରେ ଏକ ମାସର ଗୋଟିଏ କଅଁଳ ଶିଶୁଟିଏ ବି ଅଛି । ପ୍ରତି ବର୍ଷ ଗୋଟିଏ ଲେଖାଏଁ ସନ୍ତାନ ଜନ୍ମ କରିବା ପରେ ଜାନକୀ ଅତି ଦୁର୍ବଳ ହୋଇ କଷ୍ଟ ପାଉଥିଲେ ।

ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଅସ୍ତ୍ରୋପଚାର ନିଷ୍ପତ୍ତି ନେଇଥିଲେ । ହେଲେ ମେଡିକାଲରୁ ଫେରିବା ପରେ ସ୍ଵାମୀ ରବି ଦେହୁରି ଆଉ ତାଙ୍କୁ ଘରେ ପୁରେଇ ଦେଲେନି । ଅସ୍ତ୍ରୋପଚାର କରି ମାରା ହେଇଗଲୁ କହି ଘରେ ପଶିଲେ ଜୀବନରେ ମା-ରି-ଦେ-ବା-କୁ ଧମକ ଦେଇଛନ୍ତି ସ୍ଵାମୀ । ଉପାୟଶୂନ୍ୟ ଜାନକୀ ଛୁଆଙ୍କୁ ଧରି ଘର ଆଗରେ ଥିବା ଏକ ଆମ୍ବ ଗଛମୂଳେ ଆଶ୍ରୟ ନେଇଛନ୍ତି ।

ସାହି ଭାଇ ଯିଏ ଯେତେ ବୁଝେଇଲେ ନିଜ ଜିଦ୍ ରେ ଅଟଳ ରହିଛନ୍ତି ରବି । ଆମ ସମାଜର ନିୟମ ଅନୁସାରେ ସେ ଆଉ ଘରେ ପୂଜା କରିପାରିବ ନାହିଁ କି ପୂର୍ବ ପୁରୁଷଙ୍କୁ ପାଣି ଦେଇପାରିବ ନାହିଁ ବୋଲି ସେ କହୁଛନ୍ତି । ତାଙ୍କୁ କେହି ବୁଝେଇବାକୁ ଗଲେ ଧନୁ ତୀରରେ ମା-ରି-ଦେ-ବା-ର ଧମକ ଦେଉଛନ୍ତି । ଏବେ ଗାଁ ଲୋକେ ଜାନକୀ ଓ ତାଙ୍କ ଛୁଆଙ୍କ ଖାଇବା କଥା ବୁଝାବୁଝି କରୁଛନ୍ତି । ତେବେ ତେଲକୋଇ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି କି, ସେମାନଙ୍କ ପରିବାର କଥା ବୁଝିବା ସହ ଖାଇବା ପିଇବା ବ୍ୟବସ୍ଥା କରାଯାଉଛି ।

ଜାନକୀଙ୍କ ସ୍ଵାମୀଙ୍କୁ କେବଳ ବୁଝେଇବା ଦରକାର ବୋଲି ସେ କହିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜାନକୀଙ୍କ ସ୍ଵାମୀ ଏସବୁ କଥା ବୁଝୁଛନ୍ତି ନାହିଁ ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।