ଏଇ କାରଣରୁ ଜୟା ଶର୍ମାରୁ ଜୟା କିଶୋରୀ ହେଲେ ଏହି ଯୁବ ସନ୍ୟାସିନୀ, ହେଲେ ଏବେ କରିବାକୁ ଚାହୁଁଛନ୍ତି ବିବାହ ! ଜାଣନ୍ତୁ Jaya Kishori ଙ୍କ ଜୀବନ କାହାଣୀ

ଯୁବ ସନ୍ୟାସିନୀ ଜୟା କିଶୋରୀଙ୍କ ନାଁ ଆପଣ ନିଶ୍ଚୟ ଶୁଣିଥିବେ । ଅତି କମ୍ ବୟସରୁ ତାଙ୍କର ଲକ୍ଷ ଲକ୍ଷ ଭକ୍ତ ଅଛନ୍ତି । ଜୟା ଶର୍ମା କାହିଁକି ଜୟା କିଶୋରୀ ହେଲେ ଆଜି ଆମେ ଆପଣଙ୍କୁ ଏହା ପଛର ରହସ୍ୟ କହିବୁ । ଯାହାକି ସେ ନିଜେ କହିଛନ୍ତି । ସମସ୍ତେ ନିଜ ଜୀବନକୁ ନେଇ ଅନେକ ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ପାଠପଢା, ଚାକିରି, ପାରିବାରିକ ଓ ବୈବାହିକ ଜୀବନ ମଧ୍ୟରେ ଅନେକ ଲୋକ ଛନ୍ଦି ହୋଇ ଯାଇଥାନ୍ତି । ହେଲେ ଅନେକ ଲୋକ ଭିଡ ଭିତରୁ ବାହାରି କିଛି ଅଲଗା କାମ କରି ସ୍ଵତନ୍ତ୍ର ପରିଚୟ ବନେଇଥାନ୍ତି ।

ସେମାନଙ୍କ ମଧ୍ୟରୁ ଜୟା କିଶୋରୀ ଜଣେ, ଯିଏକି ମାତ୍ର 21 ବର୍ଷ ବୟସରୁ ସନ୍ୟାସିନୀ ହୋଇ ଲୋକଙ୍କ ପାଖରେ ଧର୍ମର ବାର୍ତ୍ତା ପହଞ୍ଚାଇଛନ୍ତି । ଜୟା ଜଣେ ପ୍ରସିଦ୍ଧ ପ୍ରବଚକ, ଭଜନ ଗାୟିକା ଏବଂ ମୋଟିଭେସନାଲ ସ୍ପିକର । 1986 ମସିହାରେ କଲିକତାର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜୟା ଶର୍ମା । ଘରେ ପୂଜାପାଠର ମାହୋଲ ଥିବାରୁ ପିଲାଟି ଦିନରୁ ହିଁ ସେ ବିଭିନ୍ନ ସ୍ତ୍ରୋତ୍ରମ ଓ ଶିବ ତାଣ୍ଡବ ଆଦି ଉଚ୍ଚାରଣ କରୁଥିଲେ ।

ସେ 6 ବର୍ଷ ବୟସରୁ ହିଁ ଭଜନ ଗାଇବାକୁ ଆରମ୍ଭ କରିଥିବା ଏକ ସାକ୍ଷାତକାରରେ କହିଥିଲେ । ଛୋଟ ଥିବାବେଳେ ସେ ଏହିସବୁ ମାହୋଲକୁ ଖୁବ ଉପଭୋଗ କରୁଥିଲେ । ତାଙ୍କୁ ଆଧ୍ୟତ୍ମିକତା ଦିଗରେ ନେବା ପାଇଁ ପ୍ରଥମ ମାଧ୍ୟମ ଥିଲା ସଙ୍ଗୀତ । 10 ବର୍ଷ ବୟସରେ ସେ ତାଙ୍କ ଗୁରୁ ସ୍ଵାମୀଜୀ ରାମସୁକ ଦାସଜୀଙ୍କ କାହାଣୀ ଶୁଣିଥିଲେ । ଗୁରୁଙ୍କୁ ଦେଖି ସେ ଅନୁଭବ କରିଥିଲେ ଯେ ଏହିସବୁ କାହାଣୀ ସେ ଲୋକଙ୍କୁ କହିବେ । ନିଜକୁ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ଦେଢ ବର୍ଷ ସମୟ ଲାଗିଥିଲା ।

ଏହାପରେ ଜୟା ଶର୍ମାରୁ କେବେ ଜୟା କିଶୋରୀ ହୋଇଗଲି ତାହା ଜଣାପଡିଲା ନାହିଁ ବୋଲି ସେ କହିଛନ୍ତି । ଗୁରୁ ପଣ୍ଡିତ ଗୋବିନ୍ଦ ରାମଜୀ ମିଶ୍ର ତାଙ୍କୁ ଏହି ନାମ ଦେଇଥିଲେ । ସେ ତାଙ୍କୁ ସ୍ନେହରେ କିଶୋରୀ ବୋଲି ଡାକୁଥିଲେ । ପରେ ସମସ୍ତେ ଜୟା କିଶୋରୀ ନାମକୁ ପସନ୍ଦ କରିବାକୁ ଲାଗିଲେ । ତେଣୁ ଆଧ୍ୟାତ୍ମିକତା ଯାତ୍ରାରେ ତାଙ୍କର ନାଁ ରହିଲା ଜୟା କିଶୋରୀ । ସେ କେଉଁ ସାଧୁ ସନ୍ଥ ନୁହଁନ୍ତି ବରଂ ସେ ଅନେକ ସମୟରେ ସ୍ପଷ୍ଟ କରିଛନ୍ତି କି ସେ ଘରୋଇ ଜୀବନ ବଞ୍ଚିବାକୁ ଚାହାଁନ୍ତି ତଥା ବିବାହ କରି ଘର ସଂସାର କରିବାକୁ ଚାହୁଁଛନ୍ତି ।

ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ତାଙ୍କର ପ୍ରଥମ ପ୍ରେମ ଏବଂ ସେ ସାରା ଜୀବନ ଭକ୍ତିର ମାର୍ଗ ଛାଡିବେ ନାହିଁ ବୋଲି କହିଛନ୍ତି । ସେ ତାଙ୍କ ବାପାମା’ଙ୍କ ଦେଖାଶୁଣା କରିବା ପାଇଁ କଲିକତାରେ ହିଁ ବିବାହ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।