ସ୍ତ୍ରୀ ସହ ସ୍ଵାମୀ ଏମିତି କରିପାରିବ କେହି କେବେ ସ୍ଵପ୍ନ ରେ ଭାବି ନ ଥିବେ ।

ସାତ କଳସ ଆଠ ଦୀପ କୁ ସାକ୍ଷୀ ରଖି ଜନ୍ମ ଜନ୍ମାନ୍ତର ର ଦେବତା ଭାବି ନିଜ ଘର ଛଡାଇ ସ୍ଵାମୀ ଙ୍କ ହାତ ଧରି ଆସିଥିଲେ । ଆଖି ରେ ଆଖିଏ ସ୍ଵପ୍ନ ନେଇ ଅଚିହ୍ନା ରାଇଜର ଲୋକଙ୍କୁ ଆପଣାର କରିଥିଲେ । ସ୍ଵାମୀ ସହ ନୂଆ ସଂସାର ଗଢିଥିଲେ । କିନ୍ତୁ ଆଜି ସବୁ କିଛି ମାଟି ରେ ମିଶି ଯାଇଛି । ଏହି ପରିବାର ତାଙ୍କ ସହ ଏମିତି କରିବେ ବୋଲି ସେ କେବେ ଭାବି ନ ଥିଲେ । ହଁ ଦର୍ଶକ ବନ୍ଧୁ ବାହାଘରକୁ 9 ବର୍ଷ ବିତି ଯାଇଥିଲା ।

କିନ୍ତୁ ଆଜି ଘରୁ ମିଳିଛି ତାଙ୍କର ମୃତ ଦେହ । ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡା ପଞ୍ଚାୟତ କଣ୍ଟାପାରି ଗାଁ ର ବିରେନ୍ଦ୍ର ଜେନା ଙ୍କ ସ୍ତ୍ରୀ ଆନି ଜେନା ଙ୍କ ମୃତ ଦେହ ଘରୁ ଉଧାର ହୋଇଛି । ଏହି ଖବର ପାଇବା ପରେ ଆନି ଙ୍କ ବାପା ମା ପରିବାର ଲୋକେ ପହଞ୍ଚି ଝିଅର ମୃତ ଦେହ ଦେଖି ଭାବୁ ବିହ୍ଵଳ ହୋଇ ଯାଇଥିଲେ । ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା ।

ଆନି ଙ୍କୁ ଶ୍ଵଶୁର ଘର ଲୋକେ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ଅନି ଙ୍କ ବାପା । ତେବେ ଘଟଣା ସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଭଦ୍ରକ ପଠାଇ ଥିବା ବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଆନି ଜେନା ଙ୍କ ବାପଘର ଓଡଶୀ ଯାଜପୁର ଜିଲ୍ଲା ରାମବାଗ ଅଞ୍ଚଳର ହୋଇଥିବା ବେଳେ ସେ 9 ବର୍ଷ ହେବ ବିବାହ କରିଥିଲେ ପଟାପାଲ୍ଲୀ ଗାଁ ର ବିରେନ୍ଦ୍ର ଜେନା ଙ୍କୁ ।

ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି । ଆନି ଙ୍କର ମୃତ୍ୟୁ ଖବରକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କାନ୍ଦ ବୋବାଳିରେ ଫାଟୋ ପଡୁଛି ଗାଁ ପରିବେଶ । ଆନି ଜେନା ଙ୍କୁ ହତ୍ୟା କରା ଯାଇଥିବା ନେଇ ତାଙ୍କ ଭାଇ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସର ତଦନ୍ତ ପରେ ଆନି ଙ୍କ ସ୍ଵାମୀ ଙ୍କୁ ପୋଲିସ ଗିରଫ କରିଛି ।

ତେବେ ଆନି ଜେନା ଙ୍କୁ କେଉଁ କାରଣ ପାଇଁ ତାଙ୍କ ଶାଶୁଘର ଲୋକେ ହତ୍ୟା କରିଛନ୍ତି କିମ୍ବା ଆନି ଙ୍କ ମୃତ୍ୟୁ ପଛରେ କାରଣ ପାଇଁ ତାହା ପୋଲିସ ସଠିକ ଭାବେ ତଦନ୍ତ କରିବା ପରେ ଜଣା ପଡିବ । ତେବେ ଆନି ଙ୍କୁ ହରାଇ ଏବେ ତାଙ୍କର ଦୁଇ ଛୁଆ ମା ଛନ୍ଦ ହୋଇ ଯାଇଛନ୍ତି । ଆନି ଙ୍କ ବାପଘର ଲୋକେ ଅଭିଯୋଗ କରିବା ପରେ ଏବେ ଆନି ଙ୍କ ସ୍ଵାମୀ ଙ୍କୁ ପୋଲିସ ଗିରଫ କରିଛି ।

ହେଲେ ଆଗକୁ ପୋଲିସ ଏହି ମାମଲାରେ କଣ ପଦକ୍ଷେପ ନେବ ତାହା ପ୍ରାଥମିକ ତଦନ୍ତ ପରେ ଜଣା ପଡିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।