ନିଜ ସ୍ତ୍ରୀ ର ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ କୋମଳ ଶିଶୁକୁ ବିକ୍ରି କରୁଥିଲା ବାପା

ରୋଗରେ ସ୍ତ୍ରୀ ପଡିଛି ଆଉ ଚିକିତ୍ସା ବି ଚାଲିଛି । ଡାକ୍ତର ଔଷଧ ଲେଖିଛନ୍ତି । ହେଲେ ମେଦିନ କିଣିବାକୁ ସ୍ଵାମୀ ପାଖରେ ପଇସା ନାହିଁ । କେମିତି ସ୍ତ୍ରୀ କୁ ଭଲ କରିବେ ସେ କଥା ଚିନ୍ତା କରି କରି 4 ମାସର କୋମଳ ଶିଶୁ କୁ ବିକ୍ରି କରିବା ଲାଗି ନିସ୍ପତି ନେଇଛି ବାପା । ଖାଲି ନିସ୍ପତି ନେଲା ତାହା ନୁହେଁ ବରଂ ଦ୍ଵାରା ଦ୍ଵାରା ବୁଲି ପିଲାକୁ ବିକ୍ରି କରିବାକୁ ଚେଷ୍ଟା କରିଲା ।

ହଁ ଦର୍ଶକ ବନ୍ଧୁ ଏମିତି ହୃଦୟ ବିଦାରକ ଘଟଣା ଏବେ ସାମ୍ନା କୁ ଆସିଛି । ଆଉ ପ୍ରଶାସନ ହସ୍ତକ୍ଷେପ କରିଲା ଆଉ ପିଲା ବିକ୍ରି କୁ ବନ୍ଦ କରିଲା । ଔଷଧ ଖର୍ଚ୍ଚ ଲାଗି କୁନି ପିଲାକୁ ବିକ୍ରି କରିବାକୁ ପଛାଇଲାନି ବାପା । ଏମିତି ହୃଦୟ ବିଦାରକ ଘଟଣା ସାମନା କୁ ଆସିଛି ଖଣିଖାଦନ ଜିଲ୍ଲା କେନ୍ଦୁଝର ରୁ ।

ଅଭାବ ଏତେ ବଢିଥିଲା ଯେ ସ୍ତ୍ରୀ କୁ ଭଲ କରିବାକୁ ଯାଇ ପିଲା କୁ ବିକ୍ରି କରିବାକୁ ଉଦ୍ୟମ କରିଥିଲା ବାପା । ଏ ଖବର ଜାଣିବା ପରେ ତୁରନ୍ତ ଶିଶୁ ସୁରକ୍ଷା ୟୁନିଟି ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି କୁ ନିୟନ୍ତ୍ରଣ କରିଛନ୍ତି । ବାପା କୁ ବୁଝାସୁଝା କରିବା ପରେ ଅଭାବି ବାପା କୁ ଶିଶୁ କୁ ବିକ୍ରି କରିବା କଥାରୁ ଓହରିଛନ୍ତି ।

କେନ୍ଦୁଝର ଉପକଣ୍ଠ ଶଙ୍କରପୁର ରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା । ସଦର ବ୍ଲକ ବୋଦାବଲସା ପଞ୍ଚାୟତ ଅନ୍ତର୍ଗତ ଶଙ୍କରପୁର ଗାଁ ର ମୁନ୍ନା ହୁଣ୍ଡାଇ ନିଜ ସ୍ତ୍ରୀ ଙ୍କ ସହ ରୁହନ୍ତି । ମୁନନା ଙ୍କ ପ୍ରଥମ ସ୍ତ୍ରୀ ପିଲା ଜନ୍ମ କରିବା ପରେ ପିଲା କୁ ଛାଡି ଅନ୍ୟ ପୁରୁଷ ସହ ପଳାଇଲେ ।

ପରେ ଝିଅର ଯତ୍ନ ନେବା ପାଇଁ ମୁନ୍ନା ଦ୍ଵିତୀୟ ବିବାହ କରିଲେ । ହେଲେ ସେ ରୋଗରେ ପଡି ପ୍ରାଣ ହାରିଲେ । ତେଣୁ ପୁଣି ଥରେ ତୃତୀୟ ବିବାହ କରିଛନ୍ତି ମୁନ୍ନା । କିନ୍ତୁ ତୃତୀୟ ସ୍ତ୍ରୀ ରୋଗରେ ପଡିବାରୁ ତାଙ୍କୁ ଭଲ କରିବାକୁ ଯାଇ ପିଲା ବିକ୍ରି କରିବାକୁ ମୁନ୍ନା ସ୍ଥିର କରିଥିଲେ । ହେଲେ ସ୍ତ୍ରୀ ଏଥିପାଇଁ ରାଜି ନ ଥିଲେ ।

ହେଲେ ଉଚିତ ସମୟରେ ଶିଶୁ ସୁରକ୍ଷା ୟୁନିଟି ପହଞ୍ଚିବାରୁ ପୁଣି ଠାରେ ମା ଓ ବାପା କୁ ଫେରି ପାଇଛି ନିଷ୍ପାପ ଶିଶୁ ଟି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।