ଗୋଟିଏ ଝଟକା ରେ ମରିଥାନ୍ତେ ସବୁ କୌରବ – ପାଣ୍ଡବ, ଯଦି ଏହି ଯୋଦ୍ଧା କୁରୁକ୍ଷେତ୍ର ମଇଦାନ ଆସିଥାନ୍ତେ – ଜାଣନ୍ତୁ ସେ କିଏ

ମହାଭାରତ ଯୁଧ୍ୟରେ ପାଂଡୱଙ୍କର ବିଜୟ ଏବଂ କୌରୱଙ୍କର ହାର ହୋଇ ନଥାନ୍ତା, ଯଦି ଏକ ଯୋଧ୍ୟା ଯୁଦ୍ଧକ୍ଷେତ୍ର ଉପରକୁ ଆସିଯାଇଥାନ୍ତା । ଆପଣ ଜାଣିବାକୁ ଚାହୁଞ୍ଚନ୍ତି ଶ୍ରୀକୃଷ୍ଣ କେମିତି ତାକୁ ଏହି ଯୁଧ୍ୟ ରୁ ବାହାର ରଖିଲେ ।  ୧୮ ଦିନ ପର୍ଯ୍ଯନ୍ତ ଚାଲିଥିବା ଏହି ଯୁଧ୍ୟର ସାକ୍ଷୀ ହେଉଛି ଏହି କୁରୁକ୍ଷେତ୍ର । ଏହି ଯୁଧ୍ୟରେ ପାଂଡୱ ର ଜିତିବା ପଛରେ ଭଗବାନ ଶ୍ରୀକୃଷ୍ଣଙ୍କ ବୁଦ୍ଧିମତାର ଖେଳ ଥିଲା । ଶ୍ରୀକୃଷ୍ଣ କଦାପି ଚାହୁଁ ନଥିଲେ କି କୌରୱ ଜିତି ଯାଅନ୍ତୁ ଏବଂ ପୃଥିବୀ ରେ ବିନାଶ ଲୀଳା ଆରମ୍ଭ ହୋଇଯାଉ ।

ଏହି ଯୋଦ୍ଧାଙ୍କୁ ଯୁଦ୍ଧ କ୍ଷେତ୍ର ରୁ ଦୂରେଇ ରଖିଲେ

କଣ ଆପଣ ଜାଣିଛନ୍ତି ମହାଭାରତ କାଳରେ ସେହି ଯୋଧ୍ୟା ବିଷୟରେ ଯାହାକୁ ଶ୍ରୀକୃଷ୍ଣ ଯଦି ଯୁଦ୍ଧକ୍ଷେତ୍ର ରେ ଓହ୍ଲାଇବାକୁ ଦେଇଥାନ୍ତେ ତେବେ ଏହି ଯୁଧ୍ୟ ଏତେ ସମୟ ପର୍ଯ୍ଯନ୍ତ ଚାଲି ନଥାନ୍ତା । ସେ ଯୋଧ୍ୟା ଆଉ କେହି ନୁହଁ ଭୀମ ଙ୍କର ପୁତ୍ର ଘଟୋତ୍କଚ ଙ୍କର ପୁତ୍ର ବାର୍ବରିକ ଥିଲେ । ବାର୍ବରିକ ଯଦି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇ ଯାଇଥାନ୍ତା ତେବେ କୌରୱ ସହିତ ପାଂଡୱ ଙ୍କର ମଧ୍ୟ ବିନାଶ ନିଶ୍ଚିତ ଥିଲା । ସେଥିପାଇଁ ଶ୍ରୀକୃଷ୍ଣ ତାଙ୍କୁ ଯୁଧ୍ୟରୁ ବାହାର ରଖିଲେ ।

ବାର୍ବରିକ ମିଳିଥିଲା ବିଶେଷ ବରଦାନ

ବାର୍ବରିକ ନିଜର କଠୋର ତପସ୍ୟା ବଳରେ ଭଗବାନ ଭୋଲେନାଥ ଙ୍କୁ ପ୍ରସନ୍ନ କରି ବରଦାନ ସ୍ୱରୂପ ୩ ଟି ଦିବ୍ୟ ବାଣ ପାଇଥିଲେ । ବାର୍ବରିକ ଅଗ୍ନିଦେବ ଙ୍କ ଠାରୁ ଏକ ଦିବ୍ୟ ଧନୁଷ ପ୍ରାପ୍ତ କରିଥିଲେ । ବାର୍ବରିକ ଙ୍କର ଏହି ବାଣ ଅଜୟ ଥିଲା, ଏହି ବାଣ ରୁ କେହି ଜିତି ପାରିବେନି । ବାର୍ବରିକ ଭଳି ପରାକ୍ରମୀ ଯୋଦ୍ଧା ଯୁଦ୍ଧ ର କଳା ତାଙ୍କ ମାଙ୍କ ଠାରୁ ଶିଖି ଥିଲେ ।

ତାଙ୍କ ବଳର ପରିଚୟ ତାଙ୍କ ମାଙ୍କୁ ଭଲ ଭାବେ ଜଣା ଥିଲା । ସେ ଚାହୁଁ ନଥିଲେ କି କୌଣସି ଯୁଧ୍ୟ ରେ ବାର୍ବରିକ ଙ୍କର ବଳର ଖରାପ ଉପୋଯୋଗ କରାଯାଉ । ବାର୍ବରିକ ନିଜ ମାଙ୍କୁ ବଚନ ଦେଇଥିଲେ କି ସେ ଦୁର୍ବଳ ଥିବା ପକ୍ଷ ତରଫରୁ ଯୁଧ୍ୟ କରିବେ । ଏହି ବଚନ କାରଣରୁ ଶ୍ରୀକୃଷ୍ଣ ତାଙ୍କର ମୁଣ୍ଡ ଦାନ ସ୍ୱରୂପ ମାଗି ନେଇଥିଲେ । ତାଙ୍କ ଇଚ୍ଛାନୁସାର ତାଙ୍କ ମୁଣ୍ଡ କୁ ଏମିତି ଏକ ଜାଗାରେ ସ୍ଥାପିତ କଲେ ଯେଉଁ ଠାରୁ ସେ ପୁରା ଯୁଧ୍ୟ ଦେଖି ପାରିବେ । ଶ୍ରୀକୃଷ୍ଣ ଜାଣିଥିଲେ କି ବର୍ବରୀକ ନିଜର ପିତା ର ପିତା ଭୀମ ଙ୍କ ତରଫରୁ ଲଢିଥାନ୍ତେ କିନ୍ତୁ କୌରୱ ଦୁର୍ବଳ ହେବା ପରେ ସେ ଯାଇ ତାଙ୍କ ସହ ମିସି ଯାଇଥାନ୍ତେ ।

ବର୍ବରୀକ ଶ୍ରୀକୃଷ୍ଣ ଙ୍କୁ କହିଲେ ତାଙ୍କର ତିନି ବାଣ ତିନି ପ୍ରକାର କାମ କରିଥାଏ । ପ୍ରଥମ ବାଣ ତାହା ଉପରେ ନିଶାନ ଲଗାଏ ଯାହାକୁ ମୁଁ ଶେଷ କରିବାକୁ ଚାହୁଁଛି, ଦ୍ଵିତୀୟ ବାଣ ତାଙ୍କ ଉପରେ ନିସାନ ଲଗାଏ ଯାହାକୁ ମୁଁ ବଞ୍ଚେଇବାକୁ ଚାହେଁ, ଏବଂ ତୃତୀୟ ବାଣ ପ୍ରଥମ ବାଣ ଲଗାଇଥିବା ନିଶାନକୁ ଶେଷ କରିଦେବ । ଏହା ପରେ ତିନି ବାଣ ମୋ ପାଖକୁ ଫେରି ଆସିବେ ।

ମହାଭାରତ ର ଯେତେବେଳେ ରଣନୀତି ତିଆରି ହେଉଥିଲା ଶ୍ରୀକୃଷ୍ଣ ପଚାରିଲେ ସମସ୍ତଙ୍କୁ ସେ କେତେ ଦିନରେ ଏହି ଯୁଧ୍ୟ କୁ ଶେଷ କରିବେ । ଭୀଷ୍ମ କହିଲେ ୨୦ ଦିନ, ଦ୍ରୋଣାର୍ଚାୟ ୨୫, କର୍ଣ ୨୪, ଏବଂ ଅର୍ଜୁନ ୨୮ ଦିନ ମଧ୍ୟରେ ଏହି ଯୁଧ୍ୟ କୁ ଶେଷ କରିଦେବେ ବୋଲି କହିଥିଲେ । ଏହି ପ୍ରଶ୍ନ ବାର୍ବରିକ ଙ୍କୁ ପଚାରିବାରୁ ସେ କହିଥିଲେ ସେ ଗୋଟେ କ୍ଷଣ ରେ ଏହି ଯୁଦ୍ଧ ସମାପ୍ତ କରି ଦେବେ । ବାର୍ବରିକ ଙ୍କର ଏହି କଥା ସୂନୀ ଶ୍ରୀ କୃଷ୍ଣ ଙ୍କୁ ତାଙ୍କ କ୍ଷମତା ଉପରେ ପୂର୍ଣ୍ଣ ବିଶ୍ବାସ ଆସିଥିଲା ।

ଏହା ଜାଣିବା ପରେ ହିଁ ଭଗବାନ ତାଙ୍କୁ ତାଙ୍କର ମସ୍ତକ ଦାନରେ ମାଗିଥିଲେ । ତାଙ୍କର ଏହି ମହାନ ବଳିଦାନରେ ପ୍ରଶନ୍ନ ହୋଇ କୃଷ୍ଣ ତାଙ୍କୁ ବରଦାନ ଦେଇଥିଲେ ଯେ କଳିଯୁଗରେ ସେ ଖାଟୁ ଶ୍ଯାମ ନାମରେ ପୂଜା ପାଇବେ ।