କିଏ ଜାଣିଥିଲା ଷ୍ଟେଜରେ ଗୀତ ଗାଉଥିବା ବ୍ୟକ୍ତିଜଣକ ଆଉ କିଛି ସମୟ ମଧ୍ୟରେ ସମସ୍ତଙ୍କୁ ଛାଡି ଚାଲିଯିବେ ! କିଏ ଜାଣିଥିଲା ଏହି ଗୀତ ତାଙ୍କ ଜୀବନର ଶେଷ ଗୀତ ହେବ ବୋଲି ! ଷ୍ଟେଜରେ ଗୀତ ଗାଇ ବସିଥିବା ଚାଲିଯାଇଛି ଏହି ବ୍ୟକ୍ତିଙ୍କ ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜୟପୁରରେ । ଗତକାଲି ରାତିରେ ଦୂର୍ଗା ପୂଜା ଉପଲକ୍ଷେ ଜୟପୁରରେ ସ୍ଥାନୀୟ ରାଜନଗର ଠାରେ ଏକ ସଙ୍ଗୀତ ସନ୍ଧ୍ୟାର ଆୟୋଜନ ହୋଇଥିଲା । ଏଥିରେ ଗୀତ ଗାଇଥିଲେ ଗାୟକ ମୁରଲୀ ମହାପାତ୍ର ।

ତେବେ ଗୀତ ଆରମ୍ଭ କରିବା ପୂର୍ବରୁ ନିଜ ସ୍ବାସ୍ଥ୍ୟବସ୍ଥା ଭଲ ନଥିବା କହିଥିଲେ ମୁରଲୀ । ତଥାପି ଷ୍ଟେଜରେ ସେ ଲୋକପ୍ରିୟ ଗୀତିକାର ସ୍ଵର୍ଗୀୟ ଅକ୍ଷୟ ମହାନ୍ତିଙ୍କ “ଯାଯାବର” ଗୀତଟି ସେ ଗାଇଥିଲେ । ହେଲେ ଗୀତ ଗାଈ ନିଜ ସ୍ଥାନରେ ବସିଥିବା ବେଳେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ବସିଥିବ ଚେୟାରରୁ ହଠାତ ତଳକୁ ଗଳି ପଡିଥିଲେ ମୁରଲୀ । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।
ମୁରଲୀ ପେଷାରେ ପଞ୍ଚାୟତ ବିଭାଗର କାର୍ଯ୍ୟଳୟରେ କିରାଣୀ ଭାବେ କାମ କରନ୍ତି । ହେଲେ ଗୀତ ଗାଇବା ମୁରଲୀଙ୍କର ଏକ ନିଶା ଥିଲା। ଅକ୍ଷୟ ମହାନ୍ତିଙ୍କ ଗୀତ ସବୁ ଗାଇ ଜୟପୁରରେ ସେ ବହୁତ ପ୍ରସିଦ୍ଧି ଲାଭ କରିଥିଲେ । ଆଉ ଏବେ ତାଙ୍କ ଅକାଳ ବିୟୋଗରେ ସଂପୂର୍ଣ୍ଣ ଜୟପୁର ସହର ସ୍ତବ୍ଧ ହୋଇଯାଇଛି ।

ଗତକାଲି ଦୂର୍ଗା ମା’ଙ୍କ ସପ୍ତମୀ ପୂଜା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା । କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ଜୟପୁରର ଲୋକପ୍ରିୟ ସଙ୍ଗୀତଜ୍ଞଙ୍କ ସହ ଏଭଳି ଦୁଃଖଦ ଘଟଣା ଘଟି ଯାଇଥିଲା । ଆଉ ବର୍ତ୍ତମାନ ସେ ଆଉ ଆମ ଗହଣରେ ନାହାନ୍ତି । ତେବେ ମୁରଲୀ ଷ୍ଟେଜ ଉପରେ ଗୀତ ଗାଇବା ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ଅଛି ତେଣୁ ଗୀତରେ କିଛି ଭୁଲ ହେଲେ କ୍ଷମା କରି ଦେବା ପାଇଁ ପୂର୍ବରୁ ଶ୍ରୋତାମାନଙ୍କୁ କହି ଦେଇଥିଲେ । ସେ ସବୁବେଳେ ଅକ୍ଷୟ ମହାନ୍ତିଙ୍କ ଗୀତ ସବୁ ଗାଆନ୍ତି ।
ଯାହାକି ଲୋକେ ବେଶ ପସନ୍ଦ କରନ୍ତି ଶୁଣିବାକୁ । ହେଲେ ଗୀତ ଗାଇ ନିଜ ଆସନରେ ବସିଥିବା ତେବେ ସେ ଟଳି ପଡିଥିଲେ । ଏମିତି ବି ମୃତ୍ୟୁ ଆସେ ଦେଖିଲେ ସମସ୍ତେ ସ୍ତବ୍ଧ ହୋଇ ଯାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।