ବରଣମାଳା ବେଳେ ଷ୍ଟେଜରୁ ଗଳି ପଡୁଥିଲା କନ୍ୟା, କିନ୍ତୁ ଏମିତି ଫିଲ୍ମି ଅନ୍ଦାଜରେ ବଞ୍ଚାଇଦେଲେ ବର, ଦେଖନ୍ତୁ ଏହି ଭାଇରାଲ video

ଷ୍ଟେଜରୁ ଗଳି ପଡୁଥିଲେ କନ୍ୟା, କିନ୍ତୁ ସେତିକି ବେଳେ ତାଙ୍କ ଜୀବନ ବଞ୍ଚାଇ ଦେଲେ ବର । ଯାହାଫଳରେ ଏକ ବଡ ଦୁର୍ଘଟଣା ଟଳିଗଲା । ଯାହାପରେ ବନ୍ଧୁ ଓ ପରିବାର ସମସ୍ତେ ଖୁସି ହୋଇଥିଲେ । ବିବାହ ସମସ୍ତଙ୍କ ପାଇଁ ସ୍ଵତନ୍ତ୍ର । ଏହିଦିନକୁ ସମସ୍ତେ ବେଶ ଧୁମଧାମ୍ ରେ ଉପଭୋଗ କରିବାକୁ ଚାହିଁଥାନ୍ତି । ଘରେ କାହାର ବିବାହ ଥିଲେ ଖୁବ ବଡ ଭୋଜିର ଆୟୋଜନ କରାଯିବା ସହ ବେଶ ଆକର୍ଷଣୀୟ ସାଜସଜା ମଧ୍ୟ ହୋଇଥାଏ ।

କିନ୍ତୁ ବିବାହ ଆୟୋଜନରେ ସାମାନ୍ଯ ତ୍ରୁଟି ପାଇଁ ଅନେକ ସମୟରେ ବଡ ଅଘଟଣ ମଧ୍ୟ ଘଟିବାର ଦେଖାଯାଏ । ନିକଟରେ ଏକ ବିବାହ ଉତ୍ସବ ବେଳେ ସେମିତି କିଛି ଘଟିବାକୁ ଯାଉଥିଲା, କିନ୍ତୁ ଏହାକୁ ଟାଳି ଦେଇଥିଲେ କନ୍ୟାଙ୍କ ବର । ବାହାଘରରେ ଷ୍ଟେଜରୁ କନ୍ୟା ଗଳି ପଡୁଥିବା ବେଳେ ଏକ ବଡ ଦୁର୍ଘଟଣାରୁ ତାଙ୍କୁ ସେ ବଞ୍ଚାଇଛନ୍ତି । ଆଉ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ବିବାହ ସମୟର ଅନେକ ଭିଡିଓ ଭାଇରାଲ ହେଉଥାଏ, ଯେଉଁଥିରେ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳେ । ଏହି ଭିଡିଓରେ ଦେଖିପାରିବେ କି ବରକନ୍ଯାଙ୍କର ବରଣମାଳା ଚାଲିଛି । ଦୁହେଁ ଷ୍ଟେଜ ଉପରେ ଠିଆ ହୋଇ ପରସ୍ପରକୁ ମାଳ ପିନ୍ଧାଉଛନ୍ତି ।

ଏହାପରେ ବର ପ୍ରଥମେ ଷ୍ଟେଜ ଉପରୁ ଓହ୍ଲାଉଛନ୍ତି ଓ ତାଙ୍କ ପରେ କନ୍ୟା ଷ୍ଟେଜରୁ ଓହ୍ଲାଉଥିବା ବେଳେ ସେ ହଠାତ ପଡି ଯାଉଥିବା ଦେଖି ବର ତାଙ୍କୁ କୋଳେଇ ନେଇଥିଲେ । ଯାହାଫଳରେ ତଳେ ପଡିବାରୁ ବଞ୍ଚି ଯାଇଥିଲେ କନ୍ୟା । ଏ ଦୃଶ୍ୟ ଦେଖି ଉଭୟ ବରକନ୍ଯା ଆଶ୍ଵସ୍ତି ହେବା ସହ ହସିଥିଲେ । ସେମାନଙ୍କ ସହ ଆଖପାଖରେ ଉପସ୍ଥିତ ଥିବା ଲୋକ ମଧ୍ୟ ହସିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ନାନା ପ୍ରତିକ୍ରିୟା ଦେଉଛନ୍ତି ।

କିଛି ଲୋକ ‘ଭାଗ୍ଯବାନ କନ୍ୟା’ ଲେଖି କମେଣ୍ଟ କରୁଥିବା ବେଳେ ଆଉ କିଛି ଲୋକ ଲେଖୁଛନ୍ତି କି, “ଗୋଟେ ଝିଅ ଏମିତି ଜୀବନସାଥୀ ଖୋଜେ ଯିଏ ତାକୁ ସବୁବେଳେ ରକ୍ଷା କରୁଥିବ ।” ତେବେ ଏହି ଦୃଶ୍ୟ ଦେଖି ଆପଣଙ୍କୁ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।