ଏହି ଝିଅର ହରକତ ଦେଖିଲେ ଆପଣ ବି ରାଗରେ ଲାଲ ପଡିଯିବେ, Video ଦେଖିବା ପରେ ଲୋକେ ଯାହା କହୁଛନ୍ତି ନା…

ଦୁନିଆରେ ପ୍ରତିଦିନ କିଛି ମଜାଦାର ଓ ମ୍କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ଏପରି କିଛି ଘଟଣା ନେଇ ଆସିଛୁ । ଜଣେ ଯୁବକ ଲାପଟପରେ ବସି କାମ କରୁଥିବା ବେଳେ ସାଇଡ୍ ରେ ମୋବାଇଲ ଫୋନରେ ବୋଧ ହୁଏ ହୋରୋର ଫିଲ୍ମ ଦେଖୁଥିଲେ । ଏତିକି ବେଳେ ତାଙ୍କ ସାମ୍ନାରେ ଥିବା ଚେୟାର ଆପେ ଆପେ ଚାଲିବାକୁ ଲାଗିଲା । ଏହା ଦେଖି ସେ ଏତେ ଜୋରରେ ଚିତ୍କାର କରିଥିଲେ ଯେ ତାଙ୍କ ପାଖ ଚେୟାରରେ ବସିଥିବା ବିଲେଇ ବି ଦୌଡି ପଳେଈ ଥିଲା ।

କିନ୍ତୁ ଟିକେ ହୋସ୍ ରେ ଆସିବା ପରେ ତାଙ୍କର ମନେ ପଡିଥିଲା କି, ଚେୟାରଟି ଆପେ ଆପେ ଚାଲୁ ନଥିଲା, ବରଂ ସେଥିରେ ଥିବା ରୋବୋଟିକ ଭାକ୍ଯୁମ କ୍ଳିନର ଯୋଗୁଁ ଚଳୁଥିଲା । ସେହିପରି ଆଉ ଏକ ଘଟଣାରେ ଯୁବକ ଜଣକ ବୋଧହୁଏ ତରତର ହୋଇ ଘରୁ ବାହାରି ଆସିଛନ୍ତି ଯେ ଚପଲ ପିନ୍ଧିବାକୁ ଭୁଲି ଯାଇଛନ୍ତି । କିନ୍ତୁ ତାଙ୍କ ବାଇକର ଆଗ ଚକା ତାଙ୍କଠୁ ବି ଜଲ୍ଦିରେ ଅଛି ।

ବୟକ ଚଳେଇ ଯାଉଥିବା ବେଳେ ଅଧବାଟରେ ଆଗଚକାଟି ବାଇକରୁ ବାହାରି ଗଡି ପଳାଉଛି । ତେବେ ଯାହା ହେଉ ଯୁବକ ଏଥିରେ ଆହତ ହୋଇ ନାହାନ୍ତି । ସେହିପରି ଆଉ ଜଣେ ବ୍ୟକ୍ତି ଯାହାଙ୍କୁ ଭ୍ୟାନ ଚାଲୁଥିବା ବେଳେ ଚାଳକଙ୍କୁ ସାଇଡ ବତେଇବା ସହ ହାତରେ ଗାଡିର ଚକାକୁ ମଧ୍ୟ ବୁଲେଇବାକୁ ପଡୁଛି । ୟାଙ୍କଠୁ ଖରାପ ଦିନ ତ ଆଉ କାହାର ବି ନଥିବ ।

୨୦୨୨ ଜାନୁୟାରୀରେ ବ୍ରାଜିଲର ସାଓପାଓଲୋର ଷ୍ଟିଫେନି ମାକୋ ନାମକ ଜଣେ ଟିକଟକର୍ ଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହା ଦେଖି ସମସ୍ତଙ୍କ ରକ୍ତଗରମ ହୋଇ ଯାଉଥିଲା । କାରଣ ଏହି ଭିଡିଓରେ ଷ୍ଟିଫେନି ଭେଣ୍ଟିଲେଟରରେ ଥିବା କ୍ୟାନ୍ସର ପୀଡିତ ମାଆ ଯିଏ ନିଜ ଶେଷ ନିଃଶ୍ଵାସ ଗଣୁଥିଲେ ତାଙ୍କ ଯତ୍ନ ନେବା ପରିବର୍ତ୍ତେ ତାଙ୍କ ସାଇଡରେ ନାଚି ନାଚି ଟିକଟକ ଭିଡିଓ ଶୁଟିଙ୍ଗ କରୁଥିଲେ । ଏହି ଭିଡିଓକୁ ଯେକେହି ଦେଖୁଥିଲେ ସେ ଷ୍ଟିଫେଙ୍କୁଙ୍କୁ ସମାଲୋଚନା କରୁଥିଲେ ।

କିନ୍ତୁ ଲୋକେ ଆହୁରି ରାଗି ଯାଇଥିଲେ ଯେତେବେଳେ ଏହି ଭିଡିଓ ଅଫଲୋଡ କରିବାର ପରଦିନ ଷ୍ଟିଫେନି ଆଉ ଏକ ଭିଡିଓ ଅଫଲୋଡ କରି ଜଣାଇଥିଲେ କି ଆଜି ତାଙ୍କ ମା’ ପ୍ରାଣତ୍ୟାଗ କରିଛନ୍ତି ଓ ସେ ବହୁତ ଦୁଃଖୀ ଅଛନ୍ତି । ଯାହା ଦେଖିବା ପରେ ଲୋକେ ତାଙ୍କୁ ଖୁବ ଶୁଣାଇଥିଲେ । ସାରା ଦୁନିଆଠୁ ଭଲମନ୍ଦ ଶୁଣିବା ପରେ ଷ୍ଟିଫେନି ନିଜ ପକ୍ଷ ରଖି ଆଉ ଏକ ଷ୍ଟେଟମେଣ୍ଟ ଦେଇଥିଲେ ।

ସେ କହିଥିଲେ କି ମା’ଙ୍କ ପାଖରେ ଡ୍ୟାନ୍ସ ଭିଡିଓ ସେ ତାଙ୍କ ମା’ଙ୍କ ଟାଇମ ପାସ୍ ପାଇଁ ବନେଇଥିଲେ । ଏହାସହ ଟିକଟକରେ ଅଫଲୋଡ କରିବା ପୂର୍ବରୁ ସେ ତାଙ୍କ ମା’ଙ୍କ ଅନୁମତି ମଧ୍ୟ ନେଇଥିଲେ । ଯାହାପରେ କିଛି ଲୋକ ତାଙ୍କ ସମର୍ଥନରେ ବାହାରିଥିଲେ । ତେବେ ଷ୍ଟିଫେନିଙ୍କ ଏଭଳି ହରକତ ଉପରେ ଆପଣଙ୍କ ବିଚାର କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।