SSR ମାମଲା- ମୃତ୍ୟୁର ଠିକ ପୂର୍ବରୁ 100 ନମ୍ୱରରେ କଲ କରିଥିଲେ ଦିଶା, ହେଲେ ମୁମ୍ବାଇ ପୋଲିସ କାହିଁକି ଲୁଚାଇଥିଲା ?

ସ୍ୱର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନ୍ ଙ୍କ ମୃତ୍ୟୁ ଜଡ଼ିତ ଥିବା ଚର୍ଚ୍ଚା ରେ ରହିଛି । ଏହି ଦୁଇଟି ମାମଲା ର ତଦାରଖ ଚାଲିଥିବା ବେଳେ ମହାରାଷ୍ଟ୍ର ର ବିଜେପି ବିଧାୟକ ନୀତିଶ ରାଣେ ଗୁରୁବାର ଦିନ ଏହି ବିଷୟରେ ଏକ ମହତ୍ତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି । ସେ କହିଛନ୍ତି ମୃତ୍ୟୁ ର ଠିକ୍ ପୂର୍ବ ରୁ ସୁଶାନ୍ତ ଙ୍କ ପୂର୍ବତନ ମ୍ୟାନେଜର ଦିଶା ୧୦୦ ନମ୍ୱର୍ ରେ କଲ୍ କରିଥିଲେ ।

ନୀତିଶ ରାଣେ ଦାବୀ କରି କହିଛନ୍ତି ଯେ ଦିଶା ମୃତ୍ୟୁ ପୂର୍ବରୁ ପୋଲିସ କୁ କଲ୍ କରି ସାହାଯ୍ୟ ପାଇଁ ବିନତି କରିଥିଲେ । ଏହା ଛଡ଼ା ବିଜେପି ବିଧାୟକ ଆହୁରି ଅନେକ ପ୍ରଶ୍ନ ମଧ୍ୟ ଉଠେଇଛନ୍ତି । ଆସନ୍ତୁ ଜାଣିବା ସେ କଣ କଣ କହିଛନ୍ତି ।

କାହିଁକି ବଦଳିଗଲା ତଦାରଖ ଅଧିକାରୀ?

ନୀତିଶ ରାଣେ ପ୍ରଶ୍ନ କରିଛନ୍ତି ଯଦି ଦିଶା ଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ଅଟେ ତେବେ ମୁମ୍ବାଇ ପୋଲିସ ତରଫରୁ କାହିଁକି ଦୁଇ ଦୁଇଥର ତଦାରଖ ଅଧିକାରୀ ବଦଳି କରଗଲା ? ଏହି ଘଟଣାରେ ମୁମ୍ବାଇ ପୋଲିସ ମିଳିତ ଥିବା ସେ କହିଛନ୍ତି ।

ମୁମ୍ବାଇ ପୋଲିସ ଉପରେ ଉଠାଇଲେ ସନ୍ଦେହଜନକ ପ୍ରଶ୍ନ…

ବିଜେପି ବିଧାୟକ କହିଲେ ଦିଶାଙ୍କ ମୃତ୍ୟୁ ୮ ଜୁନ କୁ ହୋଇଯାଇଥିଲା, କିନ୍ତୁ ତାଙ୍କ ଶବ ବ୍ୟବଚ୍ଛେଦ ୧୧ ଜୁନ କୁ କାହିଁକି କରାଗଲା? ଦିଶାଙ୍କ ଫୋନ କଲ୍ ଡିଟେଲ୍ସ ଅନୁଯାୟୀ ତାଙ୍କ ଫୋନ ରୁ ଶେଷ କଲ୍ ୮ ଜୁନ ରାତି ୮:୩୦ ରେ କରା ଯାଇଥିଲା ଓ ତା ପରେ ପାଖାପାଖି ୪-୫ ଘଣ୍ଟା ଧରି ତାଙ୍କ ଫୋନ ବନ୍ଦ ଥିଲା । ତାପରେ ତାଙ୍କ ଫୋନ ଆଉ ଥରେ ଅନ୍ ହୋଇଥିଲା ଏବଂ ୧୭ ଜୁନ ଯାଏ ଆକ୍ଟିଭ ରହିଥିଲା । ଏହାର ଅର୍ଥ ଦିଶା ଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଫୋନ ବ୍ୟବହାର କରା ଯାଉଥିଲା । ନୀତେଶ ରାଣେ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ ଏହାର ସଠିକ୍ ଭାବେ ତଦନ୍ତ କରା ଯାଉ ।

ବିଜେପି ବିଧାୟକ କହିଲେ ଦିଶାଙ୍କ ସହ ପାର୍ଟିରେ…

ନୀତେଶ ରାଣେଙ୍କ ଅନୁସାରେ ଦିଶାଙ୍କ ସହ ପାର୍ଟିରେ କିଛି ଅସଙ୍ଗତ ହେଇଥିଲା ଯାହାଦ୍ଵାରା ସେ ପାର୍ଟି ରୁ ବାହାରି ୧୦୦ ନମ୍ବର ରେ କଲ୍ କରି ସାହାଯ୍ୟ ମାଗିଥିଲେ କିନ୍ତୁ ମୁମ୍ବାଇ ପୋଲିସ ସାହାଯ୍ୟ କରି ପାରି ନ ଥିଲା । ଯେହେତୁ ଦିଶା ପୋଲିସକୁ ଏହି ବିଷୟରେ ଅବଗତ କରାଇଥିଲେ ପୋଲିସ ପାଖରେ ଏହାର ସୂଚନା ରହିବା କଥା ।

ନୀତେଶ ରାଣେ କହିଲେ ମୁମ୍ବାଇ ପୋଲିସର ଭୂମିକା ସନ୍ଦେହଜନକ…

ନୀତେଶ ରାଣେ କହିଲେ ଯେ ମୁମ୍ବାଇ ପୋଲିସ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ମୁଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଲିଡ୍ ଦଉଛି ସିବିଆଇ ଏହାକୁ ତଦାରଖ କରିବା ଉଚିତ୍ । ଆହୁରି ମଧ୍ୟ କହିଛନ୍ତି କି ସେ ସିବିଆଇ କୁ ତଦାରଖରେ ମଧ୍ୟ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଆହୁରି ମଧ୍ୟ ନୀତେଶ ରାଣେ ବୁଧବାର ଦିନ ଗୃହମନ୍ତ୍ରୀ ଅମିତ୍ ଶାହା ଙ୍କୁ ଏହି ବିଷୟରେ ପତ୍ର ଲେଖି ତାଙ୍କ ଧ୍ୟାନ ଆକୃଷ୍ଟ କରିଛନ୍ତି । ତା ସହିତ ଦିଶାଙ୍କ ସହିତ ଲିଭ୍ ଇନ୍ ରେ ରହୁଥିବା ତାଙ୍କ ପାର୍ଟନର ରୋହନ ରାୟଙ୍କ ପାଇଁ ମଧ୍ୟ ସୁରକ୍ଷା ମାଗିଛନ୍ତି ।

କହି ରଖୁଛି ଯେ ୮ ଜୁନ ରେ ୧୪ମହଲା ରୁ ପଡି ଦିଶା ସାଲିୟନ୍ ଙ୍କ ମୃତ୍ୟୁ ହୋଇଥିଲା । ସେପଟେ ରିୟା ଚକ୍ରବର୍ତ୍ତୀ ମଧ୍ୟ ସେଇଦିନ ହିଁ ସୁଶାନ୍ତ ଙ୍କ ଘର ଛାଡିଥିଲେ । ତାପରେ ସୁଶାନ୍ତ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ମିଳିଥିଲେ । ଜଣାଇ ରଖୁଛି ଯେ ସୁଶାନ୍ତ ଙ୍କ କେସ୍ ର ତଦାରଖ ସିବିଆଇ, ଏନ୍.ସି.ବି ଓ ଇଡି କରୁଛନ୍ତି । କିଛିଦିନ ପୂର୍ବ ରୁ ସୁଶାନ୍ତ ଙ୍କ ମାମଲା ରେ ଡ୍ରଗ୍ ଆଙ୍ଗେଲ୍ ସାମ୍ନାକୁ ଆସିବା ପରେ ରିୟା ଚକ୍ରବର୍ତ୍ତୀ ଙ୍କୁ ଏନ୍.ସି.ବି ଗିରଫ କରିଛି । ସେପଟେ ସିବିଆଇ ଦିଶାଙ୍କ ସହ ଜଡ଼ିତ ଥିବା ଲୋକଙ୍କୁ ମଧ୍ୟ ପଚରଉଚରା ପାଇଁ ଡକାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।