Sraban Masa 2021- ଶ୍ରାବଣ ର ପବିତ୍ର ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି 7 କାମ, ରାଗିଥାନ୍ତି ମହାଦେବ

ଭଗବାନ ଶିବ ହେଉଛନ୍ତି ତ୍ରିକାଳଦର୍ଶୀ ଯାହାଙ୍କର ପୂଜା ଆରାଧନା କରିଲେ ଶୁଭ ଫଳ ମିଳିଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସକୁ ଭଗବାନ ଶିବଙ୍କ ମାସ ବୋଲି ମାନ୍ୟତା ଦିଆ ଯାଇଛି । ଏହି ମାସରେ ଭଗବନା ସିବାଙ୍କର ଅଧିକ ପୂଜା ଆର୍ଧନା କରାଯାଏ । ବିଶେଷ କରି ଶ୍ରାବଣ ମାସର ସୋମବାର ଦିନ ବ୍ରତ, ଉପବାସ ବା ଉପାୟ କରିଲେ ଏହାର ତୁରନ୍ତ ଫଳ ମିଳିଥାଏ ।

ଆଜି ଆମେ ଆପଣ ମାନଙ୍କୁ ଶ୍ରାବଣ ମାସରେ କେଉଁ କମ କରିବା ଉଚିତ ନ ନୁହେ ସେହି ବିଷୟରେ କହିବାକୁ ଯାଉଛୁ । ୧- ଶ୍ରାବଣ ମାସରେ ବିଶେଷ କରି ସାତ୍ଵିକ ଭୋଜନ ଗ୍ରହଣ କରିବା ଉଚିତ । ଏହି ମାସରେ ଖାଦ୍ଯରେ ରସୁଣ ଓ ପିଆଜର ସେବନ କରିବା ଉଚିତ ନୁହେ, ଏହା ସହ ଆମିଷର ମଧ୍ୟ ଗ୍ରହଣ କରିବା ଅନୁଚିତ ।

୨- ସବୁଜ ପନି ପରିବା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ହୋଇଥାଏ । କିନ୍ତୁ ଶ୍ରାବଣ ମାସରେ ବାଇଗଣ ଖାଇବାକୁ ବାରଣ କରା ଯାଇଛି । କାରଣ ବାଇଗଣକୁ ଏକ ଅଶୁଦ୍ଧ ପରିବା ଭାବେ କୁହାଯାଏ ।

୩- ଭଗବାନ ଶିବଙ୍କ ନିକଟରେ କ୍ଷୀର ଅଭିଷେକ କରାଯାଏ । ତେଣୁ ଶ୍ରାବଣ ମାସରେ କ୍ଷୀରର ସେବନ କରିବା ଉଚିତ ନୁହେ । ଯେପରି ଭାଦ୍ରବ ମାସରେ ଦହିର ସେବନ କରାଯାଏ ନାହି ଠିକ ସେହି ପରି ଶ୍ରାବଣ ମାସରେ କ୍ଷୀରର ସେବନ କରିବା ଅନୁଚିତ ଅଟେ ।

୪- ଶ୍ରାବଣ ମାସରେ କୌଣସି ବ୍ୟକ୍ତିର ଅପମାନ କରିବା ଉଚିତ ନୁହେ । ଏହା ଛଡା କୌଣସି ବ୍ୟକ୍ତିର ମନ ଦୁଖ ହେଲା ଭଳି କୌଣସି କଥା କହିବା ଉଚିତ ନୁହେ । ବିଶେଷ କରି ମାତା ପିତା, ଜୀବନ ସାଥି, ଗୁରୁଜନ, ଭାଇ ଭଉଣୀ, ଘରକୁ ଆସିଥିବା କୌଣସି ଅସହାୟ ବ୍ୟକ୍ତି ଇତ୍ୟାଦି ।

୫- ଯଦି ଘରକୁ କୌଣସି ଗାଈ ବା ଷଣ୍ଢ ଆସିଥାଏ ତେବେ ତାହାକୁ ମାରିକି ବିଦା କରିବା ଉଚିତ ନୁହେ । ବରଂ ଗାଈ ହେଉ ବା ଷଣ୍ଢ ହେଉ କିଛି ଖାଦ୍ଯ ଖାଇବାକୁ ଦେବା ଉଚିତ । ଷଣ୍ଢକୁ ମାରିବା ଭଗବାନ ଶିବଙ୍କର ନନ୍ଦୀକୁ ମାରିବା ସହ ଅପମାନ ହୋଇଥାଏ ।

୬- ଶ୍ରାବଣ ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେ । କାରଣ ମାନ୍ୟତା ରହିଛି ଯେ ଏହି ମାସରେ ତେଲ ଲଗାଇଲେ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି । ଏପରିକି ଖାଇବା ପ୍ରସ୍ତୁତ ସମୟରେ ଶୁଦ୍ଧ ତେଲର ବ୍ୟବହାର କରିବା ଉଚିତ ।

୭- ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ମହାଦେବ ବା ମହାକାଳର ଆଖ୍ୟା ଦିଆ ଯାଇଛି । ତେଣୁ ଏହି ମାସରେ କୌଣସି ବ୍ୟକ୍ତି ମଦ୍ୟପାନର ସେବନ କରିବା ଉଚିତ ନୁହେ । ଯଦି କୌଣସି ବ୍ୟକ୍ତି ନିଶାଦ୍ରବ୍ୟର ସେବନ ଶ୍ରାବଣ ମାସରେ କରୁଥାଏ ତେବେ ଭଗବାନ ଶିବଙ୍କର କୃପା ପ୍ରାପ୍ତ ହୋଇ ନ ଥାଏ । ବରଂ ତା ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।