“ସ୍ପର୍ଶଙ୍କୁ ମୋ ଜୀବନସାଥୀ ଭାବେ ପାଇ ମୁଁ ବହୁତ ଖୁସି…” ବିବାହ କଲେ ଅଭିନେତ୍ରୀ ଓ ଡାଏଟିସିଆନ Niharika Dash, ଦେଖନ୍ତୁ video

ଅଭିନେତ୍ରୀ ତଥା ଡାଏଟିସିଆନ ନିହାରିକା ଦାଶଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ସେ ଅନେକ ଫିଲ୍ମ ଓ ଧାରାବାହିକରେ ଅଭିନୟ କରିବା ସହ ଜଣେ ଭଲ ହୋଷ୍ଟ ମଧ୍ୟ । ଅଭିନୟ ବ୍ଯତୀତ ସେ ଜଣେ ଖୁବ ଭଲ ଡାଏଟ ଟିପ୍ସ ମଧ୍ୟ ଦିଅନ୍ତି । ତେବେ ସମସ୍ତଙ୍କ ମନ ଜିଣି ସାରିଥିବା ନିହାରିକା ଏବେ ହାତକୁ ଦି’ ହାତ ହୋଇ ସାରିଛନ୍ତି । ତାଙ୍କ ଜୀବନସାଥୀ ସ୍ପର୍ଶ ଦୁବାଇରେ ଏକ ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟ କରନ୍ତି । ନିହାରିକା ସ୍ପର୍ଶଙ୍କ ହାତ ଧରି ଅତ୍ୟନ୍ତ ଖୁସି ଥିବା ଦେଖିବାକୁ ମିଳିଛି ।

ନିହାରିକା ତାଙ୍କ ରିଶେପସନ ପାର୍ଟିରେ ଏକ ସୁନ୍ଦର ଲାଲ ରଙ୍ଗର ଶାଢୀ ପିନ୍ଧିଛନ୍ତି ଏବଂ ଖୁବ ସୁନ୍ଦର ଲାଗୁଛନ୍ତି । ତାଙ୍କ ସ୍ଵାମୀ ସ୍ପର୍ଶ ମଧ୍ୟ ଗାଢ ନୀଳ ରଙ୍ଗର ଏକ କୋର୍ଟ ସୁଟ୍ ପିନ୍ଧିଛନ୍ତି । ନିହାରିକା ଓ ସ୍ପର୍ଶ କହିଛନ୍ତି କି, ସେମାନେ ଖୁବ ଭଲ ବନ୍ଧୁ ଥିଲେ । ଥରେ ଗୋଟିଏ ପାର୍ଟିରେ ତାଙ୍କର ଦେଖା ହୋଇଥିଲା । ସେଠାରୁ ଚିହ୍ନା ପରିଚୟ ଓ ବନ୍ଧୁତା ହେବ ପରେ ଉଭୟଙ୍କ ବାହାଘର କଥା ପଡିଗଲା ।

ନିହାରିକା କୁହନ୍ତି ସେ ତାଙ୍କ ପ୍ରେମ କିମ୍ବା ଭଲପାଇବା ପାଇଁ ପୂର୍ବରୁ ସେମିତି କିଛି ବିଶେଷ ଯୋଜନା କରି ନଥିଲେ ।ସେ ସବୁବେଳେ ଭାଗ୍ୟ ଉପରେ ବିଶ୍ବାସ କରନ୍ତି । ଆଉ ଭାଗ୍ୟ ତାଙ୍କୁ ଯାହା ଦେଇଛି ସେଥିରେ ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । ନିହାରିକା ଆହୁରି ମଧ୍ୟ କହିଛନ୍ତି କି, ସ୍ପର୍ଶ ତାଙ୍କ ମନର ମଣିଷ ।

ସେ ବହୁତ ଭାଗ୍ୟବତୀ ଯେ ସ୍ପର୍ଶଙ୍କ ଭଳି ସ୍ଵାମୀ ପାଇଛନ୍ତି ଏବଂ ତାଙ୍କ ଶାଶୁ ଶ୍ଵଶୁର ମଧ୍ୟ ବହୁତ ଭଲ ବୋଲି କହିଛନ୍ତି ନିହାରିକା । ସେ ବିଦାୟୀ ବେଳେ ଖୁବ କାନ୍ଦୁଥିଲେ ଓ ଶାଶୁଘରକୁ ଗଲାପରେ ବି କାନ୍ଦୁଥିଲେ । ହେଲେ ତାଙ୍କ ଶାଶୁ ଓ ଶ୍ଵଶୁର ଉଭୟ ତାଙ୍କ ରାତିରେ ବସିକି ବୁଝେଇ ଥିଲେ । ଭଲ ସ୍ଵାମୀ ଓ ଭଲ ଶାଶୁ ଶ୍ଵଶୁର ପାଇଥିବାରୁ ସେ ବହୁତ ଖୁସି ଅଛନ୍ତି ।

ସେ ତାଙ୍କ ଘର ଓ ବାପାମା’ଙ୍କ ଦାୟିତ୍ଵ ଯେପରି ଭଲରେ ନିଭାଇ ଆସିଛନ୍ତି ସେମିତି ତାଙ୍କ ଶାଶୁଘର ଦାୟିତ୍ଵ ଯେପରି ନିଭାଇ ପାରିବେ ସେଥିପାଇଁ ସମସ୍ତଙ୍କ ଠାରୁ ଆଶୀର୍ବାଦ ପ୍ରାର୍ଥନା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।