ଯାତ୍ରା ପେଣ୍ଡାଲରେ ବିବାଦୀୟ ଅଭିନେତ୍ରୀ Rani Panda ଙ୍କୁ ସମ୍ମାନିତ କରାଗଲା। ଦେଖନ୍ତୁ ଏନେଇ କଣ କହିଲେ ରାଣୀ, ଦେଖନ୍ତୁ video

ଖଣ୍ଡଗିରିରେ ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ତରଫରୁ ଯାତ୍ରା ମଞ୍ଚ ଆୟୋଜିତ ହୋଇଛି । ଗତ ସାତଦିନ ଧରି ଯାତ୍ରା ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି ସ୍ଵର୍ଣ୍ଣ ମନ୍ଦିର ଯାତ୍ରା ପାର୍ଟି । ଏହି ଯାତ୍ରା କାର୍ଯ୍ୟକ୍ରମରେ ବିବାଦୀୟ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଦେଖିବାକୁ ମିଳିଛି । ଯାହାକୁ ନେଇ ଯାତ୍ରା ପ୍ରେମୀଙ୍କ ମନରେ ଉତ୍ସାହ ବଢିଯାଇଛି । ରାଣୀ ପଣ୍ଡାଙ୍କ ଉପସ୍ଥିତି ଖଣ୍ଡଗିରି ଯାତ୍ରାରେ ଚାରଚାନ୍ଦ ଲଗେଇ ଦେଇଛି ।

ତେବେ ସ୍ଵର୍ଣ୍ଣ ମନ୍ଦିର ଯାତ୍ରା ତରଫରୁ ଗତ କିଛି ମାସ ତଳେ ରାଣୀ ପଣ୍ଡାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଯାତ୍ରା “ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢିବ ରାଣୀ ପଣ୍ଡା” ଯାତ୍ରା ବେଶ ସୁପରହିଟ ହୋଇଥିଲା । ଆଉ ଏବେ ପୁଣି ଥରେ ରାଣୀ ପଣ୍ଡାଙ୍କୁ ଯାତ୍ରା ମଞ୍ଚକୁ ଓହ୍ଲାଇଛି ସ୍ଵର୍ଣ୍ଣ ମନ୍ଦିର ଯାତ୍ରା ପାର୍ଟି । କେବଳ ରାଣୀ ପଣ୍ଡାଙ୍କୁ ମଞ୍ଚକୁ ଓହ୍ଲାଇଛି ତା’ ନୁହେଁ ବରଂ ତାଙ୍କୁ ମଞ୍ଚ ଉପରେ ସମ୍ମାନିତ ମଧ୍ୟ କରାଯାଇଛି । ରାଣୀ ପଣ୍ଡାଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସ୍ଵର୍ଣ୍ଣ ମନ୍ଦିର ଯାତ୍ରା ପରିଚାଳନା କମିଟି ତରଫରୁ ସମ୍ମାନିତ କରାଯାଇଛି ।

ଏଥିପାଇଁ ରାଣୀ ପଣ୍ଡା ସ୍ଵର୍ଣ୍ଣ ମନ୍ଦିର ଯାତ୍ରାର ପ୍ରଯୋଜକ ମୁକ୍ତିକାନ୍ତ ସାହୁଙ୍କୁ ଧନ୍ୟବାଦ ଜଣାଇବା ସହ ସଂପୂର୍ଣ୍ଣ ପରିଚାଳାନା କମିଟିକୁ ଧନ୍ୟବାଦ ଜଣାଇଛନ୍ତି । ଖଣ୍ଡଗିରିର ବାବା ନୀଳକଣ୍ଠେଶ୍ଵର ପୂଜା କମିଟିର ସମସ୍ତ ସଦସ୍ୟଙ୍କୁ ମଧ୍ୟ ରାଣୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି । କାରଣ ସେମାନଙ୍କ ପ୍ରଚେଷ୍ଟା ପାଇଁ ହିଁ ମଞ୍ଚ ଉପରକୁ ଆସି ପାରିଛନ୍ତି ରାନୀ ପଣ୍ଡା ।

ଏହାସହ ରାନୀ ପଣ୍ଡା କହିଛନ୍ତି କି, ମୋ ଭଳି ଜଣେ ବିବାଦୀୟ ଅଭିନେତ୍ରୀଙ୍କୁ ଦୟା ଦେଖାଇ ମଞ୍ଚ ଉପରେ କାମ କରିବାର ସୁଯୋଗ ଦେଇଥିବାରୁ ସେ ସମସ୍ତଙ୍କ ପାଖରେ କୃତଜ୍ଞ । ରାଣୀ ପଣ୍ଡାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଯାତ୍ରାକୁ ଲୋକେ ଖୁବ ପସନ୍ଦ କରିବା ସହ ଭଲପାଇବା ଦେଉଛନ୍ତି । ରାଣୀଙ୍କ ଜୀବନ କାହାଣୀ ଓ ଏହି ଯାତ୍ରାରେ ତାଙ୍କ ଅଭିନୟକୁ ଲୋକେ ଖୁବ ପ୍ରଶଂସା କରୁଛନ୍ତି ।

ରାଣୀ ଏହି ଯାତ୍ରା ମାଧ୍ୟମରେ ସାତଦିନ ଧରି ଲୋକଙ୍କୁ ମନୋରଞ୍ଜନ କରାଇ ଆସିଛନ୍ତି ଏବଂ ଲୋକମାନେ ବହୁଳ ସଂଖ୍ୟାରେ ଯୋଗ ଦେଇ ଯାତ୍ରାକୁ ସଫଳ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।