ଆଜି ଆମେ ଆପଣଙ୍କୁ ସୁର ରାଉତରାୟଙ୍କ ଇତିହାସ ଜ୍ଞାନ କେତେ ସେହି ବିଷୟରେ କହିବୁ । କହିବାକୁ ଗଲେ କିଛି ଗାଁ ଲୋକମାନେ ସୁର ରାଉତରାୟଙ୍କ ପାଖକୁ ଆସି ନିଜ ନିଜ ସମସ୍ୟା ବିଷୟରେ କହିଲେ ଓ କିଛି ସମସ୍ୟାର ସମଧାନ ଦେବାକୁ ଯାଇ ସୁର ରାଉତରାୟ କହିଲେ କି ଯେଉଁ କାମ ମୁଁ କରି ପାରିବି ନାହିଁ ତାକୁ ମୁଁ କହିବି କାହିଁକି ? ତମ ଗାଁରେ ଯାହା ବି ହୋଇଛି ତାହା ମୁଁ ନିଜେ କରିଛି ଓ ମୁଁ ପବନ ମାରିବା ଭଳି କିଛି କହିବି ନାହିଁ ।
ଏହା ପରେ ମି-ଡି-ଆ କର୍ମୀ ଯେତେବେଳେ ତାଙ୍କୁ ଦୂର୍ଗା ପୂଜାକୁ ନେଇ କିଛି ପ୍ରଶ୍ନ କରିଲେ ତେବେ ସୁର ରାଉତରାୟ ଯାହା ଜବାବ ଦେଲେ ତାକୁ ଶୁଣିଲେ ଆପଣ ବି ହସି ହସି ଗଡି ଯିବେ । ସେ ପ୍ରଥମେ କହିଲେ ଗୁଜୁରାଟରେ ମାସେ ନବରାତ୍ରି ପାଳନ କରାଯାଏ ଓ ମହରାଷ୍ଟ୍ରରେ ୧୫ ଦିନ ପାଳନ କରାଯାଏ ।
ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ଆପଣଙ୍କ ଦଳରେ ଦୂର୍ଗା କିଏ ତେବେ ସୁର ରାଉତରାୟ କହିଲେ କି ଆମ ଦଳରେ ଦୂର୍ଗା ହେଉଛନ୍ତି ସ୍ଵୟଂ ସୋନିଆ ଗାନ୍ଧୀ ଓ ନରେନ୍ଦ୍ର ମୋଦୀ ମହିଷାସୁର । ଗୋଟିଏ ସମୟ ଏମିତି ଆସିବ ଯେତେବେଳ ଗୋଟିଏ ଯୁବକ ନବୀନ ପଟ୍ଟନାୟକ ଭଳି ଲୋକକୁ ପରାଜୟ କରିବ । ଏହା ପରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ମହାଭାରତରେ ତାଙ୍କର ସବୁଠୁ ପ୍ରିୟ ଚରିତ୍ର କିଏ ।
ଏହାର ଜବାବରେ କହିଲେ କି ମହାଭାରତରେ ତାଙ୍କର ସବୁଠୁ ପ୍ରିୟ ଚରିତ୍ର ହେଉଛି ଅର୍ଜୁନ ଓ ତାଙ୍କୁ ଷ-ଡ-ଯ-ନ୍ତ୍ର କରି ମ-ରା ଯାଇଛି । ଯାହାକୁ ଶୁଣିବା ପରେ ସମସ୍ତେ ହସିଲେ । କିନ୍ତୁ ଶେଷରେ ସେ କହିଲେ କି ମୁଁ ଭୁଲରେ ଅର୍ଜୁନ କହିଦେଲି । କର୍ଣ ରୋଲ ହେଉଛି ମହା ଭାରତର ସବୁଠୁ ଭଲ ଚରିତ୍ର । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା ଆପଣଙ୍କ ଦଳରେ କର୍ଣ କିଏ ଯିଏକି ନିଜ ବନ୍ଧୁ ପାଇଁ ଜୀବନ ଦେଇ ପାରିବ ।
ଏହାର ଜବାବରେ ସୁର ରାଉତରାୟ କହିଲେ କି ପ୍ରସାଦ ହରିଚନ୍ଦ କର୍ଣ ହୋଇ ପାରିବେ । ଏହା ପରେ ପ୍ରଶ୍ନ କରାଗଲା କି ଆପଣ ଦଳରେ ସୁପର୍ଣରେଖା କିଏ ଅଛନ୍ତି କି ଏହାର ଜବାବରେ ସୁର ଭାଇ କହିଲେ କି ଆମ ଦଳରେ କ-ଟା-କ-ଟି ପର୍ଯ୍ୟନ୍ତ କେହି ଯାନ୍ତି ନାହିଁ । ଆମ ସବୁ ଭିତରୁ ଚେଷ୍ଟା କରୁ ସେ କେମିତି ସେ ଚାଲିଯିବ ଆମେ ବସିଯିବୁ ।