Vastu Shastra- ଯେଉଁ ଘରେ ଥାଏ ଏହି 5 ଟି ଜିନିଷ, ସେହି ଘରକୁ କେବେ ବି ଆସେ ନାହିଁ ଦରିଦ୍ରତା

ଜ୍ୟୋତିଷ ଶାସ୍ତ୍ରରେ ବାସ୍ତୁ ଦୋଷକୁ ବହୁତ ମୁଖ୍ୟ ଦିଆ ଯାଇଛି । ଯେଉଁ ଘରେ ବାସ୍ତୁ ଦୋ-ଷ ରହିଥାଏ ସେହି ଘରେ ବହୁତ ସମସ୍ୟା ଦେଖାଯାଏ । ଏମିତିରେ ବାସ୍ତୁ ଦୋଷ କାରଣରୁ ଘରେ ଦରିଦ୍ରତା ଆସିବା, ଟଙ୍କା ଖର୍ଚ ହୋଇଯିବା ବହୁତ ସାଧାରଣ ସମସ୍ୟା ଅଟେ । ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହା ବିଷୟରେ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ।

ଏହି ସବୁ ଜିନିଷକୁ ଘରେ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଏହି ସବୁ ଜିନିଷକୁ ଘରେ ରଖିବା ଦ୍ଵାରା ଘରେ ସବୁବେଳେ ସୁଖ ସମୃଦ୍ଧି ରହିଥାଏ ଓ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ କରିଥାନ୍ତି ।

ଗଣେଶଙ୍କ ମୂର୍ତ୍ତି

ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା କୁହାଯାଏ । ଘରେ ଯେତେବେଳେ ବି ନୂଆ କାର୍ଯ୍ୟ ଆରମ୍ଭ କରାଯାଏ ତେବେ ସର୍ବେ ପ୍ରଥମେ ଗଣେଶଙ୍କ ପୂଜା କରାଯାଏ । ଏମିତି କୁହାଯାଏ କି ସର୍ବେ ପ୍ରଥମେ ଗଣେଶ ବନ୍ଦନା ଗାନ କରିବା ଦ୍ଵାରା କୌଣସି ବି କାମ କେବେ ବି ଖରାପ ହୁଏ ନାହିଁ । ଏଥିପାଇଁ ଆମ ସମସ୍ତଙ୍କୁ ଘରେ କମ ରୁ କମ ଗୋଟିଏ ଗଣେଶ ମୂର୍ତ୍ତି ରଖିବା ଉଚିତ । ଗଣେଶଙ୍କ ମୂର୍ତ୍ତିକୁ ଏହିଭଳି ସ୍ଥାନରେ ରଖନ୍ତୁ ଯେଉଁଠି ତାଙ୍କର ନଜର ଘରର ମୁଖ୍ୟ ଦ୍ଵାର ଉପରେ ପଡିବ । ଏହିଭଳି କରିବା ଦ୍ଵାରା ଘରେ ଲକ୍ଷ୍ମୀ ଜଲ୍ଦି ଆସନ୍ତି । ଘରୁ ସବୁବେଳେ ଦରିଦ୍ରତା ଦୂରରେ ରହିଥାଏ ।

ବାଂସୁରୀ

ଘରେ ବାଂସୁରୀ ରଖିବା ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ବାଂସୁରୀ ରଖିବା ଦ୍ଵାରା ଘରେ ଥିବା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଘରେ ଚାନ୍ଦିର ବାଂସୁରୀ ରଖୁଛନ୍ତି ତେବେ ଘରେ କେବେ ଧନର ଅଭାବ ହେବ ନାହିଁ । ନଚେତ ଆପଣ ସାଧାରଣ ବାଂସୁରୀ ବି ନିଜ ଘରେ ରଖି ପାରିବେ ।

ଦକ୍ଷିଣମୁଖୀ ଶଙ୍ଖ

ଘରେ ଶଙ୍ଖ ରଖିବା ଦ୍ଵାରା ଏହା ବାସ୍ତୁ ଦୋଷକୁ ଦୂର କରିଥାଏ । ଶଙ୍ଖକୁ ସନ୍ଧ୍ୟା ଓ ସକାଳ ସମୟରେ ବଜାଇବା ଦ୍ଵାରା ଘରର ବାତାବରଣ ଶୁଭ ଓ ସକାରତ୍ମକ ହୋଇଥାଏ । ଶଙ୍ଖର ଧ୍ୱନିରେ ଘରର ସମସ୍ତ ନକରାତ୍ମକ ଊର୍ଜା ବାହାରକୁ ଚାଲିଯାଏ । ଘରେ ଶଙ୍ଖ ନେବା ସମୟରେ ଏହା ଧ୍ୟାନ ରଖନ୍ତୁ କି ଏହା ଦକ୍ଷିଣମୁଖୀ ହିଁ ହୋଇଥିବ ।

ମାଛ

ଘର ଭିତରେ ମାଛ ରଖିବା ଦ୍ଵାରା ବହୁତ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ । ଏମିତି କୁହାଯାଏ କି ଘରେ କିମ୍ବା ଅଫିସରେ ମାଛ ରଖିବା ଦ୍ଵାରା ସକାରାତ୍ମକ ଊର୍ଜା ଆସିଥାଏ । ସେଠି କାହାକୁ କେବେ ବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡେ ନାହିଁ ।

ଲକ୍ଷ୍ମୀ ଓ କୁବେର ପ୍ରତିମା

ଘରେ ଏମିତି ବି ଗୋଟିଏ ପ୍ରତିମା କିମ୍ବା ଫଟୋ ରଖନ୍ତୁ ଯେଉଁଥିରେ କୁବେର ଓ ମାତା ଲକ୍ଷ୍ମୀ ବିରାଜମାନ ଥିବେ । ଏହାକୁ ସବୁବେଳେ ଉତ୍ତର ଦିଗରେ ରଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।