Sonam Kapoor ଙ୍କ ସ୍ଵାମୀ ନାମରେ ଆସିଲା ସାଂଘାତିକ ଅଭିଯୋଗ, ଯାଇ ପାରନ୍ତି ଜେଲ !

ବଲୀଉଡ ଅଭିନେତ୍ରୀ ସୋନମ କପୁରଙ୍କ ସ୍ଵାମୀ ଆନନ୍ଦ ଆହୁଜାଙ୍କ ଉପରେ ଗମ୍ଭୀର ଆରୋପ ଲାଗିଛି । ତାଙ୍କ ଉପରେ ଆରୋପ ଅଛି କି ସେ ନିଜ ଜିନିଷ କିଣିବା ପରେ ତାର ମୂଲ୍ୟ ଦବା ପାଇଁ ନକଲି ଚାଲାଣ ଦେଇଛନ୍ତି । କିନ୍ତୁ ଅନ୍ୟ ପଟେ ଆନନ୍ଦ ଆହୁଜାଙ୍କ ଉପରେ ଲାଗିଥିବା ଏହି ସମସ୍ତ ଆରୋପକୁ ସେ ଖାରଜ କରି ଦେଇଛନ୍ତି । ସେ କହିଛନ୍ତି ଏହି ଏହି ସବୁ ଆରୋପ ତାଙ୍କୁ ବଦନାମ କରିବା ପାଇଁ ଲଗା ଯାଇଛି । ଏହି ମାମଲା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି ।

ଏହି କଥା କେବଳ ଭାରତରେ ନୁହେଁ ଭାରତ ବାହାରେ ବି ଚର୍ଚା କରା ଯାଉଛି । କାରଣ ଆନନ୍ଦ ଆହୁଜାଙ୍କ ଉପରେ ଗୋଟିଏ ଇଣ୍ଟରନ୍ୟାସନାଲ କମ୍ପାନୀ (MyUs.com) ହିଁ ଏହି ଆରୋପ ଲଗାଇଛି । କହିବାକୁ ଗଲେ ଏହି ବିବାଦର ଆରମ୍ଭ ଆନନ୍ଦ ଆହୁଜାଙ୍କ ଗୋଟିଏ ଟ୍ୱୀଟରୁ ଆରମ୍ଭ ହୋଇଥିଲା ।

ସେ ଏହି କମ୍ପାନୀ ସହ ନିଜର ଅନୁଭବ ବିଷୟରେ କହି କମ୍ପାନୀ ବିଷୟରେ ବି କହିଥିଲେ । ଏହା ପରେ କମ୍ପାନୀ ବି ଆନନ୍ଦ ଆହୁଜାଙ୍କ ଉପରେ ଟ୍ୟାକ୍ସ ଫ୍ରଡ ଓ ଫର୍ଜି ବିଲ ଦେଇଛନ୍ତି ବୋଲି ଆରୋପ ଲଗାଇଛନ୍ତି । କିନ୍ତୁ ଏହା ମଧ୍ୟରେ ଅଭିନେତ୍ରୀ ସୋନମ କପୁର ବିଜନେସମ୍ୟାନ ଓ ସ୍ଵାମୀ ଆନନ୍ଦ ଆହୁଜାଙ୍କ ସପୋର୍ଟରେ ଆସି MyUs.com କମ୍ପାନୀ ଦ୍ଵାରା ଲଗାଯାଇଥିବା ଟ୍ୟାକ୍ସରେ ଧୋଖା ଓ ଫର୍ଜି ବିଲ ପଠାଇବା ଆରୋପକୁ ଖାରଜ କରି ଦେଇଛନ୍ତି । ସେ କହିଛନ୍ତି କି ଏଥିରେ କୌଣସି ବି ପ୍ରକାରର ସତ୍ୟତା ନାହିଁ ।

ଏହା ସବୁ ଆନନ୍ଦଙ୍କୁ ବଦନାମ କରିବା ପାଇଁ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରାଯାଉଛି । ପ୍ରଥମେ ଆନନ୍ଦ ଆହୁଜା ଟ୍ୱୀଟ କରି ଲେଖିଲେ କି ଆପଣଙ୍କ ମଧ୍ୟରୁ କେହି @MyUS_Shopaholicର କାହାକୁ ଜାଣିଛନ୍ତି ? କିଛି ଦିନ ତଳେ ହିଁ ମୋତେ ଏକ ଭୟଙ୍କର ଅନୁଭବ ହୋଇଛି । ସେମାନେ ଅକାରଣରେ ମୋ ଜିନିଷ ଗୁଡିକ ଧରିଛନ୍ତି । ମୋର କାଗଜପତ୍ରକୁ ବି ନଜର ଅନ୍ଦାଜ କରୁଛନ୍ତି ଓ ଏହା ସହିତ ମୋର କଥା ବି ଶୁଣୁ ନାହାନ୍ତି । ଏହି ଟ୍ୱୀଟ ଉପରେ ହିଁ ବିବାଦ ଆରମ୍ଭ ହେଲା ।

ଏହି ଟ୍ୱୀଟ ଉପରେ ସୋନମ କପୁର ବି ରିଟ୍ୱୀଟ କରି ଲେଖିଲେ କି ଟେରୀବଲ କସ୍ଟମର ସର୍ବିସ ଲଜ୍ୟାଜଣକ ଅଟେ । ଏହା ଉପରେ ଯେତେବେଳେ କମ୍ପାନୀ ଜବାବ ଦେଲା ତ ତାଙ୍କ ଉପରେ ଫ୍ରଡର ଆରୋପ ଲଗାଇ ଦେଲେ । କମ୍ପାନୀ କହିଛି କି ଏହି କସ୍ଟମର ସର୍ବିସ ଗୁଣବତ୍ତାର ମାମଲା ନୁହେଁ ଯାହାକୁ କି ଟ୍ୱୀଟ କରାଯିବ । ମିଷ୍ଟର ଆହୁଜା ebay ରେ କିଣି ଥିବା ସ୍ନୀକର୍ସ ପାଇଁ ଦେଇଥିବା ଟଙ୍କାକୁ ଭୁଲ ରୂପରେ ଉପସ୍ଥାପନା କରିଛନ୍ତି । ଯାହାର ପରିଣାମ ସ୍ୱରୂପ ତାଙ୍କୁ କମ ଟଙ୍କା ଦେବାକୁ ପଡିବ । ଏହିଭଳି ଭବାରେ ଆନନ୍ଦ ଆହୁଜା ଓ କମ୍ପାନୀ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଛି ।