ସ୍ଲିପ ଡିସ୍କ (Slipped Disc) କଣ ? ଏହାର କାରଣ ଏବଂ ଚିକିତ୍ସା ବିଷୟରେ ଚାଲନ୍ତୁ ଜାଣିବା Dr. Sarthak Mohanty ଙ୍କ ଠାରୁ

ସ୍ଲିପ ଡିସ୍କର ମାନେ ହେଉଛି ଅଣ୍ଟା ପଛର ଡିସ୍କ ତଳକୁ ଖସିଯାଇ ନର୍ଭକୁ ଚାପିଦେବା । ସ୍ଲିପ ଡିସ୍କ ସମସ୍ଯା ଆଜିକାଲି ଅନେକ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ସାଧାରଣତଃ ବୟସ ବଢିବା ସହ ସ୍ଲିପ ଡିସ୍କ ହେବାର ଆଶଙ୍କା ବଢିଥାଏ । କିନ୍ତୁ ଆଜିକାଲି ଯୁବପିଢିଙ୍କ ମଧ୍ୟରେ ବି ଏହି ସମସ୍ଯା ଦେଖିବାକୁ ମିଳୁଛି । ଏହା ଯେକୌଣସି ବୟସରେ ମଧ୍ୟ ହୋଇପାରେ । ତେବେ ସ୍ଲିପ ଡିସ୍କ କଣ ଓ ଏହାର କ୍କାରଣ ଏବଂ ଚିକିତ୍ସା ବିଷୟରେ ଚାଲନ୍ତୁ ଜାଣିବା ବିଶିଷ୍ଟ ଡାକ୍ତର ସାର୍ଥକ ମହାନ୍ତିଙ୍କ ଠାରୁ ।

ଆମ ସ୍ପାଇନାଲ କର୍ଡର ପ୍ରତ୍ଯେକ ଗଣ୍ଠି ମଝିରେ ଏକ ଡିସ୍କ ରହିଥାଏ । ଯାହା ସାମ୍ନାକୁ ସାମାନ୍ଯ କଠିନ ଓ ଭିତରକୁ ଜେଲି ଭଳି ରହିଥାଏ । ସ୍ପାଇନାଲ କର୍ଡ ଏବଂ ଡିସ୍କର ପଛପଟେ ଦୁଇପଟକୁ ଆମର ନର୍ଭ ବାହାରିଥାଏ । ଆମେ ଯେତେବେଳେ ଅଣ୍ଟା ଭାଙ୍ଗି ବା ନଇଁକି କିଛି କାମ କରିଥାଉ ତେବେ ଏହି ଡିସ୍କ ଉପରେ ବହୁତ ପ୍ରେସର ପଡିଥାଏ । ଯାହାଫଳରେ ଡିସ୍କର ବାହାର କଭରିଙ୍ଗ ଟା ଫାଟିଯାଇ ଭିତର ଜେଲି ବାହାରକୁ ବାହାରିଯାଏ ।

ଯାହା ପଛପଟେ ଥିବା ନର୍ଭକୁ ଚାପି ଧରିଥାଏ । ଯାହାଦ୍ୱାରା ସେହି ନର୍ଭର ସଂପୂର୍ଣ୍ଣ ଲାଇନରେ ଯନ୍ତ୍ରଣା ହୋଇଥାଏ । ଏଥିପାଇଁ ଅନେକ ସମୟରେ ଗୋଡ ଏବଂ ହାତ ମଧ୍ୟ ଝିମଝିମ ହୋଇଥାଏ ବା ବଧିରା ଲାଗିଥାଏ । ଏହି ରୋଗ ବଢିଲେ ଚଲାବୁଲା କରିବାରେ ସମସ୍ଯା ଦେଖାଦିଏ । ଆଉ ଅଧିକ ବଢିଲେ ଏହା ପାରାଲିସିସ ଆଡକୁ ମଧ୍ୟ ଗତି କରିପାରେ ଓ ଝାଡା ପରିସ୍ରା ଉପରୁ ମଧ୍ୟ କଣ୍ଟ୍ରୋଲ ଚାଲିଯାଇ ପାରେ ।

ତେବେ ରୋଗୀଙ୍କର କଣ ସବୁ ସମସ୍ଯା ଦେଖା ଦେଉଛି ଏହାକୁ ଅନୁଧ୍ୟାନ କରି ଏହି ରୋଗର ଚିକିତ୍ସା କରାଯାଏ । ଏକ୍ସରେ ଏବଂ ଏମଆରଆଇ ରେ ସ୍ପଷ୍ଟ ଭାବେ ଦେଖାଯାଏ କି ଆପଣଙ୍କ ଡିସ୍କ କେତେ ମାତ୍ରାରେ ସ୍ଲିପ ହୋଇଛି ଓ ନର୍ଭକୁ କେତେ ଚାପିଛି । ମେଡ଼ିସିନ ଓ ଫିଜିଓଥେରାପି ଦ୍ଵାରା ହିଁ ଏହାର ଚିକିତ୍ସା କରାଯାଇ ଥାଏ । ଏହାସହ ବେକରେ ପତଳା ତକିଆ ଦେବା, ଆଗକୁ ନଇଁକି କାମ ନକରିବା, ଭାରି ଜିନିଷ ନ ଉଠାଇବା ପାଇଁ ମଧ୍ୟ ପରାମର୍ଦ୍ଧ ଦିଆଯାଏ ।

ଯନ୍ତ୍ରଣା ଅଧିକ ହେଉଥିଲେ ରୋଗୀଙ୍କ ଅଣ୍ଟାରେ ମଧ୍ୟ ଏକ ଇଂଜେକସନ ଦିଆଯାଏ । ଯାହାଦ୍ୱାରା ତାଙ୍କୁ ତୁରନ୍ତ ଆରାମ ମିଳିଥାଏ । ଯେଉଁମାନଙ୍କର ଏହି ସମସ୍ଯା ମେଡିସନ କିମ୍ବା ଫିଜିଓଥେରାପିରେ ଭଲ ହୁଏ ନାହିଁ ଏବଂ ଏହା ପାରାଲିସିସ ଆଡକୁ ଗତି କରେ ତେବେ ଏଭଳି କ୍ଷେତ୍ରରେ ଡାକ୍ତର ଦରଜରି କରିବାକୁ ପରାମର୍ଶ ଦେଇଥାନ୍ତି । ଏହି ଅପରେସନରେ ସେହି ଡିସ୍କକୁ ସଂପୂର୍ଣ୍ଣ ଭାବ ଏକାଧି ଦିଆଯାଏ ।

ଯାହାଫଳରେ ସେହି ଚାପି ହୋଇ ରହିଥିବା ନର୍ଭଟି ମୁକ୍ତ ହୋଇଯାଏ । ତେବେ ଅନେକ ଲୋକ ଏହି ଅପରେସନକୁ ଡରନ୍ତି । କିନ୍ତୁ ଡାକ୍ତରଙ୍କ କହିବ ଅନୁସାରେ ଏହା ଏକଦମ ସୁରକ୍ଷିତ ଅପରେସନ ଅଟେ । ତେବେ ଓଜନ ଅଧିକ ଥିଲେ ସ୍ଲିପ ଡିସ୍କର ସମ୍ଭାବନା ଅଧିକ ରହିଥାଏ । ତେଣୁ ଓଜନ କମ୍ କରିବା ସହ ପୋଶ୍ଚର ମେଣ୍ଟେନ କରିବା ମଧ୍ୟ ଜରୁରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।