ଶଙ୍ଖ ବିଷୟରେ କିଛି ଅଜଣା କଥା, ଏଥିରୁ ମିଳୁଥିବା ଲାଭ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ମହତ୍ୱ ରହିଛି । ଶଙ୍ଖ ଧ୍ୱନିକୁ ବହୁତ ଶୁଭ ବୋଲି କୁହାଯାଏ । ପୁରାଣ ଶାସ୍ତ୍ରରେ ଶଙ୍ଖର ଉତ୍ପତ୍ତି ସମୁଦ୍ରରୁ ହୋଇଛି ଏହାକୁ ମା ଲକ୍ଷ୍ମୀ ଙ୍କ ଭାଇ ବୋଲି କୁହାଯାଇଥାଏ । କୁହାଯାଇଛି ଯେଉଁଠି ଶଙ୍ଖ ଥାଏ ସେଠାରେ ମହା ଲକ୍ଷ୍ମୀ ବାସ କରିଥାନ୍ତି । ତେବେ ଧାର୍ମିକ କାର୍ଯ୍ୟରେ ଶଙ୍ଖ ବଜାଇବା ମଧ୍ୟ ଶୁଭ ହୋଇଥାଏ । ଶଙ୍ଖର କେତେକ ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ୱ ମଧ୍ୟ ରହିଛି ।

ତେବେ ଆଜି ଆମେ ଆପଣଙ୍କୁ ଶଙ୍ଖ ଫୁଙ୍କିବା ଦ୍ଵାରା ବା ରଖିବା ଦ୍ଵାରା କଣ ସବୁ ହୋଇଥାଏ ଆଜି ଆମେ ଆପଣଙ୍କୁ କହିବୁ । ତେବେ ଚାଲନ୍ତୁ ଜାଣିବା । ବୈଜ୍ଞାନିକ ମାନଙ୍କ ମତରେ ଶଙ୍ଖ ଧ୍ଵନି ଦ୍ଵାରା ବାତାବରଣ ପରିଷ୍କାର ଏବଂ ଶୁଦ୍ଧ ହୋଇଥାଏ । ଆଖପାଖରେ ଥିବା ସମସ୍ତ ଧ୍ଵନିକୁ ନଷ୍ଟ କରିଦେଇଥାଏ । ଏହି ଶଙ୍ଖର ଧ୍ଵନି ଶଙ୍ଖରେ କିଛି ପାଣି ଭରି ପେଇବା ଦ୍ଵାରା ଶରୀରରୁ କ୍ୟାଲସିୟମ ଅଭାବ ହୋଇନଥାଏ ।

ଶଙ୍ଖ ଫୁଙ୍କିଲେ ହୃଦ ଏବଂ ଫୁସଫୁସ ଜନିତ ରୋଗ ସବୁ ହେବାର ଆଶଙ୍କା କମ ହୋଇଥାଏ । ଶଙ୍ଖ ଧ୍ଵନି ଦ୍ଵାରା ଶ୍ରବଣ ଶକ୍ତି ଜନିତ ସମସ୍ୟା ମଧ୍ୟ ଦୁର ହୋଇଥାଏ । ଭିନ୍ନ ଭିନ୍ନ ଶଙ୍ଖ ଏବଂ ଏହାର ମହତ୍ୱ ବିଭିନ୍ନ ପ୍ରକାରର ଥାଏ । ସମସ୍ତ ପ୍ରକାର ଶଙ୍ଖର ବିଶେଷତ୍ଵ ଏଵଂ ପୂଜାର ବିଧି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।

ଆକୃତି ଅନୁସାରେ ଶଙ୍ଖ ତିନି ପ୍ରକାରର ହୋଇଥାଏ । ଦଖିଣାବର୍ତ୍ତି ଶଙ୍ଖ, ମଧ୍ୟାମବର୍ତ୍ତି ଶଙ୍ଖ ଏବଂ ବାମାବର୍ତ୍ତି ଶଙ୍ଖ । ଭଗବାନ ବିଷ୍ଣୁ ଙ୍କ ଶଙ୍ଖ ଦଖିଣାବର୍ତ୍ତି ହୋଇଥିବା ବେଳେ ମାତା ଲକ୍ଷ୍ମୀଙ୍କ ଶଙ୍ଖ ହେଉଛି ବାମାବର୍ତ୍ତି । ବାମାବର୍ତ୍ତି ଶଙ୍ଖ ଘରେ ରଖିଲେ କୌଣସି ପ୍ରକାରର ଅର୍ଥ ଅଭାବ ସମସ୍ୟା ରହିନଥାଏ ।

ଶଙ୍ଖ ସ୍ଥାପନା କରିବାର ଉପାୟ:- ପ୍ରଥମେ ଏକ ଧଳା ରଙ୍ଗର କପଡ଼ା ଆଣନ୍ତୁ, ଏହାକୁ ଗଙ୍ଗାଜଳ ଏବଂ କ୍ଷୀରରେ ହିଁ ସୁଦ୍ଧ କରନ୍ତୁ । ଏହାପରେ ଏହାକୁ ଏକ ଗୋଲାପି ରଙ୍ଗର ବସ୍ତ୍ରରେ ଗୁଡ଼ାଇ ପୂଜା ସ୍ଥାନରେ ରଖିଦିଅନ୍ତୁ । ସକାଳେ ଏବଂ ସନ୍ଧ୍ୟା ସମୟରେ ପୂଜା ପରେ ଏହାକୁ ତିନି ଥର ଲେଖା ଫୁଙ୍କନ୍ତୁ ।

ବାଜାଇସାରିବା ପରେ ଏହାକୁ ଧୋଇ ପୁଣି ସେହି ସ୍ଥାନରେ ରଖିଦିଅନ୍ତୁ । ସଙ୍ଖକୁ ବଜାଇବା ସମୟରେ ସର୍ବଦା ସାବଧାନ ରୁହନ୍ତୁ । ସଙ୍ଖକୁ କୌଣସି ବସ୍ତ୍ର ବା ଆସନରେ ରଖନ୍ତୁ । ସକାଳେ ଏବଂ ସନ୍ଧ୍ୟା ସମୟରେ ଶଙ୍ଖ ବଜାନ୍ତୁ । ନିଜ ଶଙ୍ଖ ଅନ୍ୟ କାହାକୁ ବଜାଇବାକୁ ଦିଅନ୍ତୁ ନାହିଁ । କି ଅନ୍ୟ କାହାର ଶଙ୍ଖ ଆଣି ନିଜେ ବଜାନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।