Jyotish Shastra- ପତ୍ନୀଙ୍କ ହୃଦୟରେ ରାଜ କରିଥାନ୍ତି ଏହି 5 ନାମର ପୁଅ

ଝିଅ ଟିଏ ବିବାହ କରିବାକୁ ଯାଉଥିବା ବେଳେ ସବୁବେଳେ ଚାହିଁଥାଏ କି ତାକୁ ଜଣେ ଖୁବ୍ ଭଲ ସ୍ବାମୀ ମିଳୁ । କିନ୍ତୁ ଦୁର୍ଭାଗ୍ୟବଶତଃ ସବୁ ପୁରୁଷଙ୍କ ଠାରେ ଜଣେ ଭଲ ସ୍ବାମୀ ହେବାର ଗୁଣ ନ ଥାଏ । ଘରର ଦାୟିତ୍ଵ ନେବା ସହ ପତ୍ନୀଙ୍କୁ ଖୁସି ରଖିବା ମଧ୍ୟ ସ୍ୱାମୀର ସବୁଠୁ ବଡ଼ କର୍ତ୍ତବ୍ୟ ହୋଇଥାଏ । ଏମିତି ତ ପ୍ରତ୍ୟେକ ବିବାହିତ ବ୍ୟକ୍ତିଙ୍କ ମଧ୍ୟରେ ଛୋଟ ମୋଟ ଝଗଡା ହୋଇଥାଏ । କିନ୍ତୁ କିଛି ପୁଅ ଏପରି ଥାଆନ୍ତି ଯେଉଁମାନେ ଝିଅଙ୍କ ହୃଦୟ ଜିତିବାରେ ମାହିର୍ ହୋଇଥାନ୍ତି । ତେବେ ଆସନ୍ତୁ କେଉଁ ପୁଅମାନେ ଭଲ ସ୍ବାମୀ ହୋଇଥାନ୍ତି ସେମାନଙ୍କ ବିଷୟରେ ବିସ୍ତାରିତ ଭାବେ ଜାଣିବା ।

G ନାମର ପୁଅମାନେ

G ନାମ ଥିବା ପୁଅମାନେ ନିଜ ପତ୍ନୀଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି । ଏମାନେ ସବୁବେଳେ ନିଜ ପତ୍ନୀଙ୍କ କଥା ମାନିଥାନ୍ତି । ଏମାନେ ବାକି ସବୁ ଲୋକଙ୍କ ଠୁ ନିଜ ପତ୍ନୀଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତି । ନିଜ ପତ୍ନୀଙ୍କ ମନ ରଖିବାକୁ ଏମାନେ ସବୁବେଳେ ଚେଷ୍ଟା କରିଥାନ୍ତି । ଏହି ସମସ୍ତ ଗୁଣ ଯୋଗୁଁ ଏମାନେ ନିଜ ପତ୍ନୀଙ୍କ ହୃଦୟରେ ରାଜ୍ କରିଥାନ୍ତି । ଏମାନଙ୍କ ପତ୍ନୀ ତାଙ୍କ ଉପରେ ଖୁବ୍ ଖୁସି ରୁହନ୍ତି । ପତ୍ନୀଙ୍କ ସବୁ କଥା ସହଜରେ ମାନି ନେଉ ଥିବାରୁ ଏମାନଙ୍କ ମଧ୍ୟରେ ଖୁବ୍ ଭଲ ପାଇବା ରହିଥାଏ ।

L ନାମର ପୁଅମାନେ

ଯେଉଁ ପୁଅଙ୍କ ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ପତ୍ନୀଙ୍କୁ ବହୁତ ପ୍ରେମ କରିଥାନ୍ତି । ଏମାନଙ୍କ ପ୍ରେମ ଏତେ ସତ୍ୟ ହୋଇଥାଏ କି ଏମାନେ ନିଜ ପତ୍ନୀଙ୍କ ପାଇଁ ନିଜ ଜୀବନ ମଧ୍ୟ ଦେଇ ପାରନ୍ତି । ଏମାନଙ୍କ ଏହି ପ୍ରକାର ପ୍ରେମ ଦେଖି ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ସେହିପରି ପ୍ରେମ କରିଥାନ୍ତି । ଏମାନେ ନିଜ ପତ୍ନୀଙ୍କ ଖୁସିର ଖୁବ୍ ଧ୍ୟାନ ରଖନ୍ତି । ନିଜ ଆର୍ଥିକ ସ୍ଥିତି ଯେପରି ବି ହୋଇଥାଉ କିନ୍ତୁ ଏମାନେ ନିଜ ପତ୍ନୀଙ୍କୁ କେବେ ବି କଷ୍ଟ କରିବାକୁ ଦିଅନ୍ତି ନାହିଁ ।

N ନାମର ପୁଅମାନେ

N ନାମର ପୁଅମାନେ ବ୍ୟବହାରରେ ଖୁବ୍ ଭଲ ହୋଇଥାନ୍ତି ଓ ମହିଳା ମାନଙ୍କୁ ଖୁବ୍ ସମ୍ମାନ କରନ୍ତି । ଏମାନେ ନିଜ ଖୁସି ଠୁ ଅଧିକ ଅନ୍ୟର ଖୁସିକୁ ଗୁରୁତ୍ବ ଦିଅନ୍ତି । ଏମାନଙ୍କ ଲଢେଇ ଝଗଡା କରିବା ଗୁଣ ମଧ୍ୟ ବିଲକୁଲ୍ ନ ଥାଏ । ଏମାନେ ନିଜ ସାଥିଙ୍କୁ ନେଇ ଖୁବ୍ ବିଶ୍ଵସ୍ତ ରହିଥାନ୍ତି । ବିବାହରେ ପରେ ଅନ୍ୟ ମହିଳାଙ୍କୁ ଆଡ଼ ଆଖିରେ ମଧ୍ୟ ଦେଖନ୍ତି ନାହିଁ । ଏହି ସବୁ ଭଲ ଗୁଣ ଯୋଗୁଁ ସ୍ତ୍ରୀ ତାଙ୍କୁ ଖୁବ୍ ଭଲ ସ୍ବାମୀ ବୋଲି ମାନେ ଓ ତାଙ୍କ ସହ ସବୁବେଳେ ଖୁସି ରୁହେ ।

P ନାମର ପୁଅମାନେ

ଏହି ନାମର ପୁଅମାନେ ନିଜ ଦାୟିତ୍ୱ ପ୍ରତି ଖୁବ୍ ଜାଗ୍ରତ ହୋଇଥାନ୍ତି । ନିଜ ଘର, ପତ୍ନୀ ଓ ପିଲା ଙ୍କ ସବୁ ଦାୟିତ୍ଵ ଖୁବ୍ ଭଲରେ ସମ୍ପନ୍ନ କରିଥାନ୍ତି । ଥରେ କାହା ହାତ ଧରିଲେ ଜୀବନ ସାରା ତା ସହ ରହିବାକୁ ପସନ୍ଦ କରନ୍ତି । ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ସାଥିଙ୍କ ହାତ କେବେ ମଧ୍ୟ ଛାଡନ୍ତି ନାହିଁ ।

V ନାମର ପୁଅମାନେ

ଏହି ନାମର ପୁଅମାନଙ୍କ ହୃଦୟ ଖୁବ୍ ଭଲ ଓ ସଫା ହୋଇଥାଏ । ଏମାନଙ୍କୁ ବିବାହ କରି ଝିଅ ଖୁବ୍ ଖୁସିରେ ରୁହେ । ସମସ୍ତଙ୍କ ସହ ଏମାନେ ବିନମ୍ର ବ୍ୟବହାର କରନ୍ତି । ନିଜ ଭଲ ଗୁଣ ଯୋଗୁଁ ପତ୍ନୀଙ୍କ ସହ ଖୁବ୍ କମ୍ ଝଗଡା ମଧ୍ୟ ହୋଇଥାଏ । ଏମାନେ ହୃଦୟରୁ ଖୁବ୍ ଭଲ ସମ୍ପର୍କ ବନାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।