ସୋମବାର ଦିନ ଭୁଲରେବି ଏହି 5 ଭୁଲ୍ କରନ୍ତୁ ନାହିଁ, ନଚେତ ଜୀବନରେ ପ୍ରଳୟ ଆସିଯିବ – Astrology

ବନ୍ଧୁଗଣ ସପ୍ତାହକ ସାତ ବାର ମଧ୍ୟରୁ ସୋମବାରକୁ ଅତ୍ୟନ୍ତ ପବିତ୍ର ବାର ବୋଲି ମାନାଯାଇଥାଏ । କାରଣ ଏହି ବାରଟି ପ୍ରଭୁ ଭୋଳାନାଥଙ୍କୁ ସମର୍ପିତ କରାଯାଇଛି । ଏହି ବାରରେ ଯେଉଁ ଲୋକ ଅତି ନିଷ୍ଠା ଓ ଭକ୍ତି ସହ ଭଗବାନ ଶିବଙ୍କର ପୂଜା ଆରାଧନା କରିଥାନ୍ତି । ସେମାନଙ୍କ ଜୀବନର ସବୁ, ଦୁଃଖ କଷ୍ଟକୁ ପ୍ରଭୁ ଭୋଳାଶଙ୍କର ଦୂର କରିଥାନ୍ତି । ତେବେ ବନ୍ଧୁଗଣ ଏହି ପବିତ୍ର ସୋମବାରରେ ଆପଣଙ୍କୁ ମଧ୍ୟ କିଛି କଥା ଉପରେ ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ରହିଛି ।

ତାହା ହେଉଛି ସୋମବାର ଦିନ ଆପଣଙ୍କୁ କେଉଁ କାମ କରିବାର ଉଚିତ ଏବଂ କେଉଁ କାମ କରିବା ଅନୁଚିତ ଏହି ସବୁ ବିଷୟରେ ନିହାତି ଜ୍ଞାନ ରହିଥିବା ଦରକାର । ତେବେ ସୋମବାର ଦିନ କେଉଁ କେଉଁ କାର୍ଯ୍ୟ କରିବାକୁ ବର୍ଜିତ କରାଯାଇଛି ଆସନ୍ତୁ ଜାଣିବା ।

1- ଯଦି ଆପଣ ସୋମବାର ବ୍ରତ କରିଛନ୍ତି ତେବେ ଆପଣ ଉପବାସ ରହିବା ଦରକାର । ଯଦି ବି ଆପଣ ଏକ ଓଳି ଉପବାସ କରୁଛନ୍ତି ଆଉ ପରେ ଖାଉଛନ୍ତି ତେବେ ଲୁଣ ଖାଇବାକୁ ସେହି ଦିନ ବର୍ଜନ କରନ୍ତୁ ।

2- ସୋମବାର ବ୍ରତ କରୁଥିଲେ ସ୍ଵାମୀ ସ୍ତ୍ରୀ ଉଭୟଙ୍କୁ ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ । କାରଣ ଏହିଦିନ ଶାରୀରିକ ସମ୍ବନ୍ଧ ରଖିବା ସମ୍ପୂର୍ଣ ଅନୁଚିତ ।

3- ଆପଣଙ୍କୁ ଆପଣଙ୍କ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଉଚିତ । ଯଦି ବି ସେମାନେ ଆପଣଙ୍କ ଭଲ ପାଇଁ ଆପଣଙ୍କୁ କିଛି କଟୁ କଥା ମଧ୍ୟ କହି ଦେଉଛନ୍ତି । ତାଙ୍କୁ କିଛି ଉତ୍ତର ନଦେଇ ବାସ ମୌନ ରହିଯିବା ହିଁ ଆପଣଙ୍କ ପାଇଁ ମଙ୍ଗଳ । ସୋମବାର ଦିନ ଆପଣଙ୍କୁ କୌଣସି ମାରପିଟ କି ହିଂସାତ୍ମକ କାର୍ଯ୍ୟରେ ଲୀନ ରହିବା ଉଚିତ ନୁହେଁ ।

4- ଆପଣଙ୍କୁ ସୋମବାର ଦିନ ତାମସିକ ଭୋଜନ ବିଲକୁଲ ମଧ୍ୟ କରିବା ଉଚିତ ନୁହେଁ । ମାଛ, ମାଂସ, ନିଶା ସେବନ ଇତ୍ୟାଦି ଠାରୁ ଦୂରେଇ ରହିବା ଉଚିତ ।

5- ସମସ୍ତ ଭକ୍ତ ଭଗବାନଙ୍କ ଆରତୀ ସମୟରେ ତାଳି ମାରି ତାଙ୍କ ଆରତୀ କରିଥାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କ ମନ୍ଦିରରେ ତାଳି ମାରିବାକୁ ବର୍ଜିତ ମନା ଯାଇଛି ।

6- ସୋମବାର ଦିନ ଆପଣ ଶିବ ଭଗବାନଙ୍କର ସକାଳେ ଏବଂ ସନ୍ଧ୍ୟାରେ ଆଳତି କରିବା ଉଚିତ । ଏହାସହିତ ଆପଣଙ୍କୁ ଭଗବାନ ଶିବଙ୍କ ଉପରେ ଜଳ ଚଢାଇବା ମଧ୍ୟ ଉଚିତ ।

7- ଧ୍ୟାନ ରଖନ୍ତୁ ମହାଦେବ ସର୍ବଦା ସମାଧିରେ ଲୀନ ଥାନ୍ତି ତଥା ଧ୍ୟାନମଗ୍ନ ଥାନ୍ତି । ତେଣୁ ତାଙ୍କ ଧ୍ୟାନ ଭଙ୍ଗର ଘୋର ବିପତ୍ତିର ପରିଣାମ ଆଣିଦେଇଥାଏ । ତେଣୁ ଆପଣଙ୍କୁ ଶିବ ମନ୍ଦିରରେ ଶାନ୍ତିରେ ପୂଜା କରିବା ଉଚିତ । କେବଳ ଘଣ୍ଟି, ଶଙ୍ଖ ଛଡା ଆପଣଙ୍କୁ ଅନ୍ୟ କୌଣସି ବାଦ୍ୟ ବଜାଇ ତାଙ୍କ ଧ୍ୟାନ ଭଙ୍ଗ କରିବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ ବହୁତ ବଡ ଭୟଙ୍କର ପରିସ୍ଥିତି ଆଣିଦେବ ।

ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବା ସହ କମେଣ୍ଟରେ ହର ହର ମହାଦେବ ଅବଶ୍ୟ ଲେଖିକି ଜଣାନ୍ତୁ ।