ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶ୍ରାବଣ ମାସ ଆସିବା ମାତ୍ରେ ଭଗବାନ ମହାଦେବଙ୍କ ଭକ୍ତଙ୍କ ପାଇଁ ଶୁଭ ଦିନର ଶୁଭାରମ୍ଭ ହେବାରେ ଲାଗିଯାଇଥାଏ । ବିଶେଷ କରି ଏତେ ବର୍ଷ ପରେ ଚଳିତ ବର୍ଷ ଯୋଡା ଶ୍ରାବଣ ମାସ ପଡିଅଛି । ଯେଉଁ କାରଣରୁ ଏହା ଆହୁରି ମଧ୍ୟ ଅଧିକ ଶୁଭ ମାସ ରହିବା ପାଇଁ ଯାଉଛି । ହେଲେ ଶ୍ରାବଣ ମାସରେ କ’ ଣ କରିବା ଉଚିତ ଓ ଅନୁଚିତ । ତାହା ମଧ୍ୟ ଆପଣ ନିହାତି ଯାଣି ରଖିବା ଶୁଭଦାୟକ ହୋଇଥାଏ ।

ତେବେ ଭଗବାନ ଶିବଙ୍କ ଉପରେ ପ୍ରତ୍ଯେକ ସୋମବାର ବିଶେଷ କରି ଶ୍ରାବଣ ମାସ ସୋମବାରରେ ଯଦି ଆପଣ ଗଙ୍ଗା ଜଳର ଅର୍ପଣ କରିଥାନ୍ତି । ତେବେ ଏହା ଆପଣଙ୍କୁ ଅନେକ ସୁଖ, ସମୃଦ୍ଧି ଆଣିଦେଇଥାଏ । ଯଦି ସମ୍ଭବ ଶୁଦ୍ଧ ଗାଈର କ୍ଷୀର ମଧ୍ୟ ପ୍ରଭୁ ଶିବଲିଙ୍ଗରେ ଅର୍ପଣ କରିବା ଆହୁରି ମଧ୍ୟ ଶୁଭଦାୟୀ ହୋଇଥାଏ । ଶଙ୍ଖରେ କିନ୍ତୁ ପ୍ରଭୁଙ୍କ ଉପରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହା ସହ ଯଦି ପ୍ରଭୁ ଶିବଙ୍କ ଲିଙ୍ଗରେ ଆପଣ ଚନ୍ଦନର ଲେପ ଦେଇଥାନ୍ତି । ତେବେ ଏହା ଆହୁରି ମଧ୍ୟ ଶୁଭ ହୋଇଥାଏ ।
ହେଲେ ଏଠାରେ ଆମେ କହି ରଖିବା ପାଇଁ ଯାଉଛୁ । କି ଆପଣ ମାନେ ଯେଉଁ ମଧ୍ୟ ପୂଜା କାର୍ଯ୍ୟ କରୁଛନ୍ତି । ତାହା ସବୁ ଆପଣଙ୍କ ହୃଦୟରୁ ନିଷ୍ଠାର ସହ କରିବା ଦ୍ଵାରା ହିଁ ଏଥିରେ ଭଗବାନ ପ୍ରସନ୍ନ ହୋଇଥାନ୍ତି । ନଚେତ ସବୁ ପୂଜା କାର୍ଯ୍ୟ ଆପଣଙ୍କର ବୃଥା ଯାଇଥାଏ । ଭଗବାନ ଶିବଙ୍କୁ ଧଳା ରଙ୍ଗର ପ୍ରିୟ ବହୁତ ଅଧିକ ହିଁ ପସନ୍ଦ ହୋଇଥାଏ । ତେବେ ଆପଣ ଭଗବାନ ଭୋଳାନାଥନୁ ଧଳା ରଙ୍ଗର ଫୁଲ ମଧ୍ୟ ଅର୍ପଣ କରିପାରିବେ ।

ଏହା ସହ ଧଳା ରଙ୍ଗର ପ୍ରସାଦ ଭୋଳାନାଥଙ୍କ ଠାରେ ଲଗାଇ ଦିଅନ୍ତୁ । ନିହାତି ଭାବେ ବାବା ଶଙ୍କରର ଅସୀମ କୃପା ଆପଣଙ୍କ ଉପରେ ପ୍ରାପ୍ତ ହେବ । ତେବେ ପ୍ରଭୁ ଶିବଙ୍କର ପୂଜା କରିବା ସହ ତାଙ୍କର ଅତି ପ୍ରିୟ ବାହନ ନନ୍ଦୀଙ୍କୁ ମଧ୍ୟ ପୂଜା କରନ୍ତୁ । ଏହା ସହ ଚୁପଚାପ ବିନା କାହାକୁ ଜଣାଇ ନିଜରି ମନସ୍କାମନା ନନ୍ଦୀ ମହାରାଯାଙ୍କ ଡାହାଣ କାନରେ କହି ଦିଅନ୍ତୁ । ସୋମବାର ଦିନ କୌଣସି କମ ପାଇଁ ଯଦି ବାହାରକୁ ଯାଉଥାନ୍ତି ।
ତେବେ ନିହାତି ଭାବରେ ଅଇନା ଦେଖିକି ଘରୁ ବାହାରିକି ଯିବା ପାଇଁ ଭୁଲନ୍ତୁ ନାହିଁ । କାରଣ ସୋମବାର ଦିନ ଅଇନା ଦେଖିକି ଘରୁ ବାହାରିବା ଦ୍ଵାରା ଯାତ୍ରା ଶୁଭପ୍ରଦ ରହିଥାଏ । କଳା ରଙ୍ଗ ତଥା ଗାଢ ରଙ୍ଗର କୌଣସି ବସ୍ତ୍ର ସୋମବାର ଦିନ ପିନ୍ଧିବା ଅଶୁଭ ହୋଇଥାଏ । ବିଶେଷ କରି ଶିବମନ୍ଦିରକୁ ତ ଭୁଲରେ ମଧ୍ୟ କଳା ରଙ୍ଗର ବସ୍ତ୍ର ପିନ୍ଧିକି ଯାଆନ୍ତୁ ନାହିଁ ।

ନଚେତ ଏହା ଦ୍ଵାରା ପ୍ରଭୁ ଶଙ୍କର ଆପଣଙ୍କ ଉପରେ ଅଧିକ ମାତ୍ରାରେ ରୁଷ୍ଠ ହୋଇଯାଇଥାନ୍ତି । ଯାହାର ପ୍ରକୋପ ଆପଣଙ୍କ ଘର ପରିବାର ଉପରେ ପଡିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ