କେତେ ଥର ମନୁଷ୍ୟ ଏମିତି ଛୋଟ ଛୋଟ ଭୁଲ କରିଥାଏ କି ଯାହା ଦ୍ଵାରା ଆଗକୁ ଯାଇ ତାକୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଶାସ୍ତ୍ର ଅନୁସାରେ ସମସ୍ତ କାର୍ଯ୍ୟକୁ କରିବାର ଏକ ସଠିକ ଉପାୟ ଥାଏ । ଏମିତିରେ କହିବାକୁ ଗଲେ କିଛି ଥର ଦେଖା ଯାଇଛି କି ରାତିରେ ଶୋଇବା ସମୟରେ କିଛି ଲୋକ ମାନେ ଏମିତି ଭୁଲ କରି ଦିଅନ୍ତି ଯାହା ତାଙ୍କୁ କରିବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏହିଭଳି କିଛି ଭୁଲ ବିଷୟରେ କହିବାକୁ ଯାଉଛୁ । ଏହି ସବୁ ଭୁଲ ଯୋଗୁ ଧନର ହାନି ହୋଇଥାଏ ଓ ଆପଣଙ୍କୁ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ ।
ଆସନ୍ତୁ ଜାଣିବା ରାତିରେ ଶୋଇବା ସମୟରେ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ
ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେବେ ବି ପର୍ସ ରଖି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଘରର ଖର୍ଚ ବଢିଯାଏ ଓ ବ୍ୟକ୍ତି ଜୀବନରେ ଦରିଦ୍ରତା ବି ଆସିଯାଏ ।
ବ୍ୟକ୍ତିକୁ ଭୁଲରେ ବି ଶୋଇବା ସମୟରେ କେବେ ବି ଜୋତା – ଚପଲ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଭୁଲ ଅଟେ । ଏହି କାରଣରୁ ଘରେ ସମସ୍ୟା ଆସିବାରେ ଲାଗେ ଓ ଘରୁ ମାତା ଲକ୍ଷ୍ମୀ ବି ଛାଡି ଚାଲି ଯାଆନ୍ତି ।
ବାସ୍ତୁ ଶାସ୍ତ୍ରରେ ଏହା ବି ଉଲ୍ଲେଖ କରାଯାଇଛି କି ବ୍ୟକ୍ତିକୁ ରାତିରେ ଶୋଇବା ସମୟରେ କେବେ ବି ସୁନା – ଚାନ୍ଦିର ଜିନିଷକୁ ନିଜ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ସୌଭାଗ୍ୟ ବି ଦୁର୍ଭାଗ୍ୟରେ ପରିବର୍ତ୍ତିତ ହୋଇଯାଏ ।
ଶାସ୍ତରେ ଏହା ବି କୁହାଯାଇଛି କି ବ୍ୟକ୍ତିକୁ ନିଜ ମୁଣ୍ଡ ପାଖରେ କୌଣସି ବି ଧାତୁରେ ତିଆରି ଚାବି ରଖି ଶୋଇବା ଉଚିତ ନୁହେଁ । ଲୁହା ବ୍ୟତୀତ ଆପଣ ଅନ୍ୟ କୌଣସି ଧାତୁ ନିର୍ମିତ ଚାବିକୁ ଯଦି ମୁଣ୍ଡ ପାଖରେ ରଖି ଶୋଇବେ ତେବେ ଏହା ଆପଣଙ୍କ ଜୀବନରେ ଅଭାବ ଆଣି ଦେଇଥାଏ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।