ଏତେ ଜଘନ୍ୟ ଅଟେ ଏଠିକାର ବିବାହ ପ୍ରଥା, କେତେ ଝିଅ ହୋଇଯାଆନ୍ତି ବର୍ବାଦ

ବିହାର ‘ପକଡବା ବିବାହ’ ପାଇଁ ବଦନାମ ଅଟେ । ଏଠାରେ ଯୌତୁକ ଦେବା ପାଇଁ ଅର୍ଥ ନ ଥିଲେ ଝିଅର ଘର ଲୋକ ପୁଅକୁ କିଡନାପ କରି ତାହାର ବିବାହ ତାଙ୍କ ଝିଅ ସହିତ କରାଇ ଦିଅନ୍ତି । ଏହା କୌଣସି ପରମ୍ପରା ନୁହେଁ ଏହା ଅପରାଧ ଅଟେ । ଏହି ଭଳି ଜଘନ୍ୟ କାମ ଆଉ ଏକ ଜାଗାରେ ମଧ୍ୟ ହୋଇଥାଏ । ଫରକ କେବଳ ଏହା ଅଟେ କି ସେଠାରେ ଅପହରଣ ଝିଅର ହୋଇଥାଏ ଓ ପରମ୍ପରା ନାମରେ ପୁଅମାନଙ୍କୁ ଏଥିରେ ସ୍ଵାଧିନାତା ମିଳିଛି ।

ବିବାହ ପୁର୍ବରୁ ଏକା ସହିତ ରାତି କଟାଇବାର ପ୍ରଥା

କିର୍ଗିସ୍ଥାନରେ ବିବାହ ସମ୍ବନ୍ଧୀୟ ଏକ ଅଜବ ପ୍ରଥା ଅଛି । ଏହାକୁ Ala kachuu କୁହାଯାଇଥାଏ ମାନେ ଧର ଆଉ ପଳାଅ । ଏଠାରେ ବିବାହ ପୁର୍ବରୁ ବର ନିଜର ହେବାକୁ ଥିବା କନ୍ୟାକୁ ଧରି ପଳାଇ ଯାଏ । ତା ସହିତ କିଛି ସମୟ ବିତାଇଥାଏ ଓ ଝିଅ ଯେତେବେଳେ ନିଜ ମା-ବାପାଙ୍କ ଘରେ ପହଞ୍ଚିଥାଏ ତେବେ ତାହାର ବିବାହ ସେହି ପୁଅ ସହିତ କରାଇ ଦିଆଯାଏ ଯିଏ ତାକୁ ଅପହରଣ କରିଥିଲା । ସେମିତି ତ ଏହା ଏକ ପ୍ରଥା ଅଟେ କିନ୍ତୁ ଏହା କାରଣରୁ ବହୁତ ଝିଅଙ୍କର ଜୀବନ ବର୍ବାଦ ହୋଇ ଯାଇଥାଏ ।

ଝିଅଟି ବିବାହ ପାଇଁ ମନା କରି ପାରିବ ନାହିଁ

ଯଦି କୌଣସି ଝିଅ କୌଣସି ପୁଅକୁ ବିବାହ କରିବାକୁ ମନା କରିଦିଏ ତେବେ ପୁଅ ତାକୁ ଜବରଦସ୍ତି ଉଠାଇ ନିଏ । ରାତି ସାରା ପାଖରେ ରଖିବା ପରେ ତାକୁ ଛାଡିଦିଏ । ବଦନାମୀ ଡରରେ ତା’ର ଘରଲୋକ ତା’ର ବିବାହ ସେହି ପୁଅ ସହିତ କରିଥାନ୍ତି ଯିଏ ତାକୁ ଉଠାଇ ନେଇଥିଲା ।

ପଇସା ବଞ୍ଚାଇବା ପାଇଁ ବି ହୋଇଥାଏ ଅପହରଣ

କିର୍ଗିସ୍ଥାନ ରେ ବିବାହର ଖର୍ଚ୍ଚ ପୁଅର ଘର ଲୋକ ଉଠାଇଥାନ୍ତି । ଏଥିପାଇଁ ବହୁତ ପୁଅ ଝିଅକୁ ଅପହରଣ କରି ବିବାହ କରି ନିଅନ୍ତି ଯାହା ଦ୍ଵାରା ବନ୍ଧୁବାନ୍ଧବଙ୍କ ଖର୍ଚ୍ଚ ବଞ୍ଚିଯିବ । ଯେଉଁ ବିବାହ ଏହିପରି ହୋଇଥାଏ ସେଥିରେ ଗୋଟିଏ ପ୍ରଥା ଅଛି । ଏଥିରେ ପୁଅର ପିତା ଝିଅ ଘରକୁ ଯାଇଁ ତାଙ୍କୁ କ୍ଷମା ମାଗିଥାଏ ଓ ଝିଅର ଘରଲୋକଙ୍କୁ ଉପହାର ସ୍ୱରୂପ କିଛି ଟଙ୍କା ଦେଇଥାଏ ।

ବିବାହକୁ ମିଳି ନାହିଁ ମାନ୍ୟତା

କିର୍ଗିସ୍ଥାନରେ ହାରାହାରି ଏକ ତୃତୀୟାଂଶ ବିବାହ ଏହିପରି ହୋଇଥାଏ କିନ୍ତୁ ଏହି ବିବାହକୁ ଆଇନ ଅନୁସାରେ ମାନ୍ୟତା ମିଳି ନାହିଁ । ଯଦି ଏହିପରି ବିବାହରେ ଛାଡପତ୍ର ହୋଇଥାଏ ତେବେ ସ୍ଵାମୀ ଉପରେ ସ୍ତ୍ରୀ ଓ ତା’ର ପିଲାଙ୍କର କୌଣସି ଦ୍ଵାୟିତ୍ଵ ନ ଥାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।