କେବଳ ୨୦ ମିନିଟ ରେ ଚମକି ଉଠିବ ଆପଣଙ୍କ ଚେହେରା, ଯେବେ ଆପଣ ଲଗେଇବେ ଘରେ ତିଆରି ଏହି Skin Whitening Pack

ପ୍ରତ୍ୟେକ ମଣିଷ ଚାହେଁ ତାର ଚେହେରା ବେଦାଗ ଓ ଚମକଦାର ହେବା ପାଇଁ । କିନ୍ତୁ ବହୁତ ଲୋକଙ୍କର ଚେହେରା ଏମିତି ହୋଇ ନଥାଏ । ପ୍ରାକୃତିକ ରୂପରେ ତ୍ଵଚ୍ଚାକୁ ସଫା ଓ ଚମକଦାର କରିବା ପାଇଁ ବହୁତ ଉପାୟ ଅଛି । ଯଦି ଆପଣ ନିଜର ତ୍ଵଚ୍ଚାକୁ ସଫା ଓ ଚମକଦାର କରିବା ପାଇଁ ଚାହୁଁଛନ୍ତି ତେବେ କିଛି ଘରୋଇ ଉପଚାର ଆପଣାନ୍ତୁ ଯେମିତି ଲେମ୍ବୁ ରସ ବା ଦହି । ଆପଣ ହଳଦିର ପ୍ରୟୋଗ ମଧ୍ୟ କରି ପାରନ୍ତି । କିଛି ଏମିତିକା ନୀତିଦିନିଆ ଅଭ୍ୟାସ ଆପଣଙ୍କୁ ଚମକଦାର ତ୍ଵଚ୍ଚା ପାଇବା ପାଇଁ ସାହାଯ୍ୟ କରିବ । ଆପଣ ସୂର୍ଯ୍ୟଙ୍କ କିରଣରୁ ବଞ୍ଚିକି ରୁହନ୍ତୁ ଓ ବଜାର ଫେସୱାସ କୁ ଛାଡି ଘରୋଇ ଫେସୱାସର ବ୍ୟବହାର କରନ୍ତୁ ।

ଯଦି ଆପଣ ଘରେ ରହୁଛନ୍ତି ଓ ନିଜ ଚେହେରାକୁ ଫେସିଆଲ ଭଳି ଚମକେଇବାକୁ ଚାହୁଁଛନ୍ତି, ତେବେ ଏହି ୱ୍ହାଇଟନିଙ୍ଗ ପ୍ୟାକ କୁ ଘରେ ତିଆରି କରି ନିଶ୍ଚୟ ପ୍ରୟୋଗ କରନ୍ତୁ । ଆପଣଙ୍କୁ ଏଥିପାଇଁ କିଛି ସାମଗ୍ରୀର ଆବଶ୍ୟକତା ପଡିବ ।

ସାମଗ୍ରୀ – ଚାଉଳ ଚୂନା, ମଇଦା, ଦହି, କ୍ଷୀର

୧ । କ୍ଷୀର

କେମିତି କରିବେ ହାରାହାରି ୩0 ଗ୍ରାମ ଚାଉଳ ଚୂନା ଓ ୩୦ ଗ୍ରାମ ମଇଦା କୁ ଗୋଟିଏ ପାତ୍ରରେ ଆଣି ଭଲ ଭାବରେ ମିଶାନ୍ତୁ । ସେଥିରେ କ୍ଷୀର ମିଶାନ୍ତୁ , ଯେଉଁ ପର୍ଯ୍ୟନ୍ତ ଏହା ଏକ ପେଷ୍ଟ ଭଳି ନ ହୋଇଯାଏ ।

 

କେମିତି ପ୍ରୟୋଗ କରିବେ –

ପ୍ରଥମେ ମୁହଁ କୁ ଗୋଲାପ ଜଳରେ ତୁଳା ଭିଯାଇ ଭଲ ଭାବେ ପୋଛି ନିଅନ୍ତୁ। ପରେ ଏହି ପ୍ୟାକକୁ ନିଜ ଚେହେରା ଓ ବେକରେ ଲଗାନ୍ତୁ । ହାରାହାରି ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଶୁଖିବାକୁ ଦିଅନ୍ତୁ । ଏବେ ଚେହେରାକୁ ଗୋଲ ଗୋଲ କରି ରଗଡନ୍ତୁ । ଏହାକୁ ଅଧିକ କରନ୍ତୁ ନାହିଁ । ଏହା ପରେ ଭଲ ଭାବେ ଧୋଇ ନିଅନ୍ତୁ ଓ କୌଣସି ମୟେଶ୍ଚରାଇଜାର କ୍ରିମ ଲଗାନ୍ତୁ ।

୨ । ଦହି –

କ୍ଷୀର ଭଳି ଦହି ବି ଚେହେରାର ମଇଳାକୁ ହାଟାଇବାରେ ସାହାଯ୍ୟ କରିଥାଏ ।

କ୍ଲିଞ୍ଜର ରୂପରେ କେମିତି କରିବେ ଦହିର ପ୍ରୟୋଗ

ଦହିକୁ ଚେହେରାରେ ଭଲ ଭାବେ ଲଗାନ୍ତୁ ଓ କିଛି ସମୟ ପାଇଁ ତାକୁ ଧୀରେ ଧୀରେ ଚେହେରାରେ ମାଲିସ କରନ୍ତୁ । ଏହାକୁ ୩-୫ ମିନିଟ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ ଓ ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ । ଏହାକୁ ପ୍ରତିଦିନ ନିଶ୍ଚୟ କରନ୍ତୁ ।

୩ । ଚାଉଳ ଚୁନା-

ଚାଉଳ ଚୁନାରେ ପାରାଅମିନୋ ବେଞ୍ଜୋଇକ ଅମ୍ଳ ବହୁତ ମାତ୍ରାରେ ମିଳିଥାଏ, ଯିଏ ସନସ୍କ୍ରିନ ରୂପରେ ଭଲ କାମ କରିଥାଏ । ଏହା ବ୍ୟତୀତ ଏହା ତ୍ଵଚ୍ଚାକୁ ରିପେୟାର କରିଥାଏ ଓ ସନବର୍ନ ରୁ ମଧ୍ୟ ବଞ୍ଚାଇଥାଏ । ଏଥିପାଇଁ ୩୦ ଗ୍ରାମ ଚାଉଳ ଚୂନା, ଗୋଟିଏ ବଡ ଚାମଚ କ୍ଷୀର ଓ କିଛି ବୁନ୍ଦା ଅଲିଭ ଅଏଲ ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ । ଗୋଟିଏ ମୋଟା ପେଷ୍ଟ ତିଆରି କରିବା ପାଇଁ ଭଲ ଭାବେ ମିଶାନ୍ତୁ । ଏହାକୁ ଚେହେରା, ହାତ ଓ ବେକରେ ଲଗାନ୍ତୁ ଓ ହାରାହାରି ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ଶୁଖିବାକୁ ଦିଅନ୍ତୁ । ପୁଣି ଏହାକୁ ପାଣିରେ ଭଲ ଭାବେ ଧୋଇ ନିଅନ୍ତୁ ।

ଫ୍ରେଣ୍ଡ୍ସ ଏହିଭଳି ଅନେକ ବ୍ୟୁଟି ଟିପ୍ସ ପାଇଁ ଆମ ପେଜେକୁ ଲାଇକ କରନ୍ତୁ ପୋଷ୍ଟଟିକୁ ଶେୟାର କରନ୍ତୁ ଅନ୍ୟମାନଙ୍କ ସହ ଓ ଆପଣଙ୍କୁ ଆମର ଏହି ଟିପ୍ସ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ।