ଶିଶୁ ମୁଦ୍ରା ଲୋନ ନେବା ଲୋକଙ୍କୁ ମିଳିବ ୧୫୦୦ କୋଟିର ସାହାଯ୍ୟ, ଜାଣନ୍ତୁ କଣ ଏହି ଯୋଜନା, କେଉଁମାନେ ନେଇ ପାରିବେ ଏହାର ଲାଭ

କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ପ୍ରେସ କନ୍ଫ୍ରେଂସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ କରାଯାଇଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ବିଷୟରେ ସୂଚନା ଦେଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଅର୍ଥ ମନ୍ତ୍ରୀ ୬ଲକ୍ଷ କୋଟି ଟଙ୍କାର ଆବଣ୍ଟନ ପାଇଁ ଘୋଷଣା କରିଥିଲେ । MSME ସେକ୍ଟର ବିଷୟରେ ପ୍ୟାକେଜ ର ଘୋଷଣା କରିଥିଲେ ।

ଏଥର ଆର୍ଥିକ ପ୍ୟାକେଜ ରେ ସେ ପ୍ରବାସୀ ମଜୁରିଆ, ଷ୍ଟ୍ରିଟ ଭେଣ୍ଡର୍ସ, ଛୋଟ ଛୋଟ ଚାଷୀମାନେ ଏବଂ ସହରୀ ଗରିବ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଏହା ସହିତ ସୀତାରମଣ ମୁଦ୍ରା ଶିଶୁ ଲୋନ ପାଇଁ ମଧ୍ୟ ବଡ ଘୋଷଣା କରିଛନ୍ତି । ମୁଦ୍ରା ସ୍କିମ ଲୋନ ନେବା ବ୍ୟକ୍ତିଙ୍କୁ ସୁଧରେ ୨ପ୍ରତିଶତ ଛାଡ ମିଳିବ । ଏହି ଛାଡ ଆଗାମୀ ୧୨ ମାସ ପର୍ଯ୍ୟନ୍ତ ହେବ । ଏହାର ଲାଭ ଏହା ହେବ କି ଲୋନ ନେବା ଲୋକଙ୍କୁ ୧୫୦୦ କୋଟି ବଞ୍ଚିବ କାରଣ ଏହି ପଇସା ସରକାର ଭରିବେ ।

ସୀତାରମଣ ଘୋଷଣା କରିଛନ୍ତି କି ମୁଦ୍ରା ଶିଶୁ ଲୋନ ପାଇଁ ସରକାର ୧୫୦୦ କୋଟିର ଟଙ୍କା ଘୋଷଣା କରିଛନ୍ତି ଏବଂ ଏହାର ଲାଭ ତିନି କୋଟି ଲୋକଙ୍କୁ ମିଳିବାକୁ ଯାଉଛି । ସେ କହିଛନ୍ତି କି ବର୍ତ୍ତମାନ ପର୍ଯ୍ୟନ୍ତ ୧.୬୨ କୋଟି ଟଙ୍କାର ଲୋନ ବଣ୍ଟାଯାଇ ସାରିଛି ।

କେଉଁ ମାନେ ନେଇ ପାରିବେ ଏହି ଲୋନ

ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର କେବଳ ଛୋଟ ଛୋଟ ବେପାରୀ ମାନଙ୍କୁ ଲୋନ ଦେବେ କିନ୍ତୁ ବଡ ବେପାରୀ ମାନଙ୍କୁ ଏଥିରୁ କୌଣସି ସାହାଯ୍ୟ ମିଳିବ ନାହିଁ । ମୁଦ୍ରା ଯୋଜନାରେ ସରକାର ତିନୋଟି ପର୍ଯ୍ୟାୟରେ ସରକାର ଲୋନ ଦେଉଛନ୍ତି । କେନ୍ଦ୍ର ସରକାର ଏହାକୁ ଶିଶୁ ଲୋନ, କିଶୋର ଲୋନ ଏବଂ ତରୁଣ ଲୋନ ଯୋଜନାରେ ବାଣ୍ଟିଛନ୍ତି ।

ଏହା ହେଉଛି ଶିଶୁ ଲୋନ ଯୋଜନା

ଏହି ଲୋନ ଯୋଜନା ମାଧ୍ୟମରେ କୌଣସି ଲୋକ ନିଜର ଦୋକାନ ଖୋଲିବା ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇ ପାରିବେ ଏବଂ ଏହାଦ୍ଵାରା ନିଜର ରୋଜଗାର କରିପାରିବେ । ସରକାର ଯେଉଁ ଛାଡ ଦେଇଛନ୍ତି ତାହା ଏହି ମାନଙ୍କ ପାଇଁ ଦେଇଛନ୍ତି ।

ଏହା ହେଉଛି କିଶୋର ଲୋନ ଯୋଜନା

ଏହି ଲୋନ ଯୋଜନା ମାଧ୍ୟମରେ ୫୦,୦୦୦ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇ ପାରିବେ ।

ତରୁଣ ଲୋନ ଯୋଜନା

ଛୋଟ ସ୍ତରରେ ଯଦି କେହି ବେପାର ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ସେମାନେ ଏହି ଲୋନ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ନେଇ ପାରିବେ । ସେମାନଙ୍କୁ ଏହି ଯୋଜନାରେ ୫ ଲକ୍ଷ ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ସରକାର ଦେବେ ।

ଏହି ବ୍ୟାଙ୍କ ଦେଉଛି ଲୋନ

ଏହି ଯୋଜନା ପାଇଁ ଆପଣ କୌଣସି ବି ଗ୍ରାମୀଣ ବ୍ୟାଙ୍କ, ସରକାରୀ ବ୍ୟାଙ୍କ, ସହକାରୀ ବ୍ୟାଙ୍କ ଏବଂ ପ୍ରାଇଭେଟ ବ୍ୟାଙ୍କ ରୁ ଏହି ଲୋନ ନେଇ ପାରିବେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।