ଅର୍ଥ ମନ୍ତ୍ରୀ ଦିତୀୟ କିସ୍ତିର ଘୋଷଣା କଲେ, ଜାଣନ୍ତୁ ମଜୁରିଆ ଓ କୃଷକ ମାନଙ୍କୁ କାହାକୁ କଣ ମିଳିବ

କରୋନା ଭାଇରସ ସମୟରେ ବିଗିଡି ଯାଇଥିବା ଅର୍ଥବ୍ୟବସ୍ଥାକୁ ଠିକ ରାସ୍ତାକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ ର ଘୋଷଣା କରିଥିଲେ ତାହାର ଦ୍ଵିତୀୟ କିସ୍ତି ଗୁରୁବାର ଦିନ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଦିତୀୟ କିସ୍ତିରେ ଛୋଟ ଚାଷୀମାନେ, ଗରିବ, ପ୍ରବାସୀ ଶ୍ରମିକ ଓ ଦିନ ମଜୁରିଆ ଲୋକଙ୍କୁ ନେଇ କିଛି ଘୋଷଣା କରିଥିଲେ । ବୁଧବାର ଦିନ ଅର୍ଥ ମନ୍ତ୍ରୀ ପ୍ରଥମ କିସ୍ତିର ଘୋଷଣା କରିଥିଲେ ।

ପ୍ରବାସୀ ମଜୁରିଆ ମାନଙ୍କ ପାଇଁ

ସରକାର ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ପ୍ରବାସୀ ମଜୁରିଆ ମାନଙ୍କୁ ମାଗଣା ରେ ଖାଦ୍ୟ ଦେବେ, ରାଶନ କାର୍ଡ ନଥିବା ୮ କୋଟି ଲୋକମାନଙ୍କୁ ବି ପ୍ରତି ବ୍ୟକ୍ତିକୁ ୫କିଲୋ ଖାଦ୍ୟ ଦିଆଯିବ । ପ୍ରବାସୀ ମଜୁରିଆ ମାନଙ୍କୁ ଦୁଇ ମାସ ପାଇଁ ମାଗଣା ରାସନ, ପ୍ରତି ବ୍ୟକ୍ତିଙ୍କୁ ୫କିଲୋ ଗହମ ବା ଚାଉଳ ଏବଂ ପ୍ରତି ପରିବାରକୁ ୧ କିଲୋ ଡାଲି ମିଳିବ । ଏଥିପାଇଁ ୩୫୦୦ କୋଟି ଟଙ୍କା ଘୋଷଣା କରାଯାଇଛି ।

ପୁରା ଦେଶରେ ଏକ ରାସନ କାର୍ଡ ବ୍ୟବସ୍ତା ଲାଗୁହେବ, ଦେଶର କେଉଁଠୁ ବି ନେଇ ପାରିବେ ରାସନ । ସରକାର ପ୍ରବାସୀ ମଜୁରିଆ ମାନଙ୍କ ପାଇଁ କିଫାୟତି କିରାୟା ଆବାସ ଯୋଜନା ଆରମ୍ଭ କରିବେ । ଜୁଲାଇ ମାସ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ ରାସନ ଉପଲବ୍ଧ କରାଯିବ । ଯାହା ପାଖରେ ରାସନ କାର୍ଡ ନାହିଁ ସେମାନଙ୍କୁ ବି ଲାଭ ମିଳିବ । ନ୍ୟୁନତମ ମଜୁରି ପ୍ରଥମରୁ ୧୮୨ ରୁ ବଢାଇ ୨୦୨ ଟଙ୍କା କରାଯାଇଛି । ୨.୩୩ କୋଟି ପ୍ରବାସୀ ଶ୍ରମିକ ମାନଙ୍କୁ ପଞ୍ଚାୟତରେ କାମ ମିଳିଛି ।

କୃଷକ ମାନଙ୍କ ପାଇଁ

କୃଷକ ମାନଙ୍କ ପାଇଁ ୩୦,୦୦୦ ଆଡିସନାଲ ଏମର୍ଜେନ୍ସି ୱାକିଙ୍ଗ କ୍ୟାପିଟାଲ ଫଣ୍ଡ ସ୍ଥାପିତ କରୁଛି ଏବଂ ଏହା ନାବାର୍ଡ ଜରିଆରେ ହେବ । କରୋନା ସମୟରେ ୬୩ଲକ୍ଷ ଲୋନ କୃଷି କ୍ଷେତ୍ର ପାଇଁ ମଞ୍ଜୁର କରାଯାଇଛି ଏହି ରାଶି ୮୬,୬୦୦ କୋଟି ଟଙ୍କା ଅଟେ । ୨୫ ଲକ୍ଷ କୃଷକ ମାନଙ୍କୁ କ୍ରେଡିଟ କାର୍ଡ ଦିଆଯାଇଛି ଏବଂ ୩ କୋଟି କୃଷକ ମାନଙ୍କ ପର୍ଯ୍ୟନ୍ତ ସାହାଯ୍ୟ ପହଞ୍ଚାଇ ଦିଆଯାଇଛି । ସରକାର ଲକଡାଉନରେ ବି ଲଗାତାର କାମ କରୁଛନ୍ତି ।

ଫୁଟପାଥ ବ୍ୟବସାୟୀଙ୍କ ପାଇଁ

ଫୁଟପାଥ ବ୍ୟବସାୟୀ ବାଲାଙ୍କ ପାଇଁ ୫୦୦୦ ହଜାର କୋଟି ଟଙ୍କାର ବିଶେଷ ଲୋନ ସୁବିଧା କରାଯିବ । ସେମାନେ ଏହି ଲୋନ ମାଧ୍ୟମରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇ ପାରିବେ । ୫୦ ଲକ୍ଷ ଷ୍ଟ୍ରିଟ ଭେଣ୍ଡର୍ସ ଙ୍କୁ ଲାଭ ହେବ ।

ଏହି ଘୋଷଣା ବି କରିଛନ୍ତି

ମୁଦ୍ରା ଶିଶୁ ଲୋନ ଅଧୀନରେ ଯେଉଁ ମାନେ ଆସୁଛନ୍ତି ସେମାନଙ୍କୁ ସୁଧରେ ୨ ପ୍ରତିଶତ ଛାଡ ଦିଆଯିବ । ସରକାର କ୍ରେଡିଟ ଲିଙ୍କ ବେସ୍ଦ ସବ୍ସିଡ ସ୍କିମକୁ ୨୦୨୧ ମସିହା ମାର୍ଚ ମାସ ପର୍ଯ୍ୟନ୍ତ ବଢା ଦେଇଛନ୍ତି । ମହିଳା ମାନେ ରାତିରେ କାମ କରିବା ସମୟରେ ତାଙ୍କର ସୁରକ୍ଷା ପାଇଁ ଗାଇଡଲାଇନ ଅଣା ଯିବ ।

ପ୍ରଥମ କିସ୍ତିରେ ରେ କଣ

ପ୍ରଥମ କିସ୍ତିରେ MSME ପାଇଁ ୩ଲକ୍ଷ କୋଟି ଟଙ୍କାର କୋଲେଟ୍ରଲ ମାଗଣା ଋଣ ଦେବାର ବ୍ୟବସ୍ଥା କରାଯାଇଛି । ଏହି ଋଣ ୪ବର୍ଷ ପାଇଁ ହେବ ଏବଂ ପ୍ରଥମ ଏକ ବର୍ଷ ମୂଳଧନ ଫେରସ୍ତ କରାଯିବ ନାହିଁ । ଅର୍ଥ ମନ୍ତ୍ରୀ କହିଛନ୍ତି କି ଏହା ଅଧୀନରେ ୧୦୦ କୋଟି ଟଙ୍କାର କାରୋବାର ବାଲା MSME ଙ୍କୁ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଏହି ଯୋଜନା ୨୦୨୦ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏମେଏସଏମଇ ର ନୂଆ ପରିଭାଷାରେ ମାଇକ୍ରୋ ଉଦ୍ୟମରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯିବ ଏବଂ ଏହାର କାରବାର ର ସୀମା ୫କୋଟି ଟଙ୍କା ହେବ । ଏହି ଭଳି ଲଘୁ ଉଦ୍ୟମରେ ୧୦କୋଟି ଟଙ୍କାର ନିବେଶ କରାଯିବ ଏବଂ ଏହାର ସମୁଦାୟ ବାର୍ଷିକ କାରବାର ୫୦କୋଟି ଟଙ୍କା ହେବ ।

ମାଧ୍ୟମ ଉଦ୍ୟମରେ ୨୦ କୋଟି ଟଙ୍କା ନିବେଶ ହେବ ଏବଂ ଏହାର ସମୁଦାୟ କାରବାର ୧୦୦କୋଟି ଟଙ୍କା ପର୍ଯ୍ୟନ୍ତ ହେବ । ସେ କହିଛନ୍ତି କି ଏହା ସହିତ ସମସ୍ୟାରେ ଥିବା ଏମଏସଏମଇ ର ସହାୟତା ପାଇଁ ୨୦ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଏହା ଦ୍ୱାରା ୨ଲକ୍ଷ ରୁ ଅଧିକ ଏମଏସଏମଇ ଙ୍କୁ ଲାଭ ହେବ । ଏଥିପାଇଁ ୧୦ହଜାର କୋଟି ଟଙ୍କାର ଫଣ୍ଡ ଅଫ ଫଣ୍ଡ ସ୍ଥାପନ କରାଯିବ । ଏହା ଦ୍ୱାରା ଏମଏସଏମଇ କୁ ଶେୟାର ବଜାରରେ ସୁଚିବୃଦ୍ଧି କରିବାରେ ସାହାଯ୍ୟ ମିଳିବ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।